୨୩ରେ ବାତ୍ୟା ସମ୍ଭାବନା, ସତର୍କ କରାଇଲେ ଏସଆରସି

ଭୁବନେଶ୍ବର: ୨୩ରେ ବାତ୍ୟା ସମ୍ଭାବନା, ୨୪ରେ ଓଡିଶା ଛୁଇଁବ । ଆସନ୍ତା ୨୩ ତାରିଖ ସୁଦ୍ଧା ବାତ୍ୟା ସମ୍ଭାବନା ନେଇ ସତର୍କ କରାଇଲା ପାଣିପାଗ ବିଭାଗ । ଏନେଇ ନିଜ ଏକ୍ସ ହ୍ୟାଣ୍ଡେଲରେ ଅବଗତ କରାଇଛନ୍ତି ଭାରତୀୟ ପାଣିପାଗ ବିଭାଗ ଏସଆରସି ।

ଆସନ୍ତା ୨୩ ତାରିଖରେ ବଙ୍ଗୋପସାଗରରେ ସୃଷ୍ଟ ଲଘୁଚାପ, ବାତ୍ୟାର ରୂପ ନେଇପାରେ । ୨୪ ତାରିଖ ସକାଳ ସୁଦ୍ଧା ଏହା ଓଡିଶା-ପଶ୍ଚିମବଙ୍ଗ ଉପକୂଳ ଛୁଇଁବା ନେଇ ସତର୍କ କରାଇଛି ଆଇଏମଡି । ୨୨ ସକାଳ ସୁଦ୍ଧା ଏହା ଅବପାତର ରୂପ ନେବା ବେଳେ ୨୩ ସୁଦ୍ଧା ପୂର୍ବକେନ୍ଦ୍ରୀୟ ବଙ୍ଗୋପସାଗରରେ ବାତ୍ୟା ରୂପ ନେବ । ଏହାପରେ ଉତ୍ତରପଶ୍ଚିମ ଦିଗରେ ଗତିକରି ୨୪ରେ ଉପକୂଳ ଛୁଇଁବ ବୋଲି ସୂଚାଇ ଦିଆଯାଇଛି ।

ତେବେ ଏହା ପ୍ରକୃତରେ କେଉଁଠି ସ୍ପର୍ଶ କରିବ?,ଗତିପଥ କେଉଁଆଡେ ରହିବ? କେଉଁ ଆଡକୁ ଏହାର ପ୍ରଭାବ ରହିବ? ସେନେଇ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେ ଏନେଇ ଅଧିକ ଚିତ୍ର ସ୍ପଷ୍ଟ ହେବ ବୋଲି କହିଛି ପାଣିପାଗ ବିଭାଗ ।

ସେପଟେ ଆଣ୍ଡାମାନ ସାଗରରେ ବର୍ତ୍ତମାନ ସକ୍ରିୟ ରହିଛି ଘୂର୍ଣ୍ଣିବଳୟ । ବଳ ଗୋଟାଇ ଅଧିକ ଘନୀଭୂତ ହେଉଛି। ୨୪ ଘଣ୍ଟାରେ ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବ । ଆସନ୍ତା କାଲି ଘୂର୍ଣ୍ଣିବଳୟ ଲଘୁଚାପର ରୂପ ନେଉଥିବା ବେଳେ ଏହାର ପ୍ରଭାବରେ ରାଜ୍ୟରେ ୨୩ ରୁ ପ୍ରବଳ ବର୍ଷା ସମ୍ଭାବନା ରହିଛି । ଆସନ୍ତା ୨୫ ତାରିଖ ପର୍ଯ୍ୟନ୍ତ ଉପକୂଳ ଓ ଆଭ୍ୟନ୍ତରୀଣ ଓଡ଼ିଶାରେ ପ୍ରବଳ ବର୍ଷା ହୋଇପାରେ । ୨୨ରୁ ସମୁଦ୍ର ଅଶାନ୍ତ ହେବ । ଏଥିପାଇଁ କାଲିଠାରୁ ମତ୍ସଜୀବୀଙ୍କୁ ସମୁଦ୍ର ପ୍ରବେଶ ନେଇ ମନା କରାଯାଇଛି ।

nis-ad
Leave A Reply

Your email address will not be published.