ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି, ଯୁବତୀଙ୍କୁ ବର୍ଷେ ହେଲା ୱାନ ସାଇଡ ଲଭ କରି କରୁଥିଲେ ପ୍ରେମ ନିବେଦନ

ଯାଜପୁର ଟାଉନ : ପଦାରେ ପଡିଲା କନେଷ୍ଟବଳଙ୍କ ୱାନ ସାଇଡ ଲଭର ଗୁମର । ବର୍ଷେ ହେଲା ଯୁବତୀଙ୍କୁ କରୁଥିଲେ ନାକେଦମ । ଜୋର ଜବରଦସ୍ତି କରୁଥୁଲେ ପ୍ରେମ ନିବେଦନ । ଆଉ ରାଜି ନହେଲେ ମାଡ ମାରୁଥିଲେ, ମାନସିକ ନିର୍ଯାତନା ଦେଉଥିଲେ । ଏମିତି ଭାବେ ବିଗତ ଗୋଟେ ବର୍ଷ ହେଲା ସେ ମହିଳାଙ୍କୁ ହଇରାଣ କରିଆସୁଥିଲେ । ଏତେ ଦିନ ଧରି ନିର୍ଯାତନା ସବୁଥିବା ମହିଳା ଜଣଙ୍କ ଆଜି ଶେଷରେ ମୁହଁ ଖୋଲିଛନ୍ତି ।

କେତେ ଦିନ ବା ଆଉ ସହିଥାନ୍ତେ, ପୋଲିସ ବାବୁ ଭାବି ମହିଳା ସାହସ କରିପାରୁନଥିଲେ କାହାକୁ ନିଜ ସହ ହେଉଥିବା ଅତ୍ୟାଚାର ସମ୍ପର୍କରେ କହିବେ । ଆଜି ମୁହଁ ଖୋଲି କ୍ୟାମେରା ଆଗରେସବୁ କହିଦେଲେ । ଯେ କେମିତି ଆଉ କେତେ ଦିନ ଧରି ମହିଳାଙ୍କୁ ସେ ହଇରାଣ କରିଆସୁଥିଲେ । ନିଜେ ଜଣେ ପୋଲିସ ଅଧିକାରୀ ହେଇ ପ୍ରେମରେ ଅନ୍ଧ ହୋଇ ଆଇନ କୁ ହାତକୁ ନେଇଥିଲେ ଏ କନେଷ୍ଟବଳ । ଭାବିଥିଲେ କେହି ଜାଣିପାରିବେନି ତାଙ୍କ ଗୁମର । ଏମିତି ଭାବେ ମହିଳାଙ୍କ ସହ କରିଚାଲିଥିବେ ଆଉ କାହାକୁ ଜଣା ପଡ଼ିବନି । ହେଲେ ସବୁଦିନ ତ ସମାନ ନଥାଏ, ତେଣୁ ଆଜି ସମସ୍ତଙ୍କ ଆଗରେ ଖୋଲି ଯାଇଛି କନେଷ୍ଟବଳଙ୍କ ଭଦ୍ର ମୁଖା ।

ହଁ ଆଜ୍ଞା ଫାଣ୍ଡି କନେଷ୍ଟବଳଙ୍କ ଦବଙ୍ଗଗିରି ଏବେ ସାମ୍ନାକୁ ଆସିଛି । ମହିଳା ନର୍ସଙ୍କୁ ପ୍ରେମ ନିବେଦନ କରି ବିଫଳ ହେବାରୁ ନର୍ସଙ୍କ ଘରେ ପଶି ଆକ୍ରମଣ କଲେ କନେଷ୍ଟବଳ । ଯାଜପୁର ରାମବାଗ ଫାଣ୍ଡିର କନେଷ୍ଟବଳ ଜିତେନ୍ଦ୍ର ବିଶ୍ଵାଳଙ୍କ ବିରୋଧରେ ମଙ୍ଗଳପୁର ଥାନାରେ ଅଭିଯୋଗ ହୋଇଛି । ଆଉ ଜଣେ ପୋଲିସ କର୍ମଚାରୀଙ୍କ ନାଁରେ ଏମିତି ସଂଗୀନ ଅଭିଯୋଗ ପାଇବା ପରେ ପରେ ମଙ୍ଗଳପୁର ପୋଲିସ କନେଷ୍ଟବଳଙ୍କୁ ଗିରଫ କରିଛି ।

ତେବେ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳ ରାତିଅଧରେ ମଙ୍ଗଳପୁର ଅଞ୍ଚଳରେ ନର୍ସଙ୍କର ଭଡ଼ାଘରେ ପଶି ପ୍ରେମ ନିବେଦନ କରିଥିଲେ । ମାତ୍ର ସଂପୃକ୍ତ ନର୍ସ କଥା ନ ମାନିବାରୁ ତାଙ୍କୁ ସେ ନିସ୍ତୁକ ମାଡ଼ ମାରିଥିବାର ଅଭିଯୋଗ ହୋଇଛି। ସମ୍ପୃକ୍ତ କନେଷ୍ଟବଳଙ୍କ ଘର ଦଶରଥପୁର ବ୍ଲକ ଶୁଶୁଆ ପଞ୍ଚାୟତ ଗରଢ଼ିଅ ଗ୍ରାମରେ । ସେ ଦୀର୍ଘ ଏକ ବର୍ଷ ହେଲା ପ୍ରେମ ନିବେଦନ କରିବା ସହ ବାରମ୍ବାର ଶାରୀରିକ ଏବଂ ମାନସିକ ନିର୍ଯାତନା ଦେଇ ଆସୁଥିଲେ। ସମ୍ପୃକ୍ତ କନେଷ୍ଟବଳଙ୍କ କଥାରେ ନର୍ସ ଅରାଜି ହେବାରୁ ଗତକାଲି ରାତିରେ ନର୍ସଙ୍କ ଘରେ ପଶି କନେଷ୍ଟବଳ ଜଣକ ପ୍ରେମ ନିବେଦନ କରିଥିଲେ। ଏଥିରେ ରାଜି ନ ହେବାରୁ ନର୍ସଙ୍କୁ ଅସଦାଚରଣ କରିବା ସହ ନିସ୍ତୁକ ମାଡ଼ ମାରିଥିଲେ ।

ଏନେଇ ସଂପୃକ୍ତ ନର୍ସ ମଙ୍ଗଳପୁର ଥାନା ଲିଖିତ ଅଭିଯୋଗ କରିଥିଲେ। ଅଭିଯୋଗ କୁ ଭିତ୍ତି କରି ମଙ୍ଗଳପୁର ପୁଲିସ କନେଷ୍ଟବଳ ଜିତେନ୍ଦ୍ର ବିଶ୍ୱାଳଙ୍କୁ ଗିରଫ କରିଥିବା ଥାନା ଅଧିକାରିଣୀ ଚିନ୍ମୟୀ ସାହୁ ସୂଚନା ଦେଇଛନ୍ତି । ଏଥିସହ ଅଭିଯୋକାରିଣୀଙ୍କ ଡାକ୍ତରୀ ମାଇନା ସହ ବୟାନ ରେକର୍ଡ କରାଯାଇଛି । ତେବେ କହିବାକୁ ଚାହିଁବୁ ଯେ ଏହାକୁ ନେଇ କନେଷ୍ଟବଳଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନି ।

ଏହା ନିହାତି ଭାବେ ଏକ ସଂଗୀନ ଘଟଣା । ଦୁନିଆରେ ଏମିତି ଅନେକ ମହିଳା ଯୁବତୀ ଅଛନ୍ତି ସେମାନେ ଏମିତି ଅତ୍ୟାଚାରକୁ ବର୍ଷ ବର୍ଷ ଧରି ସହୁଛନ୍ତି ହେଲେ ଅସଲ ଭଦ୍ର ମୁଖ ପିନ୍ଧା ଲୋକ ସହଜରେ ସମାଜରେ ବୁଲୁଛନ୍ତି । ଆଜି ନର୍ସ ଜଣଙ୍କ ଏପରି ଉଦ୍ୟମ ନ କରିଥିଲେ ହୁଏତ ଏ କନେଷ୍ଟବଳଙ୍କ ବିଷୟରେ କେହି ଜାଣିପାରିନଥାନ୍ତେ ।

nis-ad
Leave A Reply

Your email address will not be published.