‘ନବୀନଙ୍କ ସମୟରେ ହିଁ ବଦଳିଛି ନଗଡା ଚିତ୍ର’

ଭୁବନେଶ୍ବର: ରବିବାର ଯାଜପୁର ବଡଚଣାରେ ଆୟୋଜିତ ବିଜେପି ସଦସ୍ୟତା ଗ୍ରହଣ କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜେଡି ଓ ସୁପ୍ରିମୋଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ । ଯାହାକୁ ନେଇ ଆଜି ପ୍ରତିକ୍ରିୟା ରଖିଛନ୍ତି ବରିଷ୍ଠ ବିଜେଡି ନେତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡାଇ ।

ଏନେଇ ଘଡେଇ କହିଛନ୍ତି, ନବୀନ ବାବୁଙ୍କ ସମୟରେ ହିଁ ଯାଜପୁରର ଅନେକ ବିକାଶ ହୋଇଛି । ସବୁ ଯେ ବିକାଶ ହୋଇଛି, ତାହା ନୁହେଁ; କିଛି କାମ ବାକି ଅଛି । କିନ୍ତୁ ନବୀନଙ୍କ ସମୟରେ ନଗଡ଼ା ଚିତ୍ର ବଦଳିଛି । ତେଣୁ ଯାହା ବି ବାକି ଅଛି,ବିଜେପି ପାଖରେ ସୁଯୋଗ ଅଛି, କାମକୁ ଆଗେଇ ନେଇପାରିବେ । କିନ୍ତୁ ମୁଖ୍ୟମନ୍ତ୍ରୀଙ୍କ ପରିବାରବାଦ ମନ୍ତବ୍ୟକୁ ସେ ଗ୍ରହଣ କରିପାରୁନାହାନ୍ତି ବୋଲି କହିଛନ୍ତି ପ୍ରଫୁଲ୍ଲ ଘଡାଇ ।

ତେବେ କହିରଖୁଚୁ, ଗତକାଲି ମୁଖ୍ୟମନ୍ତ୍ରୀ କହିଥିଲେ, ବିଜେଡି ବିକାଶ ନାଁରେ ଯାଜପୁରର ବିନାଶ କରିଛି । ଯାଜପୁରର ନଗଡ଼ା ଅପପୃଷ୍ଟି କଥା ରାଜ୍ୟ ନୁହେଁ ପୁରା ଦେଶରେ ଚର୍ଚ୍ଚାରେ ଥିଲା । ଖାଇବାକୁ ନପାଇ ପ୍ରାୟ ୧୫ ଶିଶୁଙ୍କ ଜୀବନ ଯାଇଥିଲା । ଯାଜପୁରର ଗୁରୁବାରୀ ମାଉସୀ ଚାକୁଣ୍ଡା ପତ୍ର ଭାଜି ଖାଇଥିଲେ ଏଥିସହିତ ନାଁ ନନେଇ ଯାଜପୁରର ୩ ବିଜେଡି ନେତାଙ୍କ ଉପରେ ବର୍ଷିଥିଲେ ମୁଖ୍ୟମନ୍ତ୍ରୀ । ବିକାଶ ନାଁରେ ୩ ପରିବାର ଯାଜପୁରକୁ ଲୁଟିଛନ୍ତି ବୋଲି କହିଥିଲେ ।

nis-ad
Leave A Reply

Your email address will not be published.