ଲାଞ୍ଚ ନେଇ ଭିଜିଲାନ୍ସ ହାତରେ ଧରାପଡିଲେ ଆରଆଇ

ଯାଜପୁର : ଲାଞ୍ଚ ନେଇ ଧରାପଡିଲେ ଆରଆଇ । ୧୦ ହଜାର ଟଙ୍କା ଲାଞ୍ଚ ନେଉଥିବାବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି ଯାଜପୁର ଧର୍ମଶାଳା ତହସିଲ ଅଧିନସ୍ଥ ବଳରାମପୁର-୧ ରାଜସ୍ୱ ନୀରିକ୍ଷକ ସୁଶାନ୍ତ ସ୍ବାଇଁ ।  ସୁଶାନ୍ତ କବାଟବନ୍ଧ ପଂଚାୟତ ଦଳଗାଁ ଅଂଚଳର ଶିକ୍ଷକ ବସନ୍ତ କୁମାର ସ୍ୱାଇଁଙ୍କ ଠାରୁ ସିକିମ ଜମି ମ୍ୟୁଟେସନ ପାଇଁ ୩୩ହଜାର ଟଙ୍କା ନେଇଥିଲେ । ମାତ୍ର ରାଜସ୍ୱ ନୀରିକ୍ଷକ ଆଉ ଅଧିକ ୧୫ ହଜାର ଟଙ୍କା ଦାବି କରିଥିଲେ ।

ଏନେଇ ଶିକ୍ଷକ ବସନ୍ତ କୁମାର ସ୍ୱାଇଁ ଭିଜିଲାନ୍ସକୁ ସୂଚନା ଦେଇଥିଲେ ।  ଗତକାଲି ରାଜସ୍ୱ ନୀରିକ୍ଷକଙ୍କୁ ଚଉଷଠିପଡା ଠାରେ ଶିକ୍ଷକ ବସନ୍ତ ସ୍ୱାଇଁ ୧୦ହଜାର ଟଙ୍କା ଲାଂଚ ଦେଉଥିବା ବେଳେ କଟକ ଓ ଯାଜପୁର ଭିଜିଲାନ୍ସ ଟିମ ଚଢାଉ କରିଥିଲା । ସୁଶାନ୍ତ ସ୍ବାଇଁଙ୍କୁ ଧରିବା ସହ ତାଙ୍କ ଠାରୁ ଲାଞ୍ଚ ଟଙ୍କା ଜବତ କରିଛି ଭିଜିଲାନ୍ସ।  ସୁଶାନ୍ତଙ୍କ ବାସଭବନ ସୁକିନ୍ଦା ବ୍ଲକ ଜଗନ୍ନାଥ ସାହିରେ ମଧ୍ୟ ଚଢ଼ାଉ କରାଯାଇଛି ।

nis-ad
Leave A Reply

Your email address will not be published.