ବନ୍ଧଗୁଡା ଘାଟି ନିକଟରେ ଦୁର୍ଘଟଣା

ଚିତ୍ରକୋଣ୍ଡା ଘଟଣା ଘଟିଛି ସ୍ୱାଭିମାନ ଅଞ୍ଚଳ ଗାଜଲମାମୁଡ଼ି ପଞ୍ଚାୟତ ସ୍ଥିତ ବନ୍ଧଗୁଡା ଘାଟି ନିକଟରେ ! ସୂଚନା ଅନୁଯାୟୀ ଆଜି ଆଲମପକା ଠାରେ ହେଉଥିବା ସପ୍ତାହିକ ହାଟକୁ ଯାଉଥିବା ସମୟରେ ପିକଅପ୍ ଗାଡି ନିଜର ଭାରସାମ୍ୟ ହରାଇବା ଯୋଗୁ ଗାଡି ଟି ରାସ୍ତା କଡ଼ରେ ଓଲଟି ପଡିଥିଲା ! ଗାଡିରେ ଥିବା ହାଟ ବ୍ୟବସାୟୀ ମାନେ ଅଳ୍ପକେ ବର୍ତ୍ତିଯାଇଥିବା ବେଳେ ଦୁଇ ଜଣ ମହିଳା ଗୁରୁତର ! ଗୁରୁତର ଦୁଇ ମହିଳା ବର୍ତ୍ତମାନ୍ ଘଟଣା ଘଟିଥିବା ସ୍ଥାନରେ ହିଁ ରହିଛନ୍ତି ! ନେଟୱାର୍କ ବ୍ୟବସ୍ଥା ସଠିକ ନଥିବା କାରଣରୁ 108 ଆମ୍ବୁଲାନ୍ସ କୁ ଯୋଗଯୋଗ ହୋଇ ପାରୁନାହିଁ ! ନିମ୍ନ୍ ମାନର ରାସ୍ତା କାମ ଯୋଗୁ ବାରମ୍ବାର ଏହିଭଳି ଦୁର୍ଘଟଣା ଘଟୁଥିବା ଯାହା ଅନୁମାନ କରାଯାଉଛି !

nis-ad
Leave A Reply

Your email address will not be published.