ବାରହା ଆକ୍ରମଣରେ ମହିଳା ମୃତ

ଛତ୍ରପୁର : ବ୍ଲକ ଅନ୍ତର୍ଗତ ପୋଟଲାମପୁର ଗାଁ ରେ ବାରହା ଆକ୍ରମଣରେ ଜଣେ ମହିଳାଙ୍କ ମୃତ୍ୟ ହୋଇଛି l ମୃତ ମହିଳାଙ୍କ ନାମ ଶୋଭା ତରାଇ (୬୨ ବର୍ଷ), ବିଲକୁ ଧାନ ଫସଲ ଦେଖିବାକୁ ଯାଇଥିବା ବେଳେ ବାରହା ଆକ୍ରମଣ କରିଥଲା l ଯାହାଫଳରେ ଘଟଣା ସ୍ଥଳରେ ମୃତ୍ୟୁ ହୋଇଥିବା ପରିବାର ଲୋକ କହିଛନ୍ତି l ସକାଳ ବିଲକୁ ଯାଇଥିଲେ ମହିଳା l ସେଠାରୁ ଘରକୁ ନ ଫେରିବାରୁ ପରିବାର ଲୋକ ଖୋଜି ବିଲକୁ ଯାଇଥିଲେ l ସେଠାରେ ରକ୍ତାକ୍ତ ଅବସ୍ଥାରେ ପଡ଼ିରହିଥିଲା ଶୋଭା ତରେଇଙ୍କ ଶରୀର l ସେଠାରୁ ତାଙ୍କୁ ଅଟୋ ସାହାଯ୍ୟରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ, ସେଠାରେ ତାଙ୍କୁ ଡ଼ାକ୍ତର ମୃତ ଘୋଷଣା କରିଥିଲେ l ତହସିଲଦାର, ବନ ବିଭାଗକୁ ଖବର ଦେଇଥିଲେ ସ୍ଥାନୀୟ ଲୋକ l ପୁଲିସ ଓ ବନ ବିଭାଗ ଘଟଣା ସ୍ଥଳରେ ପହଁଞ୍ଚିଛନ୍ତି l ଶବ ବ୍ୟବଚ୍ଛେଦ ପରେ ଘଟଣାର ସତ୍ୟାସତ୍ୟ ଜଣାପଡ଼ିବ l

nis-ad
Leave A Reply

Your email address will not be published.