ଜଳଖିଆ ହୋଟେଲକୁ ମଦପ୍ୟଙ୍କ ଆଡ୍ଡାର ଆଳ ଦେଖାଇ ପ୍ରଶାସନ ବୁଲଡୋଜରରେ ଭାଙ୍ଗିଲା !

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାର ଆସିକା ସହରରେ ଦୀର୍ଘ ବର୍ଷ ଜବର ଦଖଲ ଯୋଗୁଁ ଟ୍ରାଫିକ ସମସ୍ୟା ଉପୁଜୁଛି। ଆସିକା ବ୍ଲକ ଅନ୍ତର୍ଗତ ଖଣ୍ଡଦେଉଳି ପଞ୍ଚାୟତ ର କୋର୍ଣ୍ଣଳି ନିକଟସ୍ଥ କେନ୍ଦ୍ରୀୟ ପଣ୍ୟାଗାର ନିକଟରେ ଏକ ଜଳଖିଆ ଦୋକାନ ଦୀର୍ଘ ଦିନ ହେଲା ରହିଥିଲା। ଏହି ଜଳଖିଆ ଦୋକାନ ରେ ମଦପ୍ୟ ଙ୍କ ଆସର ଜମୁଥୁବା ଅଭିଯୋଗ ହୋଇଥିଲା। ଅଭିଯୋଗ ପାଇବା ପରେ ଆସିକା ତହସିଲଦାର ଓ ପୋଲିସ ପ୍ରଶାସନ ଆକ୍ଟିଭ ମୁଡ଼ରେ ଆସି ଉକ୍ତ ହୋଟେଲ କୁ ବୁଲ ଡୋଜର ସାହାଯ୍ୟରେ ଭାଙ୍ଗି ଦେଇଛନ୍ତି। ସରକାରୀ ଜମିରେ ଜବର ଦଖଲ ଉଛେଦ ସ୍ୱାଗତ ଯୋଗ୍ୟ ପଦକ୍ଷେପ। ଆସିକା ସହର ଅଞ୍ଚଳ ରେ ଥିବା ଅଶୋକା ସିନେମା ହଲ ଠାରୁ ଲକ୍ଷ୍ମୀବଜାର ପର୍ଯ୍ୟନ୍ତ ପ୍ରତିଦିନ ପ୍ରତି ସ୍ୱଳ୍ପ ସମୟ ମଧ୍ୟରେ ଟ୍ରାଫିକ ଜାମ ହୁଏ। ଏହି ଟ୍ରାଫିକ ଜାମରେ ସ୍କୁଲ, କଲେଜ ର ଛାତ୍ର ଛାତ୍ରୀ ମାନେ ଦୀର୍ଘ ସମୟ ରେ ଅସୁବିଧାର ସମ୍ମୁଖୀନ ହୁଅନ୍ତି। ଏହା ସହ ପୋଲିସ ଓ ଅନ୍ୟ ଅଧିକାରୀ ମାନେ ଏହି ଏକ ମାତ୍ର ବିକଳ୍ପ ରାସ୍ତା ଦେଇ ଲକ୍ଷ୍ମୀବଜାର ଓ ବସଷ୍ଟାଣ୍ଡ କୁ ଯିବା ଆସିବା କରନ୍ତି। ଛୋଟିଆ ଜଳଖିଆ ଦୋକାନ ଉପରେ କାଢ଼ୁଆ ପ୍ରଶାସନ ଅଧିକାରୀ ମାନେ ବୁଲଡୋଜର ଧରି ଭାଙ୍ଗି ଦେଲେ ସହର ମଧ୍ୟରେ ଥିବା ଜବର ଦଖଲ ସତ ସାହସ ଥିଲେ ଉଚ୍ଛେଦ କରନ୍ତୁ ବୋଲି ଏବେ ଚର୍ଚ୍ଚା ଆରମ୍ଭ ହେଲାଣି। ଆସିକା ଅଞ୍ଚଳ ରେ ରାଜନୀତି ପ୍ରବଳ ବ୍ୟକ୍ତିଗତ ଶତ୍ରୁତା କୁ ନେଇ ନିର୍ବାଚିତ ପ୍ରତିନିଧି ମାନେ ପ୍ରଶାସନ କୁ ବ୍ୟବହାର କରୁଥିବା ଆଲୋଚନା ହେଉଛି। ଯଦି ଆସିକା ବାସୀଙ୍କ ପ୍ରତି ଏତେ ଦରଦ ପ୍ରଶାସନ ର ଅଛି ତାହା ହେଲେ ପ୍ରଥମେ ଟ୍ରାଫିକ ସମସ୍ୟା ରେ ସୁଧାର ଆଣିବା ପାଇଁ ବୁଦ୍ଧିଜୀବୀ ମହଲ ରୁ ଦାବୀ ହେଉଛି।

nis-ad
Leave A Reply

Your email address will not be published.