ଗଞ୍ଜେଇ ଚୋରାଚାଲାଣ ବେଳେ ମାଡିବସିଲା ପୋଲିସ, ୧ଗିରଫ ୭ଫେରାର

ମାଲକାନଗିରି : ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲ ରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼ କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ଚଢ଼ାଉ କରି ୭୫କେଜି ଗଞ୍ଜେଇ,ପ୍ରେସ ମେସିନ ଓ ଜ୍ୟାକ ଜବତକରିବା ସହିତ ଜଣଙ୍କୁ ଗିରଫ କରି ଥିବା ଜଣା ପଡିଛି। ସୂଚନା ଅନୁଯାଇ ଶନିବାର ସନ୍ଧ୍ୟା ରେ ମାଲକାନଗିରି ଥାନାସ୍ଥ ପଦ୍ମଗିରି ପଞ୍ଚାୟତ ଛତିଶଗଡ଼ ସୀମାନ୍ତ କୁ ଲାଗିଥିବା ତଣ୍ଡାପାଲି ଗ୍ରାମ ଜଙ୍ଗଲ ରେ କିଛି ଗଞ୍ଜେଇ ଚୋରା ବେପାରୀ ଛତିଶଗଡ଼ କୁ ଚୋରା ଚାଲାଣ ନିମନ୍ତେ ଗଞ୍ଜେଇ ପ୍ୟାକିଙ୍ଗ କରୁଥିବାର ପୁଲିସ ଖବର ପାଇଥଲେ। ମାଲକାନଗିରି ଆଦର୍ଶ ଥାନା ଆଇଆଇସି ରିଗନ କିଣ୍ଡୋ ଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ ପେକ୍ଟର ପ୍ରଭାତ ଗୌଡ଼ ଙ୍କ ନେତୃତ୍ୱରେ ହାବିଲଦାର ମିହିରି ସାମଲ, କନେଷ୍ଟବଳ ଲକ୍ଷ୍ମଣ ମାରାଣ୍ଡି, ପଦ୍ମନାୟକ ପ୍ରମୁଖ ପୁଲିସ ସଦଳବଳ ସେ ଜଙ୍ଗଲ ରେ ପହଁଚି ଚଡାଉ କରିଥିଲେ, ପୁଲିସ କୁ ଦେଖି ଗଞ୍ଜେଇ ଛାଡ଼ିଦେଇ ଦୌଡ଼ି ପିଲାଉ ଥିବା ବେଳେ ଜଣ ଙ୍କୁ ପୁଲିସ ମାଡିବସିଥିଲା, ଅନ୍ୟ ୭ଜଣ ଘଞ୍ଚ ଜଙ୍ଗଲରେ ଲୁଚିପଳାଇ ଯାଇଥିଲେ, ଘଟଣା ସ୍ଥଳ ରୁ ୭୫ କେଜି ଗଞ୍ଜେଇ, ପ୍ରେସରମେସିନ, ଜ୍ୟାକ ମେସିନ ଜବତ କରିଛନ୍ତି, ମୁରିଆପାଲି ଗ୍ରାମର କୃଷ୍ଣ ମାଡକାମୀଙ୍କୁ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯାଇଛି ।

nis-ad
Leave A Reply

Your email address will not be published.