ସବୁ ସ୍ପା ବୁଲିବ ପୋଲିସ, ଯାଞ୍ଚ କରିବ ଅନୈତିକ କାର୍ଯ୍ୟ

ଭୁବନେଶ୍ୱର : ସବୁ ସ୍ପା ଯିବ ପୋଲିସ । ରାଜଧାନୀର ସବୁ ଥାନା ଅଞ୍ଚଳରେ ଥିବା ସ୍ପା ସେଣ୍ଟର ଗୁଡିକ ଯାଞ୍ଚ କରିବ କମିଶନରେଟ ପୋଲିସ । ବଡ଼ଗଡ଼ ଥାନା ଅଞ୍ଚଳରେ ଥିବା ଡ଼ାଇମଣ୍ଡ ସ୍ପାରେ ନାବାଳିକାଙ୍କୁ ଅନୈତିକ କାର୍ଯ୍ୟରେ ଲଗାଉଥିବା ଅଭିଯୋଗ ପରେ ଆକ୍ସନ ମୋଡରେ ପୋଲିସ  । ସହରରେ ଥିବା ସମସ୍ତ ସ୍ପା ସେଣ୍ଟର ଗୁଡ଼ିକର ଯାଞ୍ଚ କରିବ ପୋଲିସ  ।

ନାବାଳିକା କିମ୍ବା ଯୁବତୀଙ୍କୁ ଶୋଷଣ କରାଯାଉଛି କି ନାହିଁ ସେନେଇ ଯାଞ୍ଚ କରିବ ପୋଲିସ  । ଏନେଇ ସୂଚନା ଦେଇଛନ୍ତି ଭୁବନେଶ୍ବର ଡିସିପି ପିନାକ ମିଶ୍ର  ।  ଗତକାଲି ରବି ଟକିଜ ଛକର ଏକ ସେଲୁନ୍ ଆଣ୍ଡ ସ୍ପାରେ ପୋଲିସ ଚଢ଼ାଉ କରିଥିଲା  ।  ସ୍ପାରୁ ଉଦ୍ଧାର ହୋଇଥିବା ଯୁବତୀ ପୋଲିସ ଆଗରେ ବିସ୍ଫୋରକ ବୟାନ ଦେଇଥିଲେ  । କହିଥିଲେ, ରିସେପସନରେ ଚାକିରି କରିବା ପାଇଁ ଡାକିଥିଲେ  । ହେଲେ ଏଠାକୁ ଆସିବା ପରେ ଖରାପ କାର୍ଯ୍ୟ କରିବା ପାଇଁ ବାଧ୍ୟ କରୁଥିଲେ  ।

nis-ad
Leave A Reply

Your email address will not be published.