ପ୍ରସନ୍ନ ଆଚାର୍ଯ୍ୟଙ୍କୁ ଜବାବ ଦେଲେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି

ଭୁବନେଶ୍ବର: ବିଜେଡି ବିଧାୟକ ପ୍ରସନ୍ନ ଆଚାର୍ଯ୍ୟଙ୍କୁ ବରିଷ୍ଠ ବିଜେପି ନେତା ତଥା ପୂର୍ବତନ ରାଜ୍ୟ ସଭାପତି ସମୀର ମହାନ୍ତି କଡ଼ା ଜବାବ ଦେଇଛନ୍ତି। ସୋସିଆଲ ମିଡିଆରେ ପୋଷ୍ଚ କରି ଜବରଦସ୍ତ ବର୍ଷିଛନ୍ତି ସମୀର । ସେ କହିଛନ୍ତି, ପରାଜୟ ପରେ ହତୋତ୍ସାହିତ ହୋଇପଡିଛନ୍ତି ବିଜେଡି ନେତା। ଓଡ଼ିଆ ଲୋକଙ୍କ ନିଷ୍ପତ୍ତିକୁ ଅହଙ୍କାର କାରଣରୁ ସ୍ୱୀକାର କରିପାରୁନାହିଁ ବିଜେଡି। ବିଜେପିର ଲୋକକଲ୍ୟାଣକାରୀ ଯୋଜନାରେ ଈର୍ଷାନ୍ୱିତ ହୋଇ ବିଜେଡି ବିଧାୟକ ଏଭଳି ମନ୍ତବ୍ୟ ଦେଉଥିବା କହିଛନ୍ତି ସମୀର ମହାନ୍ତି । 

ବିଜେଡି ପରାଜୟ ଠାରୁ ଆରମ୍ଭ କରି ଦଳରେ ଥିବା କନ୍ଦଳ କଥା କହି ଜୋରଦାର ବର୍ଷିଛନ୍ତି ବରିଷ୍ଠ ବିଜେପି ନେତା । କିଛି ଦିନ ତଳେ ବିଜେଡି ପଦଯାତ୍ରାରେ ବିଜେପି ସରକାରକୁ ନେଇ କଟାକ୍ଷ କରିଥିଲେ ରେଢାଖୋଲ ବିଧାୟକ ପ୍ରସନ୍ନ ଆଚାର୍ଯ୍ୟ । କହିଥିଲେ, ଓଡ଼ିଶାକୁ ଚଲାଉଛନ୍ତି ୪ ମୁଖ୍ୟମନ୍ତ୍ରୀ। ଏଠି କିଛି, ଦିଲ୍ଲୀରେ କିଛି ନେତା ଥିବା କହି କରିଥିଲେ କଟାକ୍ଷ ।

nis-ad
Leave A Reply

Your email address will not be published.