ବ୍ଲକସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ

ଗଞ୍ଜାମ/ବୁଗୁଡା : ସ୍ଥାନୀୟ ପିପୁଲ୍ସ ହାଇସ୍କୁଲରେ ବୁଗୁଡା ବ୍ଲକ ସ୍ତରୀୟ ବିଜ୍ଞାନ ପାଠଚକ୍ର ଅନୁଷ୍ଠିତ ହୋଇଯାଇଛି । ପ୍ରଧାନ ଶିକ୍ଷକ କାଳି ଚରଣ ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ବିଇଓ ଚିନ୍ମୟ ମହାପାତ୍ର ଉଦଘାଟନ କରିଥିଲା ବେଳେ ଏଥିରେ ୨୧ଟି ଉଚ୍ଚ ବିଦ୍ୟାଳୟର ଛାତ୍ରଛାତ୍ରୀ ପ୍ରତିଯୋଗୀ ଭାବେ ଅଂଶ ଗ୍ରହଣ କରିଥିଲେ ଏବଂ ପାଠଚକ୍ରର ଶିରୋନାମା ” ଆର୍ଟିଫିସ୍ଆଲ୍ ଇଣ୍ଟେଲିଜେନ୍ସ : ପୋଟେନସଲ୍ ଆଣ୍ଡ୍ କନସର୍ଣ୍ଣସ୍ ” ରହିଥିଲା । ଏଥିରେ ବିଚାରକ ଭାବେ ଆଞ୍ଚଳିକ ବିଜ୍ଞାନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ଯାପକ ଜ୍ଞାନଚାନ୍ଦ ଗୌଡ ଓ କାହ୍ନୁ ଚରଣ ଦାସ ଯୋଗ ଦେଇ କୃତି ପ୍ରତିଯୋଗୀଙ୍କୁ ଚୟନ କରିଥିଲା ବେଳେ ପିପୁଲ୍ସ ହାଇସ୍କୁଲର ଛାତ୍ର ରାଜବୀର ମିଶ୍ର-ପ୍ରଥମ, ବିରଞ୍ଚିପୁର ରାଧାକୃଷ୍ଣ ହାଇସ୍କୁଲର ଛାତ୍ରୀ ଦିବ୍ଯାଙ୍ଗିନୀ ବେବର୍ତ୍ତା-ଦ୍ବିତୀୟ ଓ କରସିଙ୍ଗି ଉନ୍ନିତ ଉଚ୍ଚ ବିଦ୍ୟାଳୟର ଛାତ୍ରୀ ପୂଜା ନାୟ ନାୟକ-ତୃତୀୟ ସ୍ଥାନ ହାସଲ କରିଥିଲେ। ଆଲୋଚନା ଚକ୍ରର ସମସ୍ତ ପ୍ରତିଯୋଗୀଙ୍କୁ ପ୍ରମାଣ ପତ୍ର ପ୍ରଦାନ କରାଯାଇଥିଲା ବେଳେ ଶୀର୍ଷାନୁକ୍ରମରେ କୃତି ପ୍ରତିଭାଗୀ ତ୍ରୟଙ୍କୁ ପୁରସ୍କୃତ କରାଯାଇଥିଲା। ଏହି କାର୍ଯ୍ୟକ୍ରମର ପରିଶେଷରେ ବିଜ୍ଞାନ ଶିକ୍ଷକ ପ୍ରଶାନ୍ତ କୁମାର ଗୌଡ ଧନ୍ୟବାଦ ଅର୍ପଣ କରିଥିଲେ ।

nis-ad
Leave A Reply

Your email address will not be published.