କଟକ ଦୁର୍ଗାପୂଜା ପାଇଁ ନିୟୋଜିତ ହେବେ ୬୦ ପ୍ଲାଟୁନ ପୋଲିସ ଫୋର୍ସ

କଟକ : କଟକ ସହରରେ ଦୁର୍ଗାପୂଜା ପାଇଁ ମୋଟ ୬୦ ପ୍ଲାଟୁନ ପୋଲିସ ଫୋର୍ସ। ଦୁଇ କମ୍ପାନୀ ସି ଆର୍ ପି ଏଫ୍ ଫୋର୍ସ ନିୟୋଜିତ ହେବେ। ଉଭୟ ପୂଜା ଓ ଭସାଣି ପାଇଁ ପୋଲିସ ବନ୍ଦୋବସ୍ତ। ମୋବାଇଲ ପେଟ୍ରୋଲିଂ, ଫୁଟ ପେଟ୍ରୋଲିଂ ଆରମ୍ଭ ହୋଇ ଗଲାଣି। ସୁନା, ଚାନ୍ଦୀ ମେଢ଼ ନିକଟରେ ମୃତାୟନ୍ ହେବେ ବନ୍ଧୁକଧାରୀ ପୋଲିସ ।  ଭିଡ଼କୁ ଦେଖି ଉଆନ ବେ ଟ୍ରାଫିକ ବ୍ୟବସ୍ଥା କରାଯିବ। କଟକ ଡିସିପି ଜଗମୋହନ ମୀନାଙ୍କ ସୂଚନା ।

କଟକରେ ଶାରଦୀୟ ପୂଜା ଓ ଭସାଣି ପାଇଁ ଆସିଲା କଡା ନିୟମ ।  ଦଶହରାରେ ରୁମାଲ କି ଗାମୁଛା ଧରି ନାଚିବା ମନା । ଦଶହରା ଭସାଣିରେ ନାଚିବା ନେଇ ପୋଲିସ ପକ୍ଷରୁ କଟକଣା ଜାରି ହୋଇଛି ।  ରୁମାଲ କି ଗାମୁଛା ହଲାଇ ନାଚି ପାରିବେନି ସାହି ଯୁବକ । ଶୋଭାଯାତ୍ରାରେ ମହିଳାଙ୍କ ନାଚକୁ ମଧ୍ୟ ସମ୍ପୂର୍ଣ୍ଣ ନିଷିଦ୍ଧ କଲା ଗ୍ରାମାଞ୍ଚଳ ପୋଲିସ । କଟକ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଆୟୋଜିତ ଶାରଦୀୟ ଦୁର୍ଗାପୂଜା ଗ୍ରାମାଞ୍ଚଳର ପ୍ରସ୍ତୁତି ବୈଠକରେ ଏଭଳି ନିଷ୍ପତ୍ତି ନିଆଯାଇଛି।  ଏଥିରେ ବ୍ୟତିକ୍ରମ କଲେ ଆଇନ୍ ଅନୁଯାୟୀ ଦଣ୍ଡିତ ହେବେ ।

ସେହିପରି ଶୋଭାଯାତ୍ରାରେ ସାମିଲ ହୋଇଥିବା ଲୋକ କୌଣସି ପ୍ରକାର ମାଦକ ଦ୍ରବ୍ୟ ଯଥା ଭାଙ୍ଗ, ଗଞ୍ଜେଇ, ବ୍ରାଉନ୍ସୁଗାର ଇତ୍ୟାଦି ଖାଇପାରିବେ ନାହିଁ କିମ୍ବା ସାଙ୍ଗରେ ଆଣିବେ ନାହିଁ । ଯଦି କେହି ମାଦକ ଦ୍ରବ୍ୟ ଖାଇଥିବାର କିମ୍ବା ପାଖରେ ରଖିଥିବାର ସନ୍ଦେହ କରାଯାଏ ତାହାହେଲେ ତାଙ୍କୁ ଶୋଭାଯାତ୍ରାରୁ ବହିଷ୍କୃତ କରାଯିବ । ଏଥିରେ ବାଧାଦେଲେ ଆଇନ୍ ଅନୁଯାୟୀ ଦଣ୍ଡନୀୟ ହେବେ ।

nis-ad
Leave A Reply

Your email address will not be published.