ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ୧୦୦ ମିଟର ବ୍ୟବଧାନରେ ମାଟି ପରୀକ୍ଷା, ୨୦୨୭ ସୁଦ୍ଧା ପ୍ରକଳ୍ପ ଶେଷ ଲକ୍ଷ୍ୟ

ଭୁବନେଶ୍ୱର : ମେଟ୍ରୋ ରେଳ ପ୍ରକଳ୍ପ ପାଇଁ ମାଟି ପରୀକ୍ଷା ଆରମ୍ଭ ହୋଇଛି । ବିମାନବନ୍ଦର ଛକରୁ ତ୍ରିଶୁଲିଆ ଛକ ପର୍ଯ୍ୟନ୍ତ ଭୁବନେଶ୍ୱର ମେଟ୍ରୋ ମାର୍ଗରେ ବିଭିନ୍ନ ସ୍ଥାନରେ ଏହି ମାଟି ପରୀକ୍ଷା ଆରମ୍ଭ ହୋଇଛି । ସମଗ୍ର ମାର୍ଗରେ ୧୦୦ ମିଟର ବ୍ୟବଧାନରେ ମାଟି ପରୀକ୍ଷା କରାଯିବ । ବର୍ତ୍ତମାନ ଫରେଷ୍ଟ ପାର୍କ ଠାରୁ ବାଣୀବିହାରରେ ପର୍ଯନ୍ତ ରାସ୍ତାରେ ବିଭିନ୍ନ ସ୍ଥାନରେ ମେଟ୍ରୋ ପ୍ରକଳ୍ପ ପାଇଁ ନମୁନା ସଂଗ୍ରହ ଚାଲିଛି ।

ନମୁନା ସଂଗ୍ରହ ପାଇଁ ୪୦  ମିଟର ପର୍ଯ୍ୟନ୍ତ ମାଟି ଖୋଳାଯାଉଛି । ମାଟିର ପରୀକ୍ଷା ପାଇଁ ନମୁନାକୁ ଲାବୋରେଟୋରୀକୁ ପଠାଯିବ । ମେଟ୍ରୋ ଟ୍ରେନ ତ୍ରିସୁଲିଆ ଠାରୁ ଭୁବନେଶ୍ୱର ଅନ୍ତର୍ଜାତୀୟ ବିମାନବନ୍ଦର ପର୍ଯନ୍ତ ନିର୍ମାଣ କରାଯିବ । ଏହି ପ୍ରକଳ୍ପ ପାଖାପାଖି ୨୬ କିଲୋମିଟର ଲମ୍ବ ରହିବ । ଏହା ହେଉଛି ରାଜ୍ୟର ପ୍ରଥମ ମେଟ୍ରୋ ରେଳ ପ୍ରକଳ୍ପ । ଡିସେମ୍ବର ୨୦୨୭ ସୁଦ୍ଧା ଏହି ପ୍ରକଳ୍ପ ଶେଷ ହେବାକୁ ଲକ୍ଷ୍ୟ ରଖିଛନ୍ତି ରାଜ୍ୟ ସରକାର ।

nis-ad
Leave A Reply

Your email address will not be published.