ଫେଲ୍ ମାରିଲା ଆମ୍ବୁଲାନ୍ସ, ଟ୍ରଲିରେ ବୁହା ହେଲେ ରୋଗୀ

ଅନୁଗୁଳ : ନାବାଳକ ଟ୍ରଲିରେ ଶୋଇଛନ୍ତି । ଜ୍ବରରେ ତାଙ୍କ ଦେହ ହାତ ଥରୁଛି । ସେ ଘୋଡ଼ାଇ ମଧ୍ୟ ହୋଇଛନ୍ତି । ସେହି ଥର ଥର ଦେହରେ ଟ୍ରଲିରେ ଅସି ପହଞ୍ଚିଛନ୍ତି ମେଡିକାଲରେ । ଆପଣ ଭାବୁଥିବେ ଆଜିକାଲି ଟେକ୍ନୋଲୋଜି କେତେ ଆଗରେ ପହଞ୍ଚିଲାଣି । ଗାଡ଼ି ମୋଟରର ତ କୌଣସି ଅସୁବିଧା ନାହିଁ ସବୁ ସ୍ଥାନରେ ଚାଲୁଛି ଗାଡ଼ି ମୋଟର । ହେଲେ ଏ ଯୁଗରେ ପୁଣି ଏପରି କିଏ ବା ମେଡିକାଲକୁ ଆଣେ । କିନ୍ତୁ ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ସମ୍ମୁଖରେ ।

ରାତି ପ୍ରାୟ ୧୨ ଟା ହେବ । ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଏକ ଟ୍ରଲିରେ ବୁହା ହୋଇ ରୋଗୀ ଆସିଥିବା ଦେଖିବାକୁ ମିଳିଥିଲା । ବନାରସ୍ ଅଞ୍ଚଳର ଜଗଦୀଶ କୁମାରଙ୍କ ସ୍ତ୍ରୀ ଏବଂ ପୁଅ ଏକାସାଥିରେ ଅସୁସ୍ଥ ହୋଇପଡ଼ିଥିଲେ । ଦୁହିଁଙ୍କୁ ପ୍ରବଳ ଜ୍ବର ହେବା ସଙ୍ଗେ ସଙ୍ଗେ ଗୁରୁତର ହୋଇପଡ଼ିଥିଲେ । ଏହା ଦେଖି ସହି ପାରିନଥିଲେ କଣ କରିବେ କିଛି ଭାବି ପାରି ନଥିଲେ ଜଗଦୀଶ । ସେ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସକୁ ଫୋନ୍ କରିଥିଲେ । କିନ୍ତୁ ଆମ୍ବୁଲାନ୍ସ ଆସି ପହଞ୍ଚି ନଥିଲା ଜଗଦୀଶଙ୍କ ନିକଟରେ । ତେଣୁ ସେ ଉପାୟ ଶୂନ୍ୟ ହୋଇ ଅନ୍ଧାର ରାତିରେ ନିଜେ ଟ୍ରଲିରେ ବୋହି ବୋହି ଆଣି ପୁଅକୁ ମେଡିକାଲରେ ପହଞ୍ଚାଇଥିଲେ ।

ବନାରସ୍ ଅଞ୍ଚଳର ଜଗଦୀଶ କୁମାରଙ୍କ ପୁଅ ବୀର୍ କୁମାର । ତାଙ୍କୁ ବୟସ ୧୨ ବର୍ଷ ହେବ। ସନ୍ଧ୍ୟାରେ ଦେହ ଅସୁସ୍ଥ ହୋଇଥିଲା। ରାତି ଅଧିକ ହେବାରୁ ଦେହ ସ୍ୱାସ୍ଥ୍ୟବସ୍ଥା ଗୁରୁତର ହୋଇଥିଲା । ବୀରଙ୍କ ବାପା ଜଗଦୀଶ ପରିବାର ଲୋକଙ୍କ ସହ ଅନୁଗୋଳ ସହରର ହେମସୁରପଡା ଅଞ୍ଚଳରେ ରହି କାର୍ଯ୍ୟ କରନ୍ତି । ବୀର୍ ର ଦେହ ଖରାପ ହେବା ଦେଖି ପରିବାର ଲୋକ ଆମ୍ବୁଲାନ୍ସ କୁ ଫୋନ କରିଥିଲେ। କିନ୍ତୁ ଆମ୍ବୁଲାନ୍ସ ଆସିବାରେ ବିଳମ୍ବ ହେବାରୁ ବାଧ୍ୟ ହୋଇ ଜଗଦୀଶ ଏବଂ ତାଙ୍କ ପରିବାର ଲୋକେ ଏକ ଟ୍ରଲି ଯୋଗେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଆଣିଥିଲେ।

ସରକାରଙ୍କ ଦ୍ବାରା ଲୋକଙ୍କ ସ୍ୱାସ୍ଥ୍ୟବସ୍ଥା ନେଇ ଅନେକ ସୁବିଧା କରାଯାଇଥିଲେ ମଧ୍ୟ ରାତି ଅଧରେ ଏପରି ହଇରାଣ ହେଉଛନ୍ତି ରୋଗୀ । ବର୍ତ୍ତମାନ ଟ୍ରଲିରେ ରୋଗୀ ବୁହା ହେବା ଭଳି ସମ୍ବେଦନଶୀଳ ଘଟଣା ବୁଦ୍ଧି ଯିବି ମହଲରେ ବେଶ୍ ଚର୍ଚ୍ଚାର ବିଷୟ ପାଲଟିଛି । ଏନେଇ କାହାର ପ୍ରତିକ୍ରିୟା ମିଳିପାରିନାହିଁ । ବର୍ତ୍ତମାନ ବୀର ସୁସ୍ଥ ହୋଇଯାଇଥିବା ଜଣାପଡ଼ିଛି ।

nis-ad
Leave A Reply

Your email address will not be published.