ପୁଣି ହିଜବୁଲ୍ଲା ଉପରେ ଇସ୍ରାଏଲର ଆକ୍ରମଣ, ନସରଲ୍ଲା ପରେ ଗୁଇନ୍ଦା ସୁରକ୍ଷାର ଟପ କମାଣ୍ଡର ମୃତ

ହିଜବୁଲ୍ଲାକୁ ଆଉ ଏକ ଝଟକା । ହିଜବୁଲ୍ଲା ପଛରେ ପଡିଯାଇଛି ଇସ୍ରାଏଲ ସେନା । ହିଜବୁଲ୍ଲାର ମୁଖ୍ୟ କମାଣ୍ଡର ହସନ ନସରୁଲ୍ଲାକୁ ହତ୍ୟା କରିବା ପରେ ପୁଣି ଜଣେ ଟପ୍‌ କମାଣ୍ଡରକୁ ହତ୍ୟା କରିଛି ଇସ୍ରାଏଲ । ଇସ୍ରାଏଲର ଆକ୍ରମଣରେ ହିଜବୁଲ୍ଲା ଗୁଇନ୍ଦା ସୁରକ୍ଷାର ଟପ କମାଣ୍ଡର ନବିଲ କ୍ୱାକ୍‌ ପ୍ରାଣ ହରାଇଛନ୍ତି ।

କ୍ୱାକ୍‌ ହିଜବୁଲ୍ଲାର ବରିଷ୍ଠ କମାଣ୍ଡରଙ୍କ ପାଖ ଲୋକ ଥିଲା । ଇସ୍ରାଏଲର ନାଗରିକଙ୍କ ଉପରେ ଆତଙ୍କୀ ଆକ୍ରମଣରେ ସାମିଲ ଥିଲା । ୧୯୮୦ରେ ହିଜବୁଲ୍ଲାରେ ସାମିଲ ହୋଇଥିଲା । ନିଜ କାମରେ ଟପ୍‌ ରହିଥିଲା । ସେ ନିଜ କାର୍ଯ୍ୟକାଳରେ କମାଣ୍ଡର, ଡେପୁଟି କମାଣ୍ଡର ଏବଂ ଅପରେସନାଲ କାଉନସିଲରେ ଡେପୁଟି କମାଣ୍ଡର ଭାବେ କାମ କରୁଥିଲା ।

ସୂଚନାଯୋଗ୍ୟ, ଗତକାଲି ଇସ୍ରାଏଲ ହିଜବୁଲ୍ଲାର ମୁଖ୍ୟ ହସନ ନସରଲ୍ଲାକୁ ହତ୍ୟା କରିଥିଲା । ହସନ ନସରଲ୍ଲାଙ୍କ ସହିତ ତାଙ୍କ ଝିଅ ଏବଂ ହିଜବୁଲ୍ଲାର ଟପ୍‌ କମାଣ୍ଡର ୟାସିନର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ଉପରେ ଅାକ୍ରମଣ କରିଥିବା ଆଇଡିଏଫର କହିବା କଥା ଯେ, ହିଜବୁଲ୍ଲାର ଟପ କମାଣ୍ଡର ୟାସିନ ଇସ୍ରାଏଲରେ ଥିବା ଇସ୍ରାଏଲ ସନୋ ଓ ଜନବସତିକୁ ଚିହ୍ନଟ କରୁଥିଲେ । ଏହାପରେ ହିଜବୁଲ୍ଲା ସଗେୁଡ଼ିକୁ ଟାର୍ଗଟେ କରୁଥିଲା । ହିଜବୁଲ୍ଲାର ରକଟେ, ମିଶାଇଲ ଓ ଡ୍ରୋନ ୟୁନିଟ ସହ ସମନ୍ୱୟ ରକ୍ଷା କରି ୟାସିନ କାର୍ଯ୍ୟ କରୁଥିଲେ । ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲା କମାଣ୍ଡର ଇବ୍ରାହିମ ଅକିଲର ମୃତ୍ୟୁ ହୋଇଥିଲା । ଅକିଲର ପରିଚୟ ହିଜବୁଲ୍ଲାର ରାଡଓ୍ୱାନ ଫୋର୍ସର କମାଣ୍ଡର ଭାବେ ଜଣାଶୁଣା ।

ଇସ୍ରାଏଲର ଏୟାର ଷ୍ଟ୍ରାଇକରେ ହିଜବୁଲ୍ଲାର ମୁଖ୍ୟ ନସରଲ୍ଲାଙ୍କ ଝିଅ ଜୈନାବ ମଧ୍ୟ ପ୍ରାଣ ହରାଇଛନ୍ତି । ଦକ୍ଷିଣ ବେରୁଟରେ ଇସ୍ରାଏଲ ଏକାଧିକ କୋଠାକୁ ଟାର୍ଗଟେ କରିଥିଲା । ଏହା ମଧ୍ୟରୁ ଗୋଟିଏ କୋଠାରେ ଜୈନାବ ରହୁଥିଲେ । ବୋମା ମାଡ଼ ଯୋଗୁ ତାଙ୍କର ମୃତ୍ୟୁ ହୋଇଥିବା ଖବର ମିଳିଛି ।

ଲେବଲାନର ରାଜଧାନୀ ବେରୁଟରେ ଅନେକ ସ୍ଥାନରେ ୫,୦୦୦ରୁ ଅଧିକ ପେଜର ଏବଂ ଓ୍ୱାକିଟକି ବ୍ଲାଷ୍ଟ ହୋଇଥିଲା । ଘଟଣାରେ ୧୨ ଜଣଙ୍କର ମୃତ୍ୟୁ ହୋଇଥିବା ୩,୦୦୦ ଲୋକ ଆହତ ହୋଇଥିଲେ ।

nis-ad
Leave A Reply

Your email address will not be published.