ବାଲିଗୁଡ଼ାରେ ଟିକା ନେଇ ୫୦ରୁ ଉର୍ଦ୍ଧ୍ୱ ଅସୁସ୍ଥ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା ବାଲିଗୁଡା ଅଞ୍ଚଳରେ ଅଘଟଣ। ଯକ୍ଷ୍ମା (ଟିବି)ରୁ ରକ୍ଷା ପାଇଁ ଦିଆଯାଉଥିବା ବିସିଜି ଟିକା ନେଇ ୫୦ରୁ ଉଦ୍ଧ୍ବ ବ୍ୟକ୍ତି ଅସୁସ୍ଥ ହୋଇପଡ଼ିଥିବା ଅଭିଯୋଗ ହୋଇଛି । ଟିକା ନେବାର ୨ ରୁ ୩ ଦିନ ଯନ୍ତ୍ରଣା ପରେ ଉକ୍ତ ସ୍ଥାନରେ ଘା’ ସଂକ୍ରମଣ ହୋଇ ଯାଉଥିବା ଜଣାପଡିଛି । ଏହାକୁ ନେଇ ଏବେ ବାଲିଗୁଡ଼ା ଅଞ୍ଚଳରେ ଭୟ ସୃଷ୍ଟି ହୋଇଛି ।

ଖବର ମୁତାବକ, ଗତ ସେପ୍ଟେମ୍ବର ୨୭ ତାରିଖରୁ ଯକ୍ଷ୍ମା ନିରାକରଣ ନିମନ୍ତେ ବାଲିଗୁଡ଼ା ଉପଖଣ୍ଡ ଚିକିତ୍ସାଳୟରେ ବିସିଜି ଟିକା ଦିଆଯିବା ଆରମ୍ଭ ହୋଇଛି । ବାଲିଗୁଡ଼ା ଏନଏସି ସହ ବ୍ଲକ ଅଞ୍ଚଳର ୫୦୦ରୁ ଅଧିକ ପୁରୁଷ ମହିଳା ବିସିଜି ଟିକା ନେଇ ସାରିଛନ୍ତି । ଟିକା ନେବାର ୨୦ ଦିନରୁ ଅଧିକ ସମୟ ବିତିଯାଇଥିଲେ ମଧ୍ୟ ହାତର ବ୍ୟଥା କମୁ ନ ଥିବା ଲୋକେ ଅଭିଯୋଗ କରିଛନ୍ତି । ଏଥିରୁ ୫୦ରୁ ଅଧିକ ଲୋକ ଅସୁସ୍ଥ ହୋଇ ପଡ଼ିଥିବା ଅଭିଯୋଗ ହୋଇଛି ।

ଫଳରେ ଟିକା ଦେବାବେଳେ କିଛି ଭୁଲ୍‌ ରହୁଥିବା ସେମାନେ ଆଶଙ୍କା କରୁଛନ୍ତି ।

ଏ ସମ୍ପର୍କରେ ସ୍ବାସ୍ଥ୍ୟକେନ୍ଦ୍ରର ଡାକ୍ତର ରାମକୃଷ୍ଣ ପାତ୍ର କହିଛନ୍ତି ଯେ, ଏହି ଟିକା ନେବା ପରେ ପ୍ରାୟ ୭୦ ପ୍ରତିଶତ ଲୋକଙ୍କ କ୍ଷେତ୍ରରେ ଏହିଭଳି ସମସ୍ୟା ଦେଖାଦେଇଥାଏ । ତେଣୁ ଏଥିରେ କିଛି ଭୟଭୀତ ହେବାର ନାହିଁ ବୋଲି ସେ କହିଛନ୍ତି ।

nis-ad
Leave A Reply

Your email address will not be published.