ଡିପ୍ ଥୋରିଆ ରୋଗ ସଂକ୍ରମଣ ହେବାପରେ ପହଁଚିଲେ ବିଶେଷଜ୍ଞ ଟିମ

ମାଲକାନଗିରି : ମାଲକାନଗିରି ଜିଲାରେ WHO ର ଏକ ସ୍ବତନ୍ତ୍ର ଟିମ୍ । କିଛି ଦିନ ତଳେ ଚିତ୍ରାଙ୍ଗପାଲି ଆଶ୍ରମ ବିଦ୍ୟାଳୟରେ ଡିପ୍ ଥୋରିଆ ରୋଗ ସଂକ୍ରମଣ ହେବା ପରେ ଥଣ୍ଡା କାଶ ଜନିତ ରୋଗର ଶିକାର ହୋଇ ଶିବୁ ମାଡକାମୀ ନାମକ ଜଣେ ଛାତ୍ରୀଙ୍କ ମୃତ୍ୟୁ ହୋଇଥିଲା । ପରେ କାଲିମେଳା ମେଡିକାଲର ଏକ ଡାକ୍ତର ଟିମ୍ ଚିତ୍ରାଙ୍ଗପାଲି ସ୍କୁଲରେ ପହଞ୍ଚି ସ୍ବାପ ଟେଷ୍ଟ ପାଇଁ କୋରାପୁଟ ମେଡିକାଲ କଲେଜକୂ ପଠାଇ ଥିଲା । ହେଲେ ପରିକ୍ଷାରୁ ଜଣା ପଡିଲା ସାଙ୍ଘାତିକ ସଂକ୍ରମଣର ତଥ୍ୟ । ଯାହାକୁ ଚିହ୍ନଟ କରିଛନ୍ତି କୋରାପୁଟ ମେଡିକାଲ କଲେଜର ଏକ ସ୍ୱତନ୍ତ୍ର ଡାକ୍ତର ଟିମ୍ । ବର୍ତ୍ତମାନ ସୁଦ୍ଧା 12 ଜଣ ଛାତ୍ର ଏହି ରୋଗରେ ସଂକ୍ରମିତ ହୋଇଥିବା ବେଳେ 6 ଜଣ ଏବେ କାଲିମେଳା ମେଡିକାଲରେ ଚିକିତ୍ସିତ ହେଉଛନ୍ତି ଓ ଜଣେ ଛାତ୍ର କୋରାପୁଟ ମେଡିକାଲ କଲେଜରେ ଚିକିତ୍ସିତ ହେଉଥିବା ଜଣାପଡିଛି । ଏହି ଘଟଣା ପରେ ସଜାଗ ହୋଇଛି ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ । ପ୍ରତେକ ଛାତ୍ର ଛାତ୍ରୀଙ୍କୁ ଚିକିତ୍ସା କରିବା ସହ ସଂକ୍ରମଣ ଯେମିତି ଆଗକୁ କାୟା ବିସ୍ତାର ନକରିବ ସେନେଇ ଅନୁଧ୍ୟାନ କରୁଛି WHO ର ଏକ ରାଜ୍ୟ ସ୍ତରୀୟ ଟିମ୍ । ସାତ ଜଣିଆ ଡାକ୍ତରୀ ଟିମ ପ୍ରଥମେ ଚିତ୍ରାଙ୍ଗପାଲି ବିଦ୍ୟାଳୟ ଓ ପରେ କାଲିମେଳା ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି ।

nis-ad
Leave A Reply

Your email address will not be published.