ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ

ଫୁଲବାଣୀ :କନ୍ଧମାଳ ଜିଲ୍ଲା ଖଜୁରିପଡ଼ା ବ୍ଲକ ଗୁଦାରୀ ପଞ୍ଚାୟତର ଦାତପାଜୁ ଉଚ୍ଛ ପ୍ରାଥମିକ ବିଦ୍ୟାଳୟରେ ପ୍ରଥମଥର ପାଇଁ ଅବସରକାଳୀନ ବିଦାୟ ସମ୍ଭର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଛି ।ଏହି ସମାରୋହରେ ମୁଖ୍ୟ ଅତିଥି ଭାବେ ଖଜୁରିପଡ଼ା ଅତିରିକ୍ତ ଗୋଷ୍ଠୀ ଶିକ୍ଷାଧିକାରୀ ଶ୍ରୀମତୀ ଜ୍ୟୋଷ୍ଣାରାନୀ ମଲ୍ଲିକ ଯୋଗ ଦେଇ ଆନୁଷ୍ଠାନିକ ଭାବେ ସମାରୋହର ଶୁଭାରମ୍ଭ କରିଥିଲେ ।ଅନ୍ୟ ଅତିଥି ମାନଙ୍କ ମଧ୍ୟରେ CRCC ସୁଜାତା କୁମାରୀ ପ୍ରଧାନ,କଲାଡ଼ି ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରି ଶ୍ରୀମତୀ ରିତାରାଣୀ ମହାନ୍ତି ପ୍ରମୁଖ ଯୋଗ ଦେଇଥିଲେ ।ଏହି ସମାରୋହରେ ୪ ଜଣ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରୀଙ୍କୁ ସମ୍ଭର୍ଦ୍ଧନା କରାଯାଇଥିଲା ।ମୂଳ ଗୁଦାରୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଚତୁର୍ଭୁଜ ଦୋରା,ଗୁଦାରୀ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରି ଶ୍ରୀମତୀ ସୁକାନ୍ତିଲତା ପାଢୀ,ତିଲକପଡା ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷୟତ୍ରି ଗୀତାଞ୍ଜଳି ପଢି ଏବଂ ଦାତପାଜୁ ଉଚ୍ଛ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବିନୋଦ ବିହାରୀ ମିଶ୍ର ଙ୍କୁ ଅବସରକାଳୀନ ସମ୍ଭର୍ଦ୍ଧନ ଦିଆଯାଇଥିଲା ।ଶିକ୍ଷକତା କ୍ଷେତ୍ରରେ ସେମାନଙ୍କ ଅତୁଳନୀୟ ଅବଦାନ ପାଇଁ ଅବସରପ୍ରାପ୍ତ ଶିକ୍ଷକ ଶିକ୍ଷୟତ୍ରି ମାନଙ୍କୁ ମୁଖ୍ୟ ଅତିଥି ଫୁଲଗୋଛା,ଉପଢୌକନ ଏବଂ ପ୍ରଶଂସା ପତ୍ର ପ୍ରଦାନ କରିଥିଲେ ।ଏହି ସମ୍ଭର୍ଦ୍ଧନ ସଭାରେ ଗୁଦାରୀ କ୍ଲଷ୍ଟର ର ୯ ଟି ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟତ୍ରି ମାନେ ଉପସ୍ଥିତ ରହିଥିଲେ ।

nis-ad
Leave A Reply

Your email address will not be published.