ବାତ୍ୟା ‘ଦାନା’ର ମୁକାବିଲା ପାଇଁ ଟିପିଏସ୍ଓଡିଏଲ ପକ୍ଷରୁ ପ୍ରସ୍ତୁତି

ବ୍ରହ୍ମପୁର: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ସାମୁଦ୍ରିକ ଝଡ଼ ‘ଦାନା’କୁ ଦୃଷ୍ଟିରେ ରଖି ଟିପି ସଦର୍ଣ୍ଣ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ୍ ଲିମିଟେଡ୍ (ଟିପିଏସ୍ଓଡିଏଲ୍) ତତ୍ପରତା ଦେଖାଇଛି। ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ସହ ବିଦ୍ୟୁତ ସରବରାହରେ ବାଧାବିଘ୍ନକୁ ହ୍ରାସ କରିବା ପାଇଁ କମ୍ପାନୀ ପକ୍ଷରୁ ଏକ ବ୍ୟାପକ ବ୍ୟବସାୟ ନିରନ୍ତରତା ଏବଂ ବିପର୍ଯ୍ୟୟ ପରିଚାଳନା ଯୋଜନା (ବିସିଡିଏମପି) ପ୍ରସ୍ତୁତ କରାଯାଇଛି।

ଏହି ଯୋଜନା କମ୍ପାନୀକୁ ବ୍ୟବସ୍ଥିତ ଭାବରେ ସତର୍କ ସୂଚନା ଗ୍ରହଣ ଓ ବିଶ୍ଳେଷଣ କରିବା, ବିପର୍ଯ୍ୟୟ ପୂର୍ବରୁ ସତର୍କ ସୂଚନା ଦେବା ଏବଂ ବିସିଡିଏମପି ପରିଚାଳନା କରିବାରେ ସାହାଯ୍ୟ କରିବ। ରେସପନ୍ସ ଟିମର ପ୍ରସ୍ତୁତିକୁ ଯାଞ୍ଚ କରିବା ପାଇଁ ଏକ ମକ୍ ଡ୍ରିଲ୍ ମଧ୍ୟ ଆୟୋଜନ କରାଯାଇଛି।

୨୪ ଘଣ୍ଟିଆ ଟୋଲ୍ ଫ୍ରି ହେଲ୍ପଲାଇନ୍ ନମ୍ବର: ୧୯୧୨ କିମ୍ବା ୧୮୦୦-୩୪୫-୬୭୯୭ ରେ ଯୋଗାଯୋଗ କରି ବିଜୁଳି ସମ୍ବନ୍ଧୀୟ କୌଣସି ଜରୁରୀ କାଳୀନ ପରିସ୍ଥିତି ସମ୍ପର୍କରେ ଜଣାଇବାକୁ ଉପଭୋକ୍ତାଙ୍କୁ ଅନୁରୋଧ କରିଛି ଟିପିଏସ୍ଓଡିଏଲ୍। ଯେକୌଣସି ବିଜୁଳି ସମ୍ବନ୍ଧୀୟ ସମସ୍ୟାର ତୁରନ୍ତ ସମାଧାନ ପାଇଁ କମ୍ପାନୀ ଏହାର ପରିସରଭୁକ୍ତ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ସ୍ୱତନ୍ତ୍ର ତ୍ୱରିତ-ରେସପନ୍ସ ଟିମ୍ ନିୟୋଜିତ କରିଛି।

nis-ad
Leave A Reply

Your email address will not be published.