ଓଏସଏପି ଅଷ୍ଟମ ବାଟାଲିୟନ ଓ ମା’ ରାମଚଣ୍ଡୀ ପୂଜା କମିଟି ମିଳିତ ଉଦ୍ୟମରେ ମା’ ରାମଚଣ୍ଡୀଙ୍କ ଶକ୍ତିପୀଠରେ ବିଶାଳ ସଫେଇ ଅଭିଯାନ

ଛତ୍ରପୁର : ପାର୍ବଣ ଋତୁର ଆଗମନରେ ଓଡ଼ିଶାର ସମସ୍ତ ଶକ୍ତିପୀଠ ଚଳଚଞ୍ଚଳ ହୋଇଉଠିଛି। ଠିକ ସେହିପରି ମା’ ରାମଚଣ୍ଡୀ ଶକ୍ତିପୀଠରେ ଏଥର ଷୋଡ଼ଶ ଦିନାତ୍ମକ ପୂଜା ସେପ୍ଟେମ୍ବର ୨୪ ତାରିଖରୁ ଆରମ୍ଭ ହୋଇ ଅକ୍ଟୋବର ୧୦ ତାରିଖ ପର୍ଯ୍ୟନ୍ତ ଚାଲିବ। ବେଦ ଧ୍ୱନି, ମନ୍ତ୍ର ଉଚ୍ଚାରଣ ସହ ବିଭିନ୍ନ ବେଶରେ ପ୍ରତିଦିନ ମା’ ରାମଚଣ୍ଡୀ ଭକ୍ତଙ୍କୁ ଦର୍ଶନ ଦେବେ ତଥା ମନ୍ଦିର ତରଫରୁ ପ୍ରତ୍ୟେକ ଦିନ ରାତ୍ରୀ ସମୟରେ ସମସ୍ତ ଭକ୍ତମାନଙ୍କ ପାଇଁ ପ୍ରସାଦ ବ୍ୟବସ୍ଥା କରାଯାଇଛି ବୋଲି ମନ୍ଦିର ସଂଯୋଜକ କମଳ ପଣ୍ଡା ସୂଚନା ଦେଇଛନ୍ତି।

ଷୋଡ଼ଶ ଦିନାତ୍ମକ ପୂଜା ସମୟରେ ଶ୍ରଦ୍ଧାଳୁଙ୍କର ଭିଡକୁ ନଜର ରଖି ଆଜି ପୂଜା ଆରମ୍ଭ ପୂର୍ବରୁ ରାମଚଣ୍ଡୀ ଶକ୍ତିପୀଠ ଥିବା ପାହାଡ଼ ଉପରେ ପୂଜା କମିଟି ଉପଦେଷ୍ଟା ତଥା ଛତ୍ରପୁର ଏସଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ରଙ୍କ ନେତୃତ୍ୱରେ ଗଞ୍ଜାମ ଜିଲ୍ଲାର ବିଭିନ୍ନ ଅଞ୍ଚଳରୁ ଆସିଥିବା ସ୍ବେଚ୍ଛାସେବୀ ତଥା ଓଏସଏପି ଅଷ୍ଟମ ବଟାଲୀୟନର ଅଧିକାରୀ ଓ କର୍ମଚାରୀଙ୍କ ସହଯୋଗରେ ଏକ ବିଶାଳ ସଫେଇ କାର୍ଯ୍ୟକ୍ରମ କରାଯାଇଥିଲା। ଏଥିରେ ମନ୍ଦିର ଟ୍ରଷ୍ଟି ଲଷ୍ମୀନୃସିଂହ ପଣ୍ଡା, ପରିଚାଳନା କମିଟି ସମ୍ପାଦକ ରବୀନ୍ଦ୍ର କୁମାର ପଣ୍ଡା, ସହ ସଂଯୋଜକ ତୁଷାର ଶତପଥୀ, ପୂଜା କମିଟି ଉପଦେଷ୍ଟା ସନ୍ତୋଷ ମିଶ୍ର, କେ. ସତ୍ୟନାରାୟଣ ରେଡି, ପୂଜା କମିଟି ସଭାପତି ତଥା ସ୍ଥାନୀୟ ସରପଞ୍ଚ ଶ୍ରୀ ଅଜୟ ନାୟକ, ଶଙ୍କର ନାୟକ, ଓକିଲ ଲସିତ ବେହେରା, ରାଜେନ୍ଦ୍ର ବେହେରା, ଲକ୍ଷ୍ମୀଧର ପ୍ରଧାନ, ସମାଜସେବୀ ମନୋଜ ମିଶ୍ର, ମନୋରଞ୍ଜନ ବେହେରା, ମାଧବ ସାସମଲ, ଦିନେଶ ମହାନ୍ତି, ଏସ. ରବି, ସନ୍ତୋଷ ରେଡ୍ଡୀ, ଦୀପକ ବେହେରା, ସନ୍ତୋଷ ପଣ୍ଡା, ମୁନା ଗୌଡ଼, ଉପେନ୍ଦ୍ର ବେହେରା, ସୁଧୀର ମହାରଣା ପ୍ରମୁଖ ସଦସ୍ୟ ଯୋଗ ଦେଇ ସାହାଯ୍ୟର ହାଥ ବଢ଼ାଇ ମନ୍ଦିର ଚତୁର୍ପାଶ୍ୱ ପରିଷ୍କାର କରିଥିଲେ। ଏହି କାର୍ଯ୍ୟକ୍ରମ ସକାଳ ୭ ଟାରୁ ଆରମ୍ଭ ହୋଇ ଦିବା ୧୦ଘଟିକା ପର୍ଯ୍ୟନ୍ତ ଚାଲିଥିଲା। ସର୍ବଶେଷରେ ମନ୍ଦିର ମନ୍ଦିର ଟ୍ରଷ୍ଟର ଅଧକ୍ଷ ଶ୍ରୀ ବିନୋଦ କୁମାର ପାଢ଼ୀ ଓଏସଏପି ଅଷ୍ଟମ ବଟାଲୀୟନର କମାଣ୍ଡାଣ୍ଟ ଶ୍ରୀ ଶାରଦା ପ୍ରସାଦ ଦାଶଙ୍କୁ ଏହି ସ୍ୱଚ୍ଛତା କାର୍ଯ୍ୟରେ ସହଯୋଗ ପାଇଁ ଧନ୍ୟବାଦ ଦେବା ସହ ସମସ୍ତ ସ୍ବେଚ୍ଛାସେବୀଙ୍କୁ ଷୋଡ଼ଶ ଦିନାତ୍ମକ କାର୍ଯ୍ୟକ୍ରମରେ ଏହିପରି ସହାୟତାର ହାତ ବଢାଇବାକୁ ଅନୁରୋଧ କରିଥିଲେ।

nis-ad
Leave A Reply

Your email address will not be published.