ସର୍ଜିଲ ଇମାମକୁ ଝଟକା, ଜାମିନ ଦେଲେନାହିଁ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ଦିଲ୍ଲୀ ଦଙ୍ଗାର ଅଭିଯୁକ୍ତ ସର୍ଜିଲ ଇମାମକୁ ଜାମିନ ଦେବାକୁ ସୁପ୍ରିମକୋର୍ଟ ମନା କରିଦେଇଛନ୍ତି, କିନ୍ତୁ ସର୍ଜିଲର ଆବେଦନର ଶୀଘ୍ର ଶୁଣାଣି କରିବାକୁ ଦିଲ୍ଲୀ ହାଇକୋର୍ଟଙ୍କୁ କହିଛନ୍ତି। ଜଷ୍ଟିସ ବେଲା ତ୍ରିବେଦୀ ଓ ଜଷ୍ଟିସ ଏସସି ଶର୍ମାଙ୍କୁ ନେଇ ଗଠିତ ଖଣ୍ଡପୀଠ କହିଛନ୍ତି ଯେ ଏହି ମାମଲା ହାଇକୋର୍ଟରେ ବିଚାରାଧୀନ ରହିଛି। ଏହାକୁ ଛାଡି ସିଧାସଳଖ ସୁପ୍ରିମକୋର୍ଟରେ ପିଟିସନ ଦାଖଲ କରିବା ଠିକ୍ ନୁହେଁ ।

ଶର୍ଜିଲଙ୍କ ଓକିଲ ବରିଷ୍ଠ ଆଇନଜୀବୀ ସିଦ୍ଧାର୍ଥ ଦୁବେ କହିଛନ୍ତି ଯେ ୨୦୨୨ ମସିହାରୁ ଜାମିନ ଆବେଦନ ବିଚାରାଧୀନ ରହିଛି ଏବଂ ଏହା ସ୍ପଷ୍ଟ କରିଛନ୍ତି ଯେ ସେ ବର୍ତ୍ତମାନ ସମୟରେ ଜାମିନ ପାଇଁ ଚାପ ପକାଉନାହାନ୍ତି। ଗତ ୨ ବର୍ଷ ହେବ ହାଇକୋର୍ଟରେ ଅନେକ ଥର ଶୁଣାଣି ସ୍ଥଗିତ ରଖାଯାଇଛି। ଏହା ଉପରେ ବିଚାରପତିମାନେ କହିଛନ୍ତି ଯେ ନଭେମ୍ବର ୨୫ରେ ମାମଲା ହାଇକୋର୍ଟରେ ଧାର୍ଯ୍ୟ ହୋଇଛି। ଆବେଦନକାରୀଙ୍କ ଓକିଲ ସେହିଦିନ ହାଇକୋର୍ଟରେ ଶୀଘ୍ର ଶୁଣାଣି ପାଇଁ ଅନୁରୋଧ କରନ୍ତୁ।

ଏହା ସମ୍ବିଧାନର ଧାରା ୩୨ ଅନୁଯାୟୀ ଦାଖଲ ହୋଇଥିବା ଏକ ରିଟ୍ ପିଟିସନ୍, ତେଣୁ ଆମେ ଏହାକୁ ଗ୍ରହଣ କରିବାକୁ ଚାହୁଁନାହୁଁ। ତେବେ ହାଇକୋର୍ଟ ଙ୍କ ନିର୍ଦ୍ଧାରିତ ଜାମିନ ଆବେଦନର ଶୀଘ୍ର ଶୁଣାଣି ନଭେମ୍ବର ୨୫ତାରିଖରେ କରିବାକୁ ଆବେଦନକାରୀ ହାଇକୋର୍ଟଙ୍କୁ ଅନୁରୋଧ କରିବେ। ହାଇକୋର୍ଟ ଏହି ଅନୁରୋଧ ଉପରେ ବିଚାର କରିବେ।

nis-ad
Leave A Reply

Your email address will not be published.