ଘରୋଇ କଳିରେ ଚାଲିଗଲା ୪ମାସର ଶିଶୁର ଜୀବନ

ବ୍ରହ୍ମଗିରି : ରାଗ ବ୍ରହ୍ମ ଚଣ୍ଡାଳ ।  ରାଗ ବଢ଼ିଗଲେ ପର ଆପଣା ସବୁ ଭୁଲିଯାଏ ମଣିଷ । ତେବେ ରାଗରେ ନିଜ ନିଜର ସମ୍ପର୍କୀୟଙ୍କୁ ମାରିବାକୁ ପଛାନ୍ତିନି କିଛି ଲୋକ ।  ଏବେ ସେହିଭଳି ଏକ ଘଟଣା ଦେଖିବାକୁ ମିଳିଛି ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅନ୍ତର୍ଗତ କୁସୁବେଣ୍ଟି ଗାଁରେ । କଣ ବା ଦୋଷଥିଲା ୪ମାସର ଶିଶୁଟିର । କଣ ବା ଜାଣିନଥିଲା ସେ ଏହି ଦୁନିଆ ବିଷୟରେ । କିନ୍ତୁ ଏଇ ହିଂସ୍ର ମାନବ ନେଇଗଲା ତା ଜୀବନ।  ଘରୋଇ କଳିରେ ବଳିପଡିଗଲା ୪ମାସ ଶିଶୁ । ଘର ଜ୍ୱାଇଁ ସାଜିଲା ରାକ୍ଷସ । ନେଇଗଲା ଦେଢ ଶାଶୁର ୪ମାସର ଶିଶୁ ପୁତ୍ରର ଜୀବନ ।

ଶ୍ୱଶୁର ଘରେ ଜ୍ୱାଇଁର ଉନ୍ମତ୍ତକାଣ୍ଡ । ଘରୋଇ କଳହରୁ ସ୍ତ୍ରୀ ଓ ପୁତୁରାକୁ ଅତର୍କୀତ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ଆହତମାନଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ଚିକିତ୍ସାଧୀନ ଅବସ୍ଥାରେ କୁନି ଛୁଆଟିର ମୃତ୍ୟୁ ହୋଇଛି । ଖବର ପାଇ ଘଟଣାସ୍ଥଳରେ କୁସୁବେଣ୍ଟି ଗାଁ ପୋଲିସ୍ ପହଞ୍ଚି ସ୍ୱାମୀ ଗୁଣ୍ଡିଚା ପ୍ରଧାନ ଓରଫ କାଳୁକୁ ଅଟକ ରଖି ପଚରାଉଚରା କରୁଥିବା ଦେଖିବାକୁ ମିଳିଛି ।

ସୂଚନା ଅନୁସାରେ ଗତକାଲି ରାତିର କଳିକୁ ନେଇ ଆଜି ସକାଳେ ପୁଣି ଆରମ୍ଭ ହୋଇଥିଲ ଯୁକ୍ତିତର୍କ  । ପୁରୁଣା କଥାକୁ ନେଇ କାଳୁ ଓ ତା ସ୍ତ୍ରୀ ଭିତରେ ଯୁକ୍ତିତର୍କ ଧିରେ ଧିରେ ବଢିବାକୁ ଲାଗିଥିଲା । ଶେଷରେ ଏହା ଉଗ୍ର ରୂପ ନେଇଥିଲା । କାଳୁ ରାଗିଯାଇ  ସ୍ତ୍ରୀକୁ ଏକ ରୁମ୍ ଭିତରେ ବନ୍ଦ କରି କବାଟ ଦେଇ ଦେଇଥିଲା  । ସେହି ରୁମ୍ ଭିତରେ ପୂର୍ବରୁ ୪ମାସର ପୁତୁରାଟି ଶୋଇଥିଲା ।

କାଳୁ ନିଜର ହିତାହିତ ଜ୍ଞାନକୁ ହରାଇ ବସି ଏକ ମାରାଣାସ୍ତ୍ରରେ ପ୍ରଥମେ ନିଜ ସ୍ତ୍ରୀକୁ ଅତର୍କୀତ ଆକ୍ରମଣ କରିଥିଲେ । ଯାହାଫଳରେ କାଳୁଙ୍କ ସ୍ତ୍ରୀ ଚିତ୍କାର କରିବାକୁ ଲାଗିଥିଲେ । ଚିତ୍କାର ଶୁଣି ପାଖ ପଡ଼ୋଶୀ ଦୌଡ଼ି ଆସିଥିଲେ । କବାଟ ଭାଙ୍ଗିବାକୁ ଚେଷ୍ଟା କରିଥିଲେ । ଯାହାଫଳରେ କାଳୁ ଆହୁରୀ ଉଗ୍ର ହୋଇ ପାଖରେ ଶୋଇଥିବା କଅଁଳ ଛୁଆଟିକୁ ବି ଅତର୍କୀତ ଆକ୍ରମଣ କରିଥିଲା  । ତେବେ ଗୁରୁତର ଅବସ୍ଥାରେ ଉଭୟଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରିଥିଲେ ଗ୍ରାମବାସୀ । କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ କୁନି ଛୁଆଟିର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ପ୍ରତିଦିନ ଘଟିଚାଲିଛି ଅପରାଧ । ଥମିବାର ନା ଧରୁନାହିଁ । ସ୍ଵାର୍ଥପର ଦୁନିଆରେ ପୋକ ମାଛି ଭଳି ମଣିଷ ମଣିଷର ଜୀବନ ନେଉଛି । ନିଜ ପର କିଛି ବି ଭାବୁନାହିଁ । ଘରୋଇ କଳିକୁ ନେଇ ନିଜର ଲୋକଙ୍କୁ ବି ମରଣ ମୁହଁକୁ ଠେଲି ଦେଉଛନ୍ତି ଏଭଳି ହିନ ମାନସିକତାର ଲୋକ । ତେବେ ଏଭଳି ଏକ ଘଟଣା ଘଟାଇଥିଲା କାଳୁଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଦାବି ଜୋର ଧରିଛି ।

nis-ad
Leave A Reply

Your email address will not be published.