ବାପାର ଛୁରା ମାଡରେ ଏକ ୫ ବର୍ଷର ଶିଶୁକନ୍ୟା ମୃତ

ଚିତ୍ରକୋଣ୍ଡା : ବାପାର ଛୁରା ମାଡରେ ଏକ ୫ ବର୍ଷର ଶିଶୁକନ୍ୟା ମୃତ । ଏହିଭଳି ଏକ ଅମାନବୀୟ ଘଟଣା ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ପଞ୍ଚାୟତର ଆର୍.ଏସ୍.ସି ୧୪ ଗ୍ରାମରେ । ମୃତ ଶିଶୁ କନ୍ୟା ବ୍ଲେସି ରାଣୀ ଭତ୍ରା ର ଅଭିଯୁକ୍ତ ବାପା ସଞ୍ଜୀବ କୁମାର ଭତ୍ରI ବର୍ତ୍ତମାନ ଫେରାର ଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସକାଳ ପ୍ରାୟ ୭ଟା ସମୟରେ ଜେଜେ ସହିତ ନାତୁଣି ଖେଳୁଥିଲା । ଜେଜେ ଘର ବାହାରକୁ ଦାନ୍ତ ଘଷିବା ପାଇଁ ଯିବାରୁ ନାତୁଣି ଜେଜେଙ୍କ ପଛରେ ଦୌଡ଼ି ଯାଉଥିଲା । ସେହି ସମୟରେ ନାତୁଣୀ ର ବାପା ସଞ୍ଜୀବ ପଛ ପଟୁ ଆସି ଏକ ଧାରୁଆ ଅସ୍ତ୍ର ସାହାଯ୍ୟରେ ଝିଅ ର ପଛ ପଟେ ୪ ଥର ଆଘାତ କରି ସେହି ସ୍ଥାନରୁ ଚମ୍ପଟ ମାରିଥିଲା । ଝିଅ ଙ୍କ ସହ ଖେଳୁଥିବା ଅନ୍ୟ ସାଙ୍ଗ ମାନେ ଆସି ବ୍ଲେସିରାଣୀ ର ଦେହରୁ ରକ୍ତ ବହୁଥିବା ଦେଖି ସମ୍ପର୍କୀୟ ମାନଙ୍କୁ ଜଣାଇଥିଲେ । ଏହା ଦେଖି ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ଥିବା ଆହତ ଝିଅ ବ୍ଲେସିରାଣୀ ଭତ୍ରା କୁ ଚିତ୍ରକୋଣ୍ଡା ଚିକିତ୍ସାଳୟକୁ ଆଣିବା ପରେ ସେଠାରେ ଡାକ୍ତର ମୃତ ଘୋଷଣା କରିଛନ୍ତି । ଘଟଣା ସ୍ଥଳରେ ଚିତ୍ରକୋଣ୍ଡା ପୋଲିସ ପହଞ୍ଚି ଦୁଇଟି ଟିମ କରି ଘଟଣାର ତଦନ୍ତ କରିବା ସହ ଫେରାର ଅଭିଯୁକ୍ତଙ୍କୁ ଦୋରାଗୁଡା ପାଖ ଗୋଲାପିଗୁଡ଼ା ଜଙ୍ଗଲ ରୁ କାବୁ କରି ନେଇଛି । ଏହା ପରେ ସାଇଣ୍ଟିଫିସି ଟିମ ଦ୍ୱାରା ତନାଘନା କରାଯାଇ ଥିଲା ଓ କେମିତି ଅଭିଯୁକ୍ତ ଏହିଭଳି ନିନ୍ଦନୀୟ କାଣ୍ଡ ଭିଆଇ ଥିଲା ତାହା ଏକ ଡେମୋ ପ୍ରଦର୍ଶନ ମାଧ୍ୟମରେ ଦେଖାଇଥିଲା । ଏହାପରେ ମୃତ ବ୍ଲେସିରାଣୀ ର ଶବ ବ୍ୟବଚ୍ଛେଦ କରାଯାଇ ପରିବାର ଲୋକଙ୍କୁ ହସ୍ତାନ୍ତର କରାଯାଇଛି ।

nis-ad
Leave A Reply

Your email address will not be published.