ଆସିକାରେ ଥିବା ୯୯ ପ୍ରତିଶତ ବ୍ୟକ୍ତିଙ୍କ ନିଜସ୍ୱ ଗୃହର ପଟ୍ଟା ନାହିଁ…


ପଟ୍ଟା ନଥିବାଯୋଗୁଁ ମହାଜନ ମାନଙ୍କ ହାତରେ ବନ୍ଧା ପଡୁଛି ଘରଦ୍ୱାର …..!
ଵ୍ରହ୍ମପୁର : ଗଞ୍ଜାମ ଜିଲ୍ଲାର ଆସିକା ସହରର ପଟ୍ଟା ନଥିବାରୁ ଆବଶ୍ୟକ ସ୍ଥଳେ ବ୍ୟାଙ୍କରୁ ଋଣ ନ ମିଳିବା କାରଣରୁ ବହୁ ବ୍ୟକ୍ତି ମହାଜନ ଖୋଜିବା ଆରମ୍ଭ କରନ୍ତି। ଏଭଳି ସ୍ଥିତିରେ ବିନା କାଗଜପତ୍ରରେ ଋଣ ଦେବା ପାଇଁ ବହୁ ଗୋଷ୍ଠୀ ଆରମ୍ଭ କରିଛନ୍ତି ଋଣ ପ୍ରଦାନ ଅଫିସ । ନା ଅଛି ଅନୁମତି ନ ଅଛି ନିୟମ। କିନ୍ତୁ ପ୍ରଶାସନ ର ଆଖି ରେ ଧୁଳି ଦେଇ ଏହି ମହାଜନୀ ବ୍ୟବସାୟ ବହୁଳ ଭାବେ ବୃଦ୍ଧି ପାଇଛି।ଗତମାସ ରେ କୋଟିନଡ଼ା ଥାନା ଇଲାକାରେ ମହାଜନୀ କାରବାର କରୁଥିବା ଦୁଇ ଗୋଷ୍ଠୀ ମୁହାଁମୁହିଁ ହେବା ପରେ ଆସିକା ଅଞ୍ଚଳରେ  ପୋଲିସ ପ୍ରଶାସନ ର ଦୃଷ୍ଟି ଆଡୁଆଳ ରେ  ମହାଜନୀ କାରବାର କିଭଳି ଚାଲିଛି ତାହା ସମସ୍ତ ଙ୍କୁ ଚକିତ କରୁଛି । କେବଳ ଆସିକା ଓ କୋଟିନଡ଼ା ଥାନା ଇଲାକାରେ ୧୦ ରୁ ଅଧିକ ମହାଜନୀ କାରବାର ଅଫିସ ଚାଲିଛି। ଏହି ବ୍ୟବସାୟ କେବଳ ଆସିକା ରେ ସୀମିତ ରହିନାହିଁ ଏହା ଏବେ ସମଗ୍ର ଗଞ୍ଜାମ ଜିଲ୍ଲାରେ ବ୍ୟାପିବାରେ ଲାଗିଛି।ବାର୍ଷିକ ଶତ ପ୍ରତିଶତ ସୁଧ ହିସାବରେ ଚାଲିଛି ଏହି ବେଆଇନ କାର୍ଯ୍ୟ। ବିନା କାଗଜ ପତ୍ର ରେ ସୁଧ କାରବାର ଏବେ ଋଣ ନେଉଥିବା ପରିବାର କୁ ସର୍ବସ୍ୱାନ୍ତ କରୁଛି। ଋଣ ସୁଝି ନ ପାରିଲେ ମହାଜନି ଗୋଷ୍ଠୀ କେଉଁଠି ମାଡ଼ ମାରି ଟଙ୍କା ଛଡାଉଛନ୍ତି, ଗାଡି ଛଡାଇ ନେଉଛନ୍ତି ତ କେଉଁଠି ଘର ଦଖଲ କରୁଛନ୍ତି।

ଏଭଳି ସ୍ଥିତିରେ ଋଣ ନେଇଥିବା ପରିବାର ଗାଁ ଛାଡି ଦାଦନ ଖଟିବା କୁ ଯାଉଛି। ଗତ କିଛି ମାସ ହେଲା ଏହି ବ୍ୟବସାୟ ଅହେତୁକ ଭାବେ ବୃଦ୍ଧି ପାଇଛି। ଗୋଟିଏ ପରିବାର ୧୦ ହଜାର ଟଙ୍କା କରଜ ନେଲେ ତାକୁ ମାସିକ ୧୫ ପ୍ରତିଶତ ସୁଧ ରେ ପ୍ରତି ସପ୍ତାହରେ ଏକ ହଜାର ଲେଖାଏ ଦଶ ସପ୍ତାହ ରେ ୧୦ ହଜାର ଏବଂ ସୁଧ ୧୫ ଶହ ମୋଟ ୧୧୫୦୦ ଫେରାଇବା କୁ ହେଉଛି। ପ୍ରତି ସପ୍ତାହରେ ସୁଧ ମୂଳ ନ ମିଳିଲେ ମହାଜନୀ ଗୋଷ୍ଟି ଋଣ ନେଇଥିବା ପରିବାର ଦାଣ୍ଡରେ ରୁଣ୍ଡ ହୁଅନ୍ତି। ଏଭଳି ସ୍ଥିତି ରେ ଘରୁ ଗାଡି ସୁନା ଯାହା ପାଇଲେ ଆଣନ୍ତି। ଋଣ ଦେଇଥିବା ଫାଇନାନ୍ସ ସଂସ୍ଥା ଋଣ ସୁଝି ନଥିବା କରାଜଦାର ଠାରୁ ଗାଡି ଛଡ଼ାଇଲେ ସେମାନଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ହେଉଥିବା ବେଳେ କେବେ କରଜଦାର ପୋଲିସ ର ଦ୍ୱାରାସ୍ତ ନ ହେବା କାରଣ ରୁ ଏହି କାରବାର ବଢି ଚାଲିଛି। ପ୍ରତି ଗୋଷ୍ଟି ରେ ୧୦ ଉର୍ଦ୍ଧ୍ବ ଯୁବକ ଟଙ୍କା ଲଗାଇ ସୁଧ କାରବାର କରୁଛନ୍ତି। ରାଜ୍ୟ ସରକାର ଆସିକା ପାଇଁ ଏକ ସ୍ୱତନ୍ତ୍ର ଭାବେ ବିକ୍ରି କରିବାକୁ ଚାହୁଁଥିବା ବ୍ୟକ୍ତିଙ୍କ ଗୃହ ଜମିକୁ ଅନ୍ତତଃ ପକ୍ଷେ ରେଜିଷ୍ଟ୍ରେସନ ପାଇଁ ଆଦେଶ ଦେଲେ ବହୁ ଗରିବ ଏହି ମହାଜନୀ ମାନଙ୍କ ଶୋଷଣ ରୁ ବର୍ତ୍ତିଯିବେ ବୋଲି ସାଧାରଣ ରେ ଦାବୀ ହେଉଛି।

nis-ad
Leave A Reply

Your email address will not be published.