ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ, ‘ଆଉ ଏମିତି ଭୁଲ୍ ହେବନି’

ଭୁବନେଶ୍ବର: ଭୁଲ୍ ମାଗିଲେ ବୁଦ୍ଧାଦିତ୍ୟ । କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କୁ ନେଇ ସୋସିଆଲ ମିଡିଆରେ ଯେଉଁ ପୋଷ୍ଟ ଜାରି କରିଥିଲେ ତାକୁ ନେଇ କ୍ଷମା ପ୍ରାର୍ଥନା କରିଛନ୍ତି ଅଭିନେତା ବୁଦ୍ଧାଦିତ୍ୟ । ଏହାକୁ ନେଇ ବୁଦ୍ଧାଦିତ୍ୟ କହିଛନ୍ତି, ପୋଷ୍ଟକୁ ନେଇ ବିବାଦ ସୃଷ୍ଟି ହେବା ପରେ ସେ ତୁରନ୍ତ ପୋଷ୍ଟ ହଟାଇଦେଇଥିଲେ । ଏଥିସହିତ ସେ ଭୁଲ୍ ବଶତଃ ସେହି ପୋଷ୍ଟ କରିଥିଲେ । ଯାହାକୁ ନେଇ ପୂରା କଂଗ୍ରେସ ପରିବାର ଓ ରାହୁଲ ଗାନ୍ଧୀକୁ ଭୁଲ୍ ମାଗିଛନ୍ତି ବୁଦ୍ଧାଦିତ୍ୟ ।  ଏପରି ଭୁଲ୍ ହେବ ନାହିଁ ବୋଲି କହିଛନ୍ତି ବୁଦ୍ଧାଦିତ୍ୟ ।

ତେବେ କହିରଖୁଛୁ, ବୁଦ୍ଧାଦିତ୍ୟ ରାହୁଲ ଗାନ୍ଧୀଙ୍କ ବିରୋଧରେ ଏକ ବୟାନ ରଖି ଗ୍ୟାଙ୍ଗଷ୍ଟାର ଲରେନ୍ସ ବିଷ୍ଣୋଇ ସହ ଏକ ପୋଷ୍ଟ ଜାରି କରିଥିଲେ । ତେବେ ଉକ୍ତ ପୋଷ୍ଟକୁ ନେଇ ଲରେନ୍ସଙ୍କ ଫଟୋ ଦେଇ ରାହୁଲ ତାଙ୍କ ପରବର୍ତ୍ତୀ ଟାର୍ଗେଟ ବୋଲି ବୁଦ୍ଧାଦିତ୍ୟ ଲେଖିଥିବା ଅଭିଯୋଗ କରି ଛାତ୍ର କଂଗ୍ରେସ ପ୍ରତିବାଦ କରିଥିଲା । ପରେ କ୍ୟାପିଟାଲ ଥାନାରେ ତାଙ୍କ ନାଁରେ ଏତଲା ମଧ୍ୟ ଦେଇଥିଲା ଛାତ୍ର କଂଗ୍ରେସ ।

nis-ad
Leave A Reply

Your email address will not be published.