ନାବାଳିକାକୁ ଟ୍ୟୁସନ ସାରଙ୍କ ଦୁଷ୍କର୍ମ ଅଭିଯୋଗ

ଖୋର୍ଦ୍ଧା : ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ଅଞ୍ଚଳରେ ଘଟିଛି ଏକ ଲଜ୍ୟା ଜନକ ଘଟଣା  l ଜଣେ ନାବାଳିକା  7 ମ ଶ୍ରେଣୀ ଛାତ୍ରୀକୁ ସ୍କୁଲ ଗୃହରେ ଦୁଷ୍କର୍ମ କରିଛି ଟିଉସନ ମାଷ୍ଟର  l  ଏନେଇ ପୀଡିତାର ମା’ ନାଚୁଣୀ ଥାନା ଅନ୍ତର୍ଗତ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଲିଖିତ ଅଭିଯୋଗ କରିଛନ୍ତି  l  ପୋଲିସ ଅଭିଯୋଗ ପାଇ 327/24 ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି  l ଅଭିଯୁକ୍ତ ଜଣକ ହେଲେ ତୋଟା ଗ୍ରାମର କଲେଜ ଛାତ୍ର ଲିଙ୍ଗରାଜ ମୁଦୁଲି, ବୟସ 19 ବର୍ଷ  l ବର୍ତ୍ତମାନ  ଅଭିଯୁକ୍ତକୁ ଅଟକ ରଖି ତଦନ୍ତ ଚଲାଇଛି ପୋଲିସ ।

ପୀଡିତାର ମା’ ଙ୍କ ଅଭିଯୋଗ କ୍ରମେ, ଅଭିଯୁକ୍ତ ପାଖରେ ସ୍କୁଲ ଘରର ଚାବି ରହୁଥିବାରୁ ପ୍ରଶ୍ନ ପତ୍ର ଦେଖାଇବା ପାଇଁ ଚଳିତ ମାସ 5 ତାରିଖ ସନ୍ଧ୍ୟା ପ୍ରାୟ 7 ଘଣ୍ଟିକା ସମୟରେ ତୋଟା ଗ୍ରାମର ପ୍ରାଥମିକ ବିଦ୍ୟାଳୟ ପରିସରକୁ କିଛି ପିଲାମାନଙ୍କୁ ଡ଼ାକିନେଇଥିଲା ଅଭିଯୁକ୍ତ । ପରେ ରୋଷେଇ ଗୃହକୁ ପୀଡିତାକୁ ଡାକି ନେଇ କବାଟ ବନ୍ଦ କରି ଦୁଷ୍କର୍ମ କରିଥିଲା ଟିଉସନ ଶିକ୍ଷକ ଲିଙ୍ଗରାଜ ମୁଦୁଲି ।

ଆଉ ଏ ସମ୍ପର୍କ କାହାକୁ କହିଲେ ମାରିଦେବାକୁ ଧମକ ଦେଇଥିଲା ଉପସ୍ଥିତ ଥିବା ସମସ୍ତ ଛାତ୍ରମାନଙ୍କୁ ଅଭିଯୁକ୍ତ ଶିକ୍ଷକ  l ପରେ ପୀଡିତା ଟିଉସନ ଯିବାପାଇଁ ଘର ଲୋକଙ୍କୁ ମନା କରିଥିଲା । ଫଳରେ ଘର ଲୋକେ ପୀଡିତାକୁ ପଚାରିବାରୁ ପୀଡିତା ସବୁ କଥା ଘରେ କହିଥିଲା । ଘର ଲୋକେ ଟିଉସନ ଶିକ୍ଷକକୁ ଏହି ବିଷୟରେ ପଚାରିବାରୁ ପ୍ରଥମେ ମନା କରିଥିଲା l  ପରେ ପୀଡିତାକୁ ଦୁଷ୍କର୍ମ କରିଥିବା ମାନି ନେଇଥିଲା । ଏନେଇ ଗମ୍ଭାରୀମୁଣ୍ଡା ବିଟ ହାଉସରେ ଲିଖିତ ଅଭିଯୋଗ ପରେ  ଏକ ମାମଲା ରୁଜୁ କରି ତଦନ୍ତ ଚଲାଇଛି ପୋଲିସ ।

nis-ad
Leave A Reply

Your email address will not be published.