ଦାନା ବାନ୍ଧୁଛି ବାତ୍ୟା ‘ଦାନା’, ୧୦୦ରୁ ୧୨୦ କିମି ଛୁଇଁବ ପବନ ବେଗ

ଭୁବନେଶ୍ବର: ଆସୁଛି ବାତ୍ୟା । ଆସନ୍ତା ୨୨ ତାରିଖରେ ଅବପାତର ରୂପ ନେଲା ପରେ ୨୩ରେ କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହେବ ବାତ୍ୟା । ଏହାପରେ ତା ପରଦିନ ଅର୍ଥାତ୍ ୨୪ ତାରିଖ ସକାଳେ ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ତେବେ ଏହାରି ଭିତରେ ବାତ୍ୟାର ରୂପ ନେବାକୁ ବଳ ଗୋଟାଉଥିବା ଘୂର୍ଣ୍ଣବଳୟକୁ ‘ଦାନା’ ନାମ ପ୍ରଦାନ କରାଯାଇଛି । ଅର୍ଥାତ୍ ୨୩ରେ ଏହା ବାତ୍ୟାର ରୂପ ନେଲା ପରେ ଏହାର ନାଁ ‘ଦାନା’ ନାମରେ ନାମିତ କରାଯିବ ।

ସେପଟେ ବାତ୍ୟା କେଉଁଠି ପ୍ରକୃତରେ ହିଟ୍ କରିବ ଏହାର ପ୍ରଭାବ କେତେ ରହିବ ସେନେଇ କିଛି ସ୍ପଷ୍ଟିକରଣ ନମିଳିଥିବା ବେଳେ କିଛି ବିଦେଶୀ ପାଣିପାଗ ସଂସ୍ଥାର ଆକଳନ ଏବେ ଶଙ୍କା ବଢାଇଛି । ୟୁରୋପିଆନ ପାଣିପାଗ ଫୋରକାଷ୍ଟ ଅନୁଯାୟୀ, ବାତ୍ୟା ଦାନା ୨୫ ତାରିଖ ବେଳକୁ ଓଡିଶା ଉପକୂଳ ପୁରୀ ନିକଟରେ ମାଡ ହୋଇପାରେ । ସେହିପରି ଜର୍ମାନୀ ପାଣିପାଗ ସଂସ୍ଥା ଆଇକନର ଆକଳନ ଅନୁଯାୟୀ ଏହା ଓଡିଶାର ଉପକୂଳ ଅଞ୍ଚଳ ପୁରୀରେ ନିକଟରେ ସ୍ଥଳ ଛୁଇଁପାରେ । ଅନ୍ୟପଟରେ ଗ୍ଲୋବାଲ ଫୋରକାଷ୍ଟ କହୁଛି, ଏହା ୨୪ ତାରିଖ ବେଳକୁ ସ୍ଥଳଭାବଗ ଛୁଇଁଲା ବେଳକୁ ଏହାର ପଶ୍ଚିମବଙ୍ଗ ଉପକୂଳ ମୁହାଁ ହୋଇ ସୁନ୍ଦରବନ ଆଡକୁ ମୁହାଁଇବ ।

ତେବେ ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ ସୂଚନା ଦିଆଯାଇଛି । ସମ୍ଭାବ୍ୟ ବାତ୍ୟା ଅକ୍ଟୋବର ୨୪ ସକାଳ ସୁଦ୍ଧା ଓଡ଼ିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବ । ୨୨ ତାରିଖ ସକାଳେ ସୁଦ୍ଧା ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରଟି ଅବପାତରେ ପରିଣତ ହୋଇ ୨୩ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ଏହା ବାତ୍ୟା ରୂପ ନେବ । ବାତ୍ୟା ରୂପ ନେବା ପରେ ଏହା ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ।

ଉପକୂଳ ଛୁଇଁଲା ବେଳେ ସମୁଦ୍ରରେ ପବନର ବେଗ ୧୦୦ରୁ ୧୨୦ କିମି ପର୍ଯ୍ୟନ୍ତ ରହିବ ବୋଲି ସୂଚନା ଦେଇଛନ୍ତି ଆଇଏମଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ସେ କହିଛନ୍ତି, ୨୩ରୁ ଓଡିଶା ଉପକୂଳରେ ୪୦ରୁ ୪୫ କିମି ବେଗରେ ପବନ ବହିବ । ବର୍ତ୍ତମାନ ସୁଦ୍ଧା ସୁପର ସାଇକ୍ଲୋନ ସମ୍ଭାବନା ନାହିଁ । କିନ୍ତୁ ସୃଷ୍ଟି ହେବାକୁ ଥିବା ବାତ୍ୟାର ଅତିଭୀଷଣ ବାତ୍ୟା ପର୍ଯ୍ୟନ୍ତ ପ୍ରକୋପ ରହିପାରେ । ଏଥିପାଇଁ ଆସନ୍ତା ୨୪ ଓ ୨୫ ତାରିଖ ଗୁରୁତ୍ବପୂର୍ଣ୍ଣ । ଏହି ସମୟରେ ସାମୁଦ୍ରିକ ଜୁଆର ମଧ୍ୟ ଆସିପାରେ ।

nis-ad
Leave A Reply

Your email address will not be published.