ନାଁ ନନେଇ ଅନନ୍ତ-ଅଶୋକଙ୍କୁ ଟାର୍ଗେଟ କଲେ ବାଇଁଆ ଓ ଲିଟୁ

ଭୁବନେଶ୍ଵର : ନାଁ ନନେଇ ଅନନ୍ତ-ଅଶୋକଙ୍କୁ ଟାର୍ଗେଟ କଲେ ବାଇଁଆ ଓ ଲିଟୁ ।  କହିଲେ ବିଜେଡି ସଭାପତି କାର୍ଯ୍ୟାନୁଷ୍ଠାନ ନେବେ । ନିଜକୁ ଭୁବନେଶ୍ଵରର ମାଲିକ ଭାବୁଥିବା ବ୍ୟକ୍ତିଙ୍କୁ ଦଳ ଶୋ କଜ୍ ନୋଟିସ୍ କରିବାକୁ ଦାବି କଲେ । ଦଳର ସୁପ୍ରିମୋ ଯାହା ନିଷ୍ପତି ନେବେ ତାହା ଗ୍ରହଣ କରିବୁ ବୋଲି କହିଲେ ଦୁଇ କର୍ପୋରେଟର। ଆମ ପ୍ରତି ଯେଉଁ ଅନ୍ୟାୟ ହୋଇଚି, ବିଗତ ଦିନମାନଙ୍କରେ । ଯେଉଁ ୨ ଜଣ ନିଜକୁ ଭୁବନେଶ୍ଵରର ମାଲିକ ଭାବି ଅନେକ ଅନ୍ୟାୟ କରିଛନ୍ତି ସେମାନଙ୍କୁ ଦଳ ନୋଟିସ୍ କରୁ ।

ନିର୍ଦ୍ଦିଷ୍ଟ ଭାବେ ବିଗତ ୪ ବର୍ଷ ହେବ ଆମକୁ ମାନସିକ ନିର୍ଯ୍ୟାତନା ଦିଆଯାଉଥିଲା ସେ ବିଷୟରେ ଆମେ ଉତ୍ତର ରଖିଚୁ । ଦଳର ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ଆମେ ମାନିବୁ । ଏମିତି କହିଛନ୍ତି ଭୁବନେଶ୍ୱରର ଦୁଇ କର୍ପୋରେଟର ଅମରେଶ ଜେନା (ବାଇଁଆ ) ବିରଂଚି ମହାସୁପକାର (ଲିଟୁ) । ପୁଣି ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନା ଓ ପୂର୍ବତନ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ଆଡ଼କୁ ଆଙ୍ଗୁଳି ଉଠାଇଲେ । ପୂର୍ବରୁ ଆମେ ତାଙ୍କ କଥା କହିଚୁ, ବାରମ୍ବାର ତାଙ୍କ ନାମ ନେବାର ଆବଶ୍ୟକ ନାହିଁ । ୧୪ ତାରିଖ ଗତକାଲି ୧୫ ଦିନର ଶେଷ ଅବଧି ଥିଲା ।

ଲିଖିତ ଭାବେ ଜିଲ୍ଲା ସଭାପତି ସୁଶାନ୍ତ ରାଉତ୍ ଙ୍କୁ ଜଣାଇଚୁ । ଆମର କୌଣସି ଦୋଷ ନାହିଁ । ଯେଉଁମାନେ ଆମକୁ ଦୋଷାରୋପ କରିଛନ୍ତି, ଦଳ ଆମର ବିଚାର କରି ତାଙ୍କୁ ମଧ୍ୟ ଦଣ୍ଡ ଦେବା ଦରକାର । ଆମକୁ ଯେମିତି ନୋଟିସ୍ ହେଇଚି ଦୋଷୀଙ୍କୁ ମଧ୍ୟ ନୋଟିସ ହେଉ। ୧୦ ଟି ପଏଣ୍ଟ ଲେଖି ଆମେ ଉତ୍ତର ରଖିଚୁ। ଆମ ବିପକ୍ଷରେ କଣ କଣ କିଏ କରିଚି, ଆମେ ତାହା ଦଳର ସଭାପତିଙ୍କୁ ଲିଖିତ ଭାବେ ଦେଇଚୁ । ଦଳର ସଭାପତି ନିଶ୍ଚିତ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବେ । ଯେଉଁମାନେ ଆମ ଦଳ ବିଜେଡିକୁ ଭାଗ କରିବାକୁ ଚାହୁଁଛନ୍ତି ସେମାନଙ୍କ ବିରୋଧରେ ସୋ କଜ୍ ନୋଟିସ୍ ହେଉ ବୋଲି ଆମେ ଦୁଇ ଭାଇ ଅମରେଶ ଓ ମୁଁ ଚାହୁଁଚୁ ବୋଲି କହିଛନ୍ତି ।

nis-ad
Leave A Reply

Your email address will not be published.