ଭୁବନେଶ୍ବରରୁ ବସ୍ ସେବା ସ୍ବାଭାବିକ : କେବଳ ଭଦ୍ରକ, ବାଲେଶ୍ୱର, ରାଜନଗର ଯାତାୟାତ କରୁନି ବସ୍

ଭୁବନେଶ୍ୱର : ସ୍ୱାଭାବିକ ହେଉଛି ବସ ସେବା ।  କେଵଳ ଭଦ୍ରକ, ବାଲେଶ୍ୱର, ରାଜନଗର ଓ କୋଲକାତାକୁ ଛାଡ଼ି ଅନ୍ୟ ସ୍ଥାନକୁ ବସ ଯିବା ଆସିବା କରୁଛି । ଭୁବନେଶ୍ବର ବରମୁଣ୍ଡା ବସ୍ ଷ୍ଟାଣ୍ଡରୁ ଯାତାୟାତ କରୁଛି ବସ୍ । ବ୍ରହ୍ମପୁରକୁ ଭୁବନେଶ୍ୱରରୁ ୫୦ ପ୍ରତିଶତ ଗାଡି ଯିବା ଆସିବା କରୁଛି ।  ସେଭଳି କିଛି ଅସୁବିଧା ନାହିଁ ।

ସେହିପରି ବାତ୍ୟା ଦାନା ପାଇଁ ୩୦୦ ଟ୍ରେନ ବାତିଲ କରିଥିଲା ପୂର୍ବତଟ ରେଳବାଇ ।  ବାତିଲ ହୋଇଥିବା ଟ୍ରେନ ବ୍ୟତୀତ ଅନ୍ୟ ଟ୍ରେନ ନିର୍ଦ୍ଧାରିତ ସମୟ ଅନୁସାରେ ଚାଲିଛି । ବିଶାଖାପାଟଣା ପଟୁ ଭୁବନେଶ୍ବର ଓ ହାୱଡ଼ା ଆଡ଼କୁ ଆସୁଥିବା ଡାଉନ ଟ୍ରେନ୍ ଚଳାଚଳ ଆରମ୍ଭ ହୋଇଛି ।  ଅପରାହ୍ଣ ପ୍ରାୟ ୨ଟା ସମୟରେ ଖଡ଼ଗପୁର ପଟୁ ଆସୁଥିବା ଅପ୍ ଟ୍ରେନ ଭଦ୍ରକରେ ପହଞ୍ଚିବ ।  ପ୍ରଥମେ ଆସିବ ହାୱଡ଼ା-ବାଙ୍ଗାଲୋର ଦୂରନ୍ତ ଏକ୍ସପ୍ରେସ । ସେହିପରି ବାତିଲ ହୋଇଥିବା ଟ୍ରେନକୁ ଛାଡ଼ି ମଧ୍ୟାହ୍ନ ୧୨ଟା ପରେ ଗଡ଼ିଲା ଭୁବନେଶ୍ବର ଓ ପୁରୀରୁ ଯାତ୍ରା ଆରମ୍ଭ କରୁଥିବା ଟ୍ରେନ୍ ।

nis-ad
Leave A Reply

Your email address will not be published.