ହିଞ୍ଜିଳି ବିଜେଡିର ଜନସମ୍ପର୍କ ପଦଯାତ୍ରା

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ରେ ବୁଧବାର ପବିତ୍ର ଗାନ୍ଧି ଜୟନ୍ତି ଅବସରରେ ବିଜେଡିର ଜନସମ୍ପର୍କ ପଦଯାତ୍ରା ଆରମ୍ଭ ହୋଇଛି। ହିଞ୍ଜିଳିକାଟୁ ପୌରପରିଷଦ ଅଧ୍ୟକ୍ଷ ସୁବାସ ଚନ୍ଦ୍ର ପଲେଇ ଙ୍କ ସହିତ ପୂର୍ବତନ ଉପାଧ୍ୟକ୍ଷ ତଥା ବିଜେଡି ଗ୍ରୀଟ ଅଧ୍ୟକ୍ଷ ପବିତ୍ର ମୋହନ ପାଣିଗ୍ରାହୀ, ବିଜେଡି ସାଧାରଣ ସମ୍ପାଦକ ଦେବାନନ୍ଦ ମହାପାତ୍ର, ପୂର୍ବତନ ଚେୟାରମ୍ୟାନ ଶିବରାମ ଗୈାଡ, ପୁର୍ବତନ ଚେୟାରମ୍ୟାନ ହୃଦୟାନନ୍ଦ ମହାପାତ୍ର, ହିଞ୍ଜିଳିକାଟୁ ବ୍ଲକ୍ ବିଜେଡି ସଭାପତି ସୁରେନ୍ଦ୍ର ନାଥ ପ୍ରଧାନ, ପୂର୍ବତନ ବ୍ଳକ ଅଧ୍ୟକ୍ଷ ଏନ୍ ରଘୁନାଥ,ବରିଷ୍ଠ ବିଜେଡି ନେତା ଡି ବିଶ୍ୱନାଥ, ଆତ୍ମା ଅଧ୍ୟକ୍ଷ ଗନ୍ତାୟତ ଦଳେଇ, ଜିଲ୍ଲା ପରିଷଦ ସଭ୍ୟ ଏ ସୁଦର୍ଶନ, ଜିଲ୍ଲା ପରିଷଦ ସଭ୍ୟା ପ୍ରିତି ସାହୁ, ଙ୍କ ସମେତ ଦଳୀୟ ନେତୃବୃନ୍ଦ, କର୍ମୀ ଗ୍ରହଣରେ ହିଞ୍ଜିଳିକାଟୁ ପୌରପରିଷଦ କାର୍ଯ୍ୟାଳୟ ଠାରେ ଏକତ୍ରିତ ହୋଇ ହିଞ୍ଜିଳିକାଟୁ ପୌରପରିଷଦ ବିଜୁପଟ୍ଟନାୟକ ଛକ ସ୍ଥିତ ବିଜୁବାବୁଙ୍କ ଙ୍କ ପ୍ରତ୍ତିମୂର୍ତ୍ତିରେ ମାଲ୍ୟାର୍ପଣ ପୂର୍ବକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ସେଠାରୁ ବିଶାଳ ପଦଯାତ୍ରା ରେ ବାହାରି ହିଞ୍ଜିଳିକାଟୁ ତହସିଲ କାର୍ଯ୍ୟାଳୟ ନିକଟ ବିଜୁପଟ୍ଟନାୟକ ପାର୍କ ସ୍ଥିତ ବିଜୁ ପଟ୍ଟନାଯକ ପ୍ରତିମୂର୍ତ୍ତି ନିକଟରେ ପହଞ୍ଚି ପୁଷ୍ପ ମାଲ୍ୟାର୍ପଣ କରିବାସହବିଜେଡିର ଏହି ଜନସମ୍ପର୍କ ପଦଯାତ୍ରା ବିଜେଡି କରିଥିବା ଓଡ଼ିଶାର ବିକାଶର ବାର୍ତ୍ତା ଘରେ ଘରେ ଲୋକଙ୍କ ପାଖରେ ପହଞ୍ଚାଇବ। । ବିଜେଡି ସରକାରଙ୍କ ବିଭିନ୍ନ କଲ୍ୟାଣକାରୀ ଯୋଜନା ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରିଥିଲେ। ଏହି ଜନସମ୍ପର୍କ ପଦଯାତ୍ରା ଅକ୍ଟୋବର ୨ ତାରିଖରୁ ଆରମ୍ଭ ହୋଇ ବିଭିନ୍ନ ଗ୍ରାମ ପଞ୍ଚାୟତ ରେ ସଚେତନତା ଶୋଭା ଯାତ୍ରା କରାଯିବ | ଅନ୍ୟମାନଙ୍କ ମଧ୍ୟରେ ହିଞ୍ଜିଳିକାଟୁ ପୌରପରିଷଦ ବିଜେଡି ଯୁବ ନେତା ସଞ୍ଜୟ କୁମାର ପଣ୍ଡା, ବିଜେଡି ସମ୍ପାଦକ ତରୁଣ କୁମାର ପଣ୍ଡା,ନୀଳମଣି ପଟ୍ଟନାୟକ, ପ୍ୟାରୀମୋହନ ପାଢି, ମନୋଜ କୁମାର ପଲେଇ, କାଉନସିଲର ଶ୍ୟାମଘନ ବେହେରା, କୃଷ୍ଣ ଚନ୍ଦ୍ର ସାହୁ, ଯୁଧିଷ୍ଠିର ସ୍ଵାଇଁ, କୃଷ୍ଣ ଚନ୍ଦ୍ର ଦାସ,ସନାତନ ନାହାକ,ବିଜେଡି ନେତା ପ୍ରଦୀପ କୁମାର ପଣ୍ଡା,ଗୈରହରି ସାମନ୍ତରା, ଗୋପାଳ ସାହୁ ପ୍ରମୁଖଙ୍କ ସହ ବିଜେଡି ର ଶତାଧିକ ମହିଳା ପୁରୁଷ କର୍ମୀ ଯୋଗ ଦେଇଥିଲେ |

nis-ad
Leave A Reply

Your email address will not be published.