ବାତ୍ୟା ଦାନା ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା

ଭୁବନେଶ୍ୱର : ଆସିଲା ସମ୍ଭାବ୍ୟ ବାତ୍ୟ ଦାନାର ଗତିପଥ। ୨୪ ତାରିଖ ସକାଳେ ଉତ୍ତର ପଶ୍ଚିମ ବଙ୍ଗୋପସାଗରର ଓଡ଼ିଶା ଓ ପଶ୍ଚିମବଙ୍ଗ ମଧ୍ୟରେ ଅତିକ୍ରମ କରିବ ବାତ୍ୟା ଦାନା। ପୁରୀ ଓ ସାଗର ଦ୍ବୀପ ମଧ୍ୟରେ ଲ୍ୟାଣ୍ଡଫଲ କରିବା ସମ୍ଭାବନା ରହିଛି ।  ୨୪ତାରିଖ ରାତି ଓ ୨୫ ତାରିଖ ସକାଳେ ଏହା ଭୀଷଣ ବାତ୍ୟା ଭାବେ ଲ୍ୟାଣ୍ଡଫଲ କରିବ ।  ଏହି ସମୟ ମଧ୍ୟରେ ପବନର ବେଗ ଘଣ୍ଟାପ୍ରତି ୧୦୦ରୁ ୧୧୦ କିମି ରହିବ ।  ଏନେଇ ପୂର୍ବାନୁମାନ କରିଛି ଭାରତୀୟ ପାଣିପାଗ ବିଭାଗ ।

ସମ୍ଭାବ୍ୟ ବାତ୍ୟାର ସମୀକ୍ଷା କଲେ ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ ।  ବୈଠକରେ ଶକ୍ତି ବିଭାଗ ପ୍ରମୁଖ ସଚିବ, TPCODL ସିଇଓ ଉପସ୍ଥିତ ଥିଲେ ।  ରାଜ୍ୟର ପ୍ରତ୍ୟେକ ନାଗରିକ ଙ୍କ ସୁରକ୍ଷା ସୁନିଶ୍ଚିତ କରିବା ଆମର ଉତ୍ତରଦାୟିତ୍ୱ ଓ ଆମର ସର୍ବୋଚ୍ଚ ପ୍ରାଥମିକତା ବୋଲି କହିଛନ୍ତି କେଭି ସିଂଦେଓ  ।  ସମସ୍ତେ ସଜାଗ ରୁହନ୍ତୁ ଏବଂ ସୁରକ୍ଷିତ ରୁହନ୍ତୁ ବୋଲି କହିଛନ୍ତି ଉପମୁଖ୍ୟମନ୍ତ୍ରୀ ।

nis-ad
Leave A Reply

Your email address will not be published.