ସ୍ୱାତୀ ତରଫରୁ କନ୍ଧମାଳ ଜିଲ୍ଲାରେ ବିଶ୍ୱ ଖାଦ୍ୟ ଦିବସ-୨୦୨୪ ପାଳିତ

ଫୁଲବାଣୀ– ସୁସ୍ଥ ଜିବନ ଜାପନ ପାଇଁ ଖାଦ୍ୟର ଆବଶ୍ୟକତା ଜେତେ ଜରୁରି ସମସ୍ତେ ସୁଷମ ଖାଦ୍ୟ ପାଇବା ହେଉଛି ମଧ୍ୟ ଏକ ମାନବିକ ଅଧିକାର । ସେଥିପାଇଁ ସାରା ବିଶ୍ୱ ପ୍ରତି ବର୍ଷ ଅକ୍ଟୋବର ମାସ ୧୬ ତାରିଖକୁ ବିଶ୍ୱ ଖାଦ୍ୟ ଦିବଶ ଭାବରେ ପାଳନ କରନ୍ତି । ସେହିଭଳି ଏ ବର୍ଷର ବିଷୟ “ଏକ ଉତ୍ତମ ଜୀବନ ଏବଂ ଉତ୍ତମ ଭବିଷ୍ୟତ ପାଇଁ ଖାଦ୍ୟର ଅଧିକାର ”ବାର୍ତାକୁ ଜନସାଧାରଣ ଙ୍କ ପାଖରେ ପହଂଚାଇବା ପାଇଁ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସ୍ୱେଚ୍ଚାସେବୀ ଅନୁଷ୍ଠାନ ସ୍ୱାତୀ ବିଭିନ୍ନ ସ୍ଥାନରେ ଏହି ଦିବସ ଟିକୁ ପାଳନ କରିଛନ୍ତି । ଶ୍ରୀ ଅନ୍ନ ଅଭିଜାନ ଓ ପ୍ରକୃତିକ କୃଷୀ କାର୍ଯ୍ୟକ୍ରମ ର ମିଳିତ ସହଯୋଗରେ ୧୬.୧୦.୨୦୨୪ ରିଖ ରାଇକିଆ ବ୍ଲକର ଲାମ୍ବାଡିକିଆ ଓ ସୁଗଡବାଡି ଠାରେ ବିଶ୍ୱ ଖାଦ୍ୟ ଦିବଶ ପାଳିତ ହୋଇଯାଇଛି । ଏଥିରେ ମାଲକ୍ଷ୍ମୀ ସ୍ୱୟଂସହାୟକ ଗୋଷ୍ଠୀ ସହିତ ଆଲ୍ଫା, ସନ୍ତୋଷିନୀ ଓ ଦିବ୍ୟଯୋତୀ ଗୋଷ୍ଠୀ ଏବଂ ସ୍ଥାନୀୟ ଅଂଚଳ ର ମହିଳା ଚାଷୀ ମାନେ ଯୋଗ ଦେଇଥିଲେ । ଗୋଷ୍ଠୀ ର ସଦସ୍ୟ ମାନଙ୍କ ଦ୍ୱାରା ପ୍ରସ୍ତୁତ ଦେଶୀ ଖାଦ୍ୟ ଯଥା-କୁଏରୀ କ୍ଷୀରୀ, ଉପମା, ମକା ଭାତ, ମାଣ୍ଡିଆ ପୋଡ ପିଠା, ମଣ୍ଡା ପିଠା, ସୁପ୍, ଆମ୍ବଟାକୁଆ ଭାତ ଭଳି ୩୫ ପ୍ରକାର ର ସୁସ୍ୱାଦୁ ବ୍ୟଞନ ପ୍ରଦର୍ଶୀତ ହୋଇଥିଲା ।କାର୍ଯ୍ୟକ୍ରମ ରେ ସ୍ଥାନୀୟ ଜନପ୍ରତିନିଧି ପ୍ରମେଶୀଳା ପ୍ରଧାନ ସ୍ୱେଛାସେବୀ ଭୋଳାନାଥ ପ୍ରଧାନ ଓ ସରିତା ପ୍ରଧାନ ଉପସ୍ଥିତ ରହି ପାରମ୍ପରିକ ଖାଦ୍ୟ ର ବିଶେସତ୍ୱ ଓ ମୂଲ୍ୟବୋଧ କୁ ପ୍ରଞଳ ଭାବରେ ବୁଝାଇବା ସହ ପ୍ରଦର୍ଶୀତ ହୋଇଥିବା ବିଭିନ୍ନ ଖାଦ୍ୟ ର ପ୍ରସ୍ତୁତି ପ୍ରଣାଳୀ କୁ ଉପସ୍ଥିତ ହିତାଧିକାରୀଙ୍କୁ ବୁଝାଇଥିଲେ । ଶ୍ରୀ ଅନ୍ନ କାର୍ଯ୍ୟକ୍ରମ ରେ ଚାଷୀ ମାନଙ୍କ ଦ୍ୱାରା କରାଯାଉଥିବା ମାଣ୍ଡିଆ ଚାଷ କିପରି ଉତମ ଜୀବନ ଏବଂ ଉତମ ଭବିଷ୍ୟତ ପାଇଁ ସହାୟକ ହେଉଛି ତାହା ଅନୁଷ୍ଠାନ ର ବରିଷ୍ଠ କର୍ମୀ ଗିରିଶ ଚନ୍ଦ୍ର ସାମଲ ବୁଝାଇ କହିଥିଲେ । ସେହିଭଳି ଖଜୁରିପଡା ବ୍ଲକ ର ଟିଟ୍ରାପାଙ୍ଗା ଠାରେ ମଧ୍ୟ ଏହି ଦିବଶ ଟି ପ୍ରଦିପ କୁମାର ସ୍ୱାଇଁ, ଆଲୋକ ସାମନ୍ତରାୟ ଓ ସରିପତି ପାତ୍ର ଙ୍କ ଉପସ୍ଥିତି ରେ ପାଳନ ହୋଇଯାଇଛି । କାର୍ଯ୍ୟକ୍ରମ ଶେଷରେ ସମସ୍ତ ଅଂଶଗ୍ରହଣ କାରୀ ପ୍ରଦର୍ଶୀତ ହୋଇଥିବା ଖାଦ୍ୟ ର ମଜା ନେଇଥିବା ବେଳେ ଅନ୍ନପୂର୍ଣ୍ଣା ପ୍ରଧାନ, ହୃଷିକେଶ ଅମାୟତ ଓ ସୁନନ୍ଦ ପ୍ରଧାନ ପରିଚାଳନା ରେ ସହଯୋଗ କରିଥିଲେ ।

nis-ad
Leave A Reply

Your email address will not be published.