ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ରର ଉଦଘାଟନ

ନବରଙ୍ଗପୁର : ଆଜି ଭାରତ ସରକାରଙ୍କର ମହିଳା ଓ ଶିଶୁ ବିକାଶ ମନ୍ତ୍ରଣାଳୟ ତରଫରୁ ପୋଷଣ ମାସ ପାଳନ ଅବସରରେ ସାରା ଦେଶରେ ୧୧,୦୦୦ ରୁ ଉର୍ଦ୍ଧ ସକ୍ଷମ ଅଙ୍ଗନବାଡି କେନ୍ଦ୍ର ଉଦଘାଟିତ ହୋଇଯାଇଛି । ଆଜି ଏହି କ୍ରମରେ ନବରଙ୍ଗପୁର ଜିଲ୍ଲାରେ ୧୭୬ ଟି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ ହୋଇଛି।ଏହି ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ସ୍ଥାପନ ର ମୁଖ୍ୟ ଉଦ୍ଧେଶ୍ୟ ପ୍ରାରମ୍ଭିକ ବାଲ୍ୟ ଅବସ୍ଥା ରେ ଯତ୍ନ ଓ ଶିକ୍ଷା, ପୋଷଣ ବାଟିକା, ଅଡିଓ ଭିଜୁଆଲ, ଶୁଦ୍ଧ ପାନୀୟ ଜଳ ବ୍ୟବସ୍ଥା, ଶାରୀରିକ,ମାନସିକ ଓ ଭାବନାତ୍ମକ ବିକାଶ ଉପରେ ଧ୍ୟାନ ଦିଆଯାଉଛି।ଉମରକୋଟ ବ୍ଲକ ଅନ୍ତର୍ଗତ ବାଟିବେଡ଼ା ଠାରେ ସକ୍ଷମ ଅଙ୍ଗନବାଡ଼ି କେନ୍ଦ୍ର ଉଦଘାଟନ କାର୍ଯ୍ୟକ୍ରମରେ ମାନ୍ୟବର ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ,ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ଶ୍ରୀଯୁକ୍ତ ନିତ୍ୟାନନ୍ଦ ଗଣ୍ଡ ଯୋଗ ଦେଇ ଉପସ୍ଥିତ ଜନସାଧାରଣ,ମା ଓ ଶିଶୁ ମାନଙ୍କୁ ଉତ୍ସାହିତ କରିଥିଲେ।ସେଭଳି ଡ଼ାବୁଗାଁ ବ୍ଲକ ଅନ୍ତର୍ଗତ ବେରିପଦର ଠାରେ ଜିଲ୍ଲାପାଳ ଡ଼ା ଶୁଭଙ୍କର ମହାପାତ୍ର ସକ୍ଷମ ଅଙ୍ଗନବାଡ଼ି କୁ ଉଦ୍ଘାଟନ କରିବା ସହ ପ୍ରାକ୍ ବିଦ୍ୟାଳୟ ଶିଶୁମାନଙ୍କ ସହ ବେଶ କିଛି ସମୟ ଅତିବାହିତ କରିଥିଲେ।

nis-ad
Leave A Reply

Your email address will not be published.