ଆଳୁ ପରେ ବଢିଲା ପିଆଜ ଦର

ଭୁବନେଶ୍ୱର: ପୁଣି ରାଜ୍ୟରେ ଉପରମୁହାଁ ହୋଇଛି ପିଆଜ ଦର । ସାରା ରାଜ୍ୟର ବିଭିନ୍ନ ସହରରେ ବଢିଛି ପିଆଜ ଦର । ତେବେ ରାଜଧାନୀ ଭୁବନେଶ୍ୱରରେ ବର୍ତ୍ତମାନ ପିଆଜ ଦର କିଲୋ ପ୍ରତି ୭୦ ଟଙ୍କାରେ ପହଞ୍ଚିଥିବାବେଳେ, କଟକରେ କିଲୋ ପିଛା ୬୦ ଟଙ୍କାରେ ବିକ୍ରି ହେଉଛି ପିଆଜ । ଯାହା ଏବେ ଖାଉଟିଙ୍କ ମୁଣ୍ଡ ବିନ୍ଧାର କାରଣ ପାଲଟିଛି ।

ଆଳୁ ପରେ ଗତ ୨ ମାସ ହେବ ଲଗାତର ଭାବେ ପିଆଜ ଦର ବୃଦ୍ଧି ପାଇବାରେ ଲାଗିଛି । ତେବେ ମହାରାଷ୍ଟ୍ର ର ନାସିକରେ ପିଆଜର ଦର ବୃଦ୍ଧି ପାଇଥିବାରୁ ରାଜ୍ୟରେ ମଧ୍ୟ ଦର ବଢି ଚାଲିଥିବା ସୂଚନା ରହିଛି ।

ଅନ୍ୟପଟେ ବ୍ୟବସାୟୀ ସଂଘ ଅଭିଯୋଗ କରିଛନ୍ତି ଯେ, କର୍ପୋରେଟ ସଂସ୍ଥାର ଦର ନିର୍ଦ୍ଧାରଣ ଯୋଗୁଁ ପିଆଜ ଦର ବଢୁଛି । ସରକାର ନାଫେଡ୍ ଜରିଆରେ ପିଆଜ ଆଣୁଥିଲେ ସୁଦ୍ଧା ଏହି ଦରରେ କୌଣସି ପରିବର୍ତ୍ତନ ଆସୁନାହିଁ ।

nis-ad
Leave A Reply

Your email address will not be published.