କୁସୁମପୁର ଡିଏନକେ ଗ୍ରାମରେ ମହାଧୁମଧାମରେ ମହାଷ୍ଟମୀ ଦୁର୍ଗାପୂଜା ସମାପନ

ଉମରକୋଟ / ରାଇଘର : ମା ଦୁର୍ଗତୀନାଶିନୀ ଦୁର୍ଗାଙ୍କ ଆଜି ମହାଆରମ୍ବରରେ ଅଷ୍ଟମୀ ପୂଜା ସମାପନ ହୋଇ ଯାଇଛି, ଏହି ଅଷ୍ଟମୀ ପୂଜାରେ ଗ୍ରାମର ଭକ୍ତିମତି ମାଆମାନେ ସକାଳେ ଉପାସ ରହି ସ୍ନାନଆଦି ସାରି ଶୁଦ୍ଧ ମନରେ ନଡ଼ିଆ ବିଭିନ୍ନ ପ୍ରକାରର ମିଠା ଧୂପ ଦୀପର ନଈବିଦ୍ୟ ଥାଳି ହାଥରେ ନେଇ ଦୁର୍ଗା ମାଙ୍କର ପୂଜା ମଣ୍ଡପେ ଯାଇ ପ୍ରସାଦ ସଜାଈ ମହାଅଷ୍ଟମୀର ପୁଷ୍ପାଞ୍ଜଳି ଦେଇ ସମସ୍ତେ ଭକ୍ତିମତି ମାତ୍ରୀଗଣ ନିଜ ନିଜର ପରିବାର ଯେପରି ମାଙ୍କର ଆଶିଷ ପ୍ରାପ୍ତ ହୋଇ ଆସନ୍ତା ବର୍ଷ ଯାଏ ଭଲରେ ଥାଇ ପାରେ ଏବଂ ପୁଣି ମାଙ୍କ ପାଖରେ ସ୍ୱପରିବାର ଯେପରି ପୂଜା ଅର୍ଚ୍ଚନା କରିପାରେ ତାର ପାଇଁ ଆଶିଷ ମାଗି କରଯୋଡ଼େ ଭକ୍ତିଚିତ୍ତେ ପ୍ରାର୍ଥନା କରିଥାଏ। କୁସୁମପୁର ଡି ଏନ କେ ଗ୍ରାମରେ ବସବାସ କରୁଥିବା ସମସ୍ତେ ଭାଇ ଚାରା ବଜାୟ ରଖି ଯେପରି ସମସ୍ତେ ଚଳିବ ତାର ପାଇଁ ମଧ୍ୟ ଆବାଳ ବୃଦ୍ଧ ବନିତା କାୟମନ ବ୍ୟାକେ ସମବେତ ହୋଇ ପ୍ରାର୍ଥନା ଓ ଆଶିଷ ମାଙ୍ଗେ। ପ୍ରତିଦିନ ସନ୍ଧ୍ୟାରେ କୁସୁମପୁର ଗ୍ରାମର ଭକ୍ତିମତି ମାଆଗଣ ଓ ଭକ୍ତାଗଣ ଏକତ୍ରିତ ହୋଇ ହରେ କୃଷ୍ଣ ନାମ ଗୁଣାଗାନ କରିବାକୁ ପରିଲକ୍ଷିତ ହୋଇଛି |

ଆଜିକୁ ୨୫ ବର୍ଷ ହେବ ଏହି କୁସୁମପୁର ଗ୍ରାମରେ ଏହି ଜଗତଜନନୀ ଦୁର୍ଗା ମାଙ୍କର ପୂଜା ପାଳିତ ହୋଇ ଆସୁଛନ୍ତି। ଏହି ଜାଗ୍ରତ ଜଗତଜନନୀ ଦୁର୍ଗା ମାଙ୍କର ପୂଜା କରିବା ଦ୍ଵାରା କୁସୁମପୁର ଗ୍ରାମବାସୀ ସମସ୍ତେ ଭଲରେ ରୁହନ୍ତି ସେମାନଙ୍କର ଅଟୁତ ବିଶ୍ୱାସ। ଏ ବର୍ଷ ଅମଳ ଓଜା ସଭାପତି, ସେକ୍ରେଟାରୀ ସୁଧୀର ରାୟ, କାସିଆର କାର୍ତିକ ଘରାମୀ ଓ ସୁନୀଲ ବିଶ୍ୱାସ, ସୁନୀଲ ଦଫାଦାର, କାଳାଚନ୍ଦ ଘରାମୀ ଏବଂ ଆଶିଷ ଅଧିକାରୀ ମେମ୍ବର ମାନଙ୍କ ସହ ଗ୍ରାମର ପ୍ରମୁଖ ଗ୍ରାମବାସୀ ଦାୟିତ୍ୱ ନେଇ ଯେପରି ପୂଜାଟି ସୁ ସମ୍ପୂର୍ଣ୍ଣ ହୁଏ ସେଥିପ୍ରତି ତୀକ୍ଷ୍ମ ଦୃଷ୍ଟି ରଖନ୍ତି। କୁସୁମପୁର ଗ୍ରାମର ଦୁର୍ଗାପୂଜାର ଦଶମି ଦିନ ରାବଣ ବଧ ଅନୁଷ୍ଠାନ ଅନୁଷ୍ଠିତ ହୁଏ, ଯାହା ଦେଖିବା ପାଇଁ ଆଖ ପାଖର ହଜାର ହଜାର ଦର୍ଶକ ଦେଖିବା ପାଇଁ ଭିଡ଼ ଜମେ। ଏ ବର୍ଷ ରାବଣବଧ ଅନୁଷ୍ଠାନଟି ଦେଖିବା ପାଇଁ କୁସୁମପୁର ଡି ଏନ କେ ଗ୍ରାମର ଗ୍ରାମବାସୀ ରାଇଘର ବ୍ଲକର ସମସ୍ତ ଜଣସାଧାରଙ୍କ ଆମନ୍ତ୍ରିତ କରି ଜୁହାର, ନମସ୍କାର, ପ୍ରିତି, ପ୍ରେମ, ସ୍ନେହଶିଷ ଜଣାଇଛନ୍ତି।

nis-ad
Leave A Reply

Your email address will not be published.