ମାଛ କରିଦେଲା ଲକ୍ଷପତି, ୯ଟି ମାଛର ଦାମ୍ ୧୫ଲକ୍ଷ ଟଙ୍କା

ଜଳେଶ୍ୱର : ମାଛ ପାଇଁ ବଦଳିଗଲା ମତ୍ସ୍ୟଜୀବୀଙ୍କ ଭାଗ୍ୟ । ମାଛ କରିଦେଲା ଲକ୍ଷପତି । ଶୁଣିବାକୁ ଆଶ୍ଟର୍ଯ୍ୟ ଲାଗୁଥିଲେ ବି କଥାଟି ସତ। ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଥିଲା ଦାମିକିଆ ମାଛ । ଏହି ଦାମିକିଆ ମାଛର ନାମ ତେଲିଆ ଶିଳା । ମତ୍ସଜୀବୀଙ୍କ ଜାଲରେ ପଡିଥିଲା ଗୋଟିଏ କି ଦୁଇଟି ନୁହେଁ ଏକାବେଳକେ ୯ଟି ଶିଳା ମାଛ । ଯାହାର ଓଜନ ୧କ୍ୱିଣ୍ଟାଲ ୯୯କିଲୋଗ୍ରାମ୍ ରହିଥିଲା ।

ତେବେ ୯ଟି ମାଛର ଦାମ୍ କେତେ ଜାଣିଛନ୍ତି? ଶୁଣିଲେ ଚକିତ ହୋଇଯିବେ ଆଜ୍ଞା ।  ୯ଟି ମାଛର ଦାମ୍ ୧୫ ଲକ୍ଷ ଟଙ୍କା । ଓଡ଼ିଶା ସୀମାନ୍ତବର୍ତ୍ତୀ ପଡ଼ୋଶୀ ପଶ୍ଚିମବଙ୍ଗର ଦୀଘା ମୁହାଣରେ ମତ୍ସ୍ୟଜୀବୀଙ୍କ ଜାଲ ରେ ଧରା ପଡ଼ିଛି ଏହି ଦାମିକିଆ ତେଲିଆ ଶିଳା ମାଛ । ତେବେ ୯ ଟି ମାଛକୁ କିଲୋପ୍ରତି ୭ହଜାର ୨୦୦ଟଙ୍କାରେ ବିକ୍ରି ହୋଇଥିବା ନେଇ ସୂଚନା ମିଳିଛି । ଏବେ ଆପଣଙ୍କ ମନରେ ନିହାତୀ ପ୍ରଶ୍ନ ଉଠୁଥିବା ଏତେ ଟଙ୍କା ମାଛ କିଏ ପୁଣି କିଣିଲା ?

ଯାହା ସୂଚନା ମିଳିଛି, କଲିକତାର ଏକ କମ୍ପାନୀ ଏହି ମାଛ କିଣି ନେଇଛି । ପଶ୍ଚିମବଙ୍ଗ ନନ୍ଦିଗ୍ରାମ ଅଞ୍ଚଳର ଶେଖ ରୋହିମୁଲଙ୍କ ବାବା ସାହେବ ନାମକ ଟ୍ରଲର ଜାଲରେ ଧରାପଡ଼ିଥିଲା ଏହି ତେଲିଆ ଶିଳା ମାଛ । ଦୀଘା ମୁହାଣରେ ବାବା ସାହେବ ମାଛ ଅଡ଼ତକୁ ନିଲାମ ପାଇଁ ୯ଟି ତେଲିଆ ଶିଳା ମାଛ ଆସିଥିବା ବେଳେ ମାଛକୁ ଦେଖିବା ପାଇଁ ସ୍ଥାନୀୟ ଲୋକ ଏବଂ ପର୍ଯ୍ୟଟକଙ୍କ ଭିଡ଼ ଜମିଥିଲା ।

ସୂଚନା ଥାଉକି, ଏହି ମାଛ ଔଷଧ ପ୍ରସ୍ତୁତରେ ବ୍ୟବହୃତ ହେଉଥିବାରୁ ଏହାର ଯଥେଷ୍ଟ ଚାହିଦା ରହିଛି । ମାତ୍ର ଏହି ତେଲିଆ ଶିଳା ମାଛ ଗଭୀର ସମୂଦ୍ରରେ କ୍ୱଚିତ ଦେଖିବାକୁ ମିଳିିଥାଏ । ମେଲ ଓ ଫିମେଲ ମାଛ ଦେଖି ଏବଂ ଅଧିକ ଓଜନ ଅନୁସାରେ ମାଛର ମୂଲ୍ୟ ନିର୍ଦ୍ଧାରଣ କରାଯାଇଥାଏ । ସେଥି ସକାଶେ ତେଲିଆ ମାଛର ବଜାରରେ ବହୁ ଚଢ଼ା ମୂଲ୍ୟରେ ନିଲାମ ହୋଇଥାଏ ।

nis-ad
Leave A Reply

Your email address will not be published.