ବାତ୍ୟା ଦାନା ପ୍ରଭାବରେ ଉତ୍ତର ଓଡିଶାରେ ବର୍ଷା ଜାରି

ବାତ୍ୟା ଦାନାର ପ୍ରଭାବରେ ଏବେବି ଉତ୍ତର ଓଡିଶାରେ ଜାରି ରହିଛି ବର୍ଷା ।  ବର୍ଷା ସାଙ୍ଗକୁ କୋହଲା ପବନ ମଧ୍ୟ ବହୁଛି ।  ଓଡିଶା ସମେତ ପଶ୍ଚିମବଙ୍ଗ ଉପକୂଳରେ ପ୍ରବଳ ବର୍ଷା ହୋଇଛି ।  ଗତ ୩ ଘଣ୍ଟାରେ ଭଦ୍ରକରେ ୮୫.୧ ମିମି ବର୍ଷା ରେକର୍ଡ କରାଯାଇଥିବା ବେଳେ ବାଲେଶ୍ବରରେ ୪୮ ମିମି ବର୍ଷା ରେକର୍ଡ ହୋଇଛି ।  ସେହିପରି ହଳଦିଆରେ ୨୯ ମିମି, ଡାଇମଣ୍ଡ ହାରବର୍ ରେ ୩୯ମିମି, ଅଲିପୁରରେ ୬୭.୭ ମିମି, ଦମଦମ୍ ରେ ୫୩ମିମି, ଏବଂ ସଲ୍ଟ ଲେକ୍ ରେ ୪୯ମିମି ରେକର୍ଡ ହୋଇଛି ବର୍ଷା ।

ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ଅତି ଭୀଷଣ ବର୍ଷା ପାଇଁ ୪ ଜିଲ୍ଲା ଭଦ୍ରକ, ବାଲେଶ୍ବର, କେଉଁଝର ଏବଂ ମୟୁରଭଞ୍ଜକୁ ରେଡ ଆର୍ଲଟ ଜାରି କରାଯାଇଛି ।  ସେହିପରି ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇ କେନ୍ଦ୍ରାପଡା, କଟକ, ଯାଜପୁର ଓ ଢେଙ୍କାନାଳକୁ ଅରେଞ୍ଜ ଆର୍ଲଟ ଜାରି ହୋଇଛି ।  ପ୍ରବଳ ବର୍ଷା ପାଇଁ ଜଗତସିଂପୁର, ପୁରି, ଖୋର୍ଦ୍ଧା, ନୟାଗଡ ଓ ଅନୁଗୋଳକୁ ଜାରି ହୋଇଛି ୟେଲୋ ସତର୍କତା । ସେହିପରି ୨୬ ତାରିଖ ପାଇଁ ମୟୁରଭଞ୍ଜଓ ବାଲେଶ୍ବରକୁ ଜାରି ହୋଇଛି ୟେଲୋ ଆର୍ଲଟ ।

nis-ad
Leave A Reply

Your email address will not be published.