ବାତ୍ୟା ‘ଦାନା’ରେ ପ୍ରଭାବିତ ହୋଇଛି ୧୦୮ ବ୍ଲକର ୧୬୭୧ ପଞ୍ଚାୟତ

ଭୁବନେଶ୍ଵର: ବାତ୍ୟା ପରର ସ୍ଥିତି ନେଇ ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀଙ୍କ ପ୍ରତିକ୍ରିୟା । ବାତ୍ୟା ‘ଦାନା’ ପ୍ରଭାବରେ ପ୍ରଭାବିତ ହୋଇଛି ୧୪ ଜିଲ୍ଲାର ୧୦୮ ବ୍ଲକର ୧୬୭୧ ପଞ୍ଚାୟତ । ସେହିପରି ୩୧ ସହରାଞ୍ଚଳର ୪୨୬ଟି ୱାର୍ଡ ବାତ୍ୟା ଯୋଗୁଁ ପ୍ରଭାବିତ ହୋଇଛି ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ସୁରେଶ ପୂଜାରୀ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ବାତ୍ୟା ଯୋଗୁଁ ୩୫ ଲକ୍ଷ ୯୫ ହଜାର ସମ୍ପୂର୍ଣ୍ଣ ପ୍ରଭାବିତ ହୋଇଛି । ବତ୍ୟା ବେଳେ ୮ ଲକ୍ଷ ୧୦ ହଜାର ୮୯୬ ଜଣଙ୍କୁ ସ୍ଥାନାନ୍ତର କରାଯାଇଥିଲା । ୧ ଲକ୍ଷ ୨୫ ହଜାର ୯୧ଟି ଘର କ୍ଷତିଗ୍ରସ୍ତ ହୋଇଥିବା ବେଳେ ୭୫୫ ଜଣଙ୍କୁ ପାଲ ବଣ୍ଟନ କରାଯାଇଛି । ସେହିପରି ବାତ୍ୟା ସମୟରେ ୬୨୧୦ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଥିବା ବେଳେ ଆଜି ସକାଳ ୧୦ଟା ସୁଦ୍ଧା ୧୧୭୮ ରିଲିଫ ସେଣ୍ଟର କାର୍ଯ୍ୟକ୍ଷମ ଅଛି । ରିଲିଫ ସେଣ୍ଟରରେ ରୋଷେଇ ସାତ ଦିନ ଯାଏଁ ଚାଲିବ । ଆଂଶିକ କ୍ଷତିଗ୍ରସ୍ତ ଘର ପାଇଁ ପଲିଥିନ ଦିଆଯାଇଛି । ଘର କାମ ନ ସରିବା ଯାଏଁ ସେମାନେ ରିଲଫ ସେଣ୍ଟରରେ ଭୋଜନ କରି ପାରିବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ।

ବୁଢାବଳଙ୍ଗ ସତର୍କ ସ୍ତରର ୦.୩୫ ମିଟର ଉପରେ ଅଛି । ହେଲେ ବିପଦ ସଂକେତ ନାହିଁ । ସନ୍ଧ୍ୟା ସୁଦ୍ଧା ସତର୍କ ସ୍ତର ତଳକୁ ଆସିବ । ଏସଆରସିଙ୍କ ପାଖକୁ ୧୪ ଜିଲ୍ଲାର ଜିଲାପାଳ ମାନେ ନଭେମ୍ବର ୨ ସୁଦ୍ଧା କ୍ଷୟକ୍ଷତି ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ଆସନ୍ତାକାଲି ପାଗ ଅନୁକୂଳ ରହିଲେ, ମୁଖ୍ୟମନ୍ତ୍ରୀ ଆକାଶମାର୍ଗରୁ ଅନୁଧ୍ୟାନ କରିବେ ବୋଲି କହିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ ।

nis-ad
Leave A Reply

Your email address will not be published.