ଫୁଲବାଣୀସାହି ବରାଳଦେବୀଙ୍କ ପୀଠ ଯାତ୍ରା ଉଦଯାପିତ : ତିନି ବିଜେପି ବିଧାୟକଙ୍କ ଯୋଗଦାନ

ଫୁଲବାଣୀ : ଫୁଲବାଣୀ ସଦର ମହକୁମା ସ୍ଥିତ ଫୁଲବାଣୀ ସାହିରେ ଥିବା ମାଁ ବରାଳ ଦେବୀ ଙ୍କ ମନ୍ଦିର ପିଠ ପୂଜା ଏକ ଯାତ୍ରା ଯାହାକି ସପ୍ତାହ ବ୍ୟାପୀ ପାଳନ କରାଯାଇଥାଏ l ପ୍ରତ୍ୟେକ ବର୍ଷ ଭଳି ଏ ବର୍ଷ ମଧ୍ୟ ବହୁ ଆଡମ୍ବରରେ ଯାତ୍ରା ଅନୁଷ୍ଠିତ ହୋଇଥିଲା । ମାଁ ବରାଳ ଦେବୀଙ୍କର ଏହି ଯାତ୍ରା ଫୁଲବାଣୀ ସହରେ ଅତି ପୁରାତନ କାଳରୁ ଫୁଲବାଣୀ ସାହି ବରାଳଦେବୀ ମନ୍ଦିର କମିଟି ପକ୍ଷରୁ ହୋଇ ଆସୁଛି । ମାଁ ବରାଳ ଦେବୀ ଙ୍କର ପୀଠରେ ଆଶ୍ଵିନ ଶୁକ୍ଳପକ୍ଷ ଦଶମୀ ଦିନରୁ ଆରମ୍ଭ ହୋଇ ଥାଏ l ଆଦିବାସୀ ପରମ୍ପରା ରୀତିନୀତି ଅନୁସାରେ ପୂଜା ଅନୁଷ୍ଠିତ ହୋଇଥିଲା। ମାଁ ବରାଳ ଦେବୀ ଅନୁଷ୍ଠିତ ପୂଜା ଦେଖିବା ଏବଂ ମାନସିକ କରିବା ନିମନ୍ତେ ଫୁଲବାଣୀ ସହରର ଏବଂ ଆଖପାଖ ଅଞ୍ଚଳର ହଜାର ହଜାର ଭକ୍ତଙ୍କ ଭିଡ଼ ଦେଖିବାକୁ ମିଳିଥାଏ । ଏହି ଯାତ୍ରା ଅବସରରେ ଦର୍ଶକ ମାନଙ୍କର ମନୋରଞ୍ଜନ ପାଇଁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ଦର୍ଶକ ଙ୍କ ମନକୁ ଛୁଇଁଲା ଭଳି ବିଭିନ୍ନ ସାଂସ୍କୃତିକ କାର୍ଯ୍ୟକ୍ରମ ଯଥା ପୌରାଣିକ ନାଟକ ସହ ମେଲୋଡି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥାଏ l ଏହି ବର୍ଷ ସୁଦୂର କଟକ ଜିଲ୍ଲାରୁ ଆସିଥିବା ଖ୍ୟାତନମା ସୁନାମ ଧନ୍ୟ କଣ୍ଠଶିଳ୍ପୀ ଦୀପ୍ତି ରେଖା ପାଢ଼ୀଙ୍କର ମେଲଡି ଗୀତ ମିଲନ ଅନୁଷ୍ଠିତ ହୋଇଥିଲା । ଦୀପ୍ତି ରେଖାଙ୍କର ଗୀତରେ ଦଶର୍କ ଝୁମିଥିଲେ । ଏହି କାର୍ଯ୍ୟକ୍ରମର ମୁଖ୍ୟ ଅତିଥି ଭାବେ ଓଡ଼ିଶା ମୋହନ ସରକାରଙ୍କର ମୁଖ୍ୟ ସଚେତକ ତଥା ବୌଦ୍ଧ ବିଧାୟକ ସରୋଜ ପ୍ରଧାନ ଯୋଗଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଞ୍ଜାମ ଜିଲ୍ଲା ସୋରଡା ବିଧାୟକ ନୀଳ ବିଶୋଇ ଯୋଗ ଦେଇ ମାଁ ଙ୍କର ଆଶିଷ ଲାଭ କରିବା ସହ ଯାତ୍ରା ପରିଚାଳନା କମିଟିକୁ ଉତ୍ସାହିତ କରିଥିଲେ। ସେହିପରି ସମ୍ମାନିତ ଅତିଥି ଭାବେ ଫୁଲବାଣୀ ବିଧାୟକ ଉମାଚରଣ ମଲ୍ଲିକ, ବହୁପୁର ବରାଳଦେବୀ ବସ ସର୍ଭିସ ଏବଂ ଏମ ବି ଏସ କୋଲା କମ୍ପାନୀ ଶିଳ୍ପପତି ତ‌ଥା ସମାଜସେବୀ ବସନ୍ତ ବିଶୋଇ, ବୌଦ୍ଧ ଜିଲ୍ଲା ପୁରୁଣା କଟକ ରାଣୀସତୀ ରାଇସ କମ୍ପାନୀ ଶିଳ୍ପପତି ତ‌ଥା ପ୍ରତିଷ୍ଠିତ ସମାଜସେବୀ ଅଶୋକ କୁମାର ଅଗ୍ରୱାଲ, ଦୈନିକ ଖବରକାଗଜ ହୀରାଞ୍ଚଳର ସମ୍ପାଦକ ତଥା ବୌଦ୍ଧ ଜିଲ୍ଲାର ଓସିଏ ସଭାପତି ଯୁଗଳ କିଶୋର ସାମଲ ପ୍ରମୁଖ ଉପସ୍ଥିତ ଥିଲେ l ଅନ୍ୟ ମାନଙ୍କ୍ ମଧ୍ୟରେ ଆଇନଜିବି ରଜତ ମହାନ୍ତି, ଯୁବ ଉଦ୍ୟୋଗୀ ପ୍ରଶାନ୍ତ ସ୍ୱାଇଁ,ସଞ୍ଜିତ୍ ମଣ୍ଡଳ, ପ୍ରଶାନ୍ତ ମହାନ୍ତି ପ୍ରମୁଖ ମଞ୍ଚାସିନ ଅତିଥି ଭାବେ ଯୋଗ ଦେଇଥିଲେ । ଅତିଥି ମାନଙ୍କୁ ଯାତ୍ରା ପରିଚାଳନା କମିଟି ପକ୍ଷରୁ ପୁଷ୍ପଗୁଚ୍ଛ ଉପଢୌକନ ଏବଂ ସ୍ମାରକୀ ପ୍ରଦାନ କରାଯାଇ ସମ୍ବର୍ଦ୍ଧିତ କରାଯାଇଥିଲା। ମଞ୍ଚ ପରିଚାଳନା ବରିଷ୍ଠ ଆଇନଜୀବୀ, କାଉନ୍ସିଲର ତଥା ବିଜେପି ନେତା ରମେଶ ମହାନ୍ତି କରିଥିଲେ। ଶାନ୍ତି ଶୃଙ୍ଖଳା ରକ୍ଷା କରିବା ପାଇଁ ପୋଲିସ ପ୍ରଶାସନ ପକ୍ଷରୁ ବ୍ଯାପକ ସୁରକ୍ଷା ବ୍ୟବସ୍ଥା କରାଯାଇଥିଲା l

nis-ad
Leave A Reply

Your email address will not be published.