ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ, ଗିରଫ ହୋଇପାରନ୍ତି ଥାନାର ନିଲମ୍ବିତ ଆଇଆଇସି

ଭୁବନେଶ୍ବର :  ଭରତପୁର ଥାନା ବିବାଦରେ ତନାଘନା ତଦନ୍ତ ।  ଗିରଫ ହୋଇ ପାରନ୍ତି ଥାନାର ନିଲମ୍ବିତ ଆଇଆଇସି ଦୀନକୃଷ୍ଣ ମିଶ୍ର ।  ଆର୍ମୀ ମେଜର ଓ ବାନ୍ଧବୀଙ୍କୁ ମାଡ଼ ଓ ଯୌନ ନିର୍ଯାତନା ଘଟଣାରେ ତଦନ୍ତ ଚଳାଇଛି କ୍ରାଇମବ୍ରାଞ୍ଚ ।  ୧୨୦ ବାଟାଲିଅନରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିଛି ତଦନ୍ତକାରୀ ଟିମ୍ ।  ଘଟଣାଦିନ କଣ ଘଟିଥିଲା ତାହା ଜାଣିବାକୁ ପ୍ରୟାସ କରିଛି କ୍ରାଇମବ୍ରାଞ୍ଚ ।  ତଦନ୍ତର ଅଗ୍ରଗତି ଓ କାର୍ଯ୍ୟାନୁଷ୍ଠାନ ରିପୋର୍ଟ ନେଇ ଜାତୀୟ ମହିଳା କମିସନଙ୍କୁ ରିପୋର୍ଟ ପ୍ରଦାନ କରିଛି କ୍ରାଇମବ୍ରାଞ୍ଚ ।

ସେପ୍ଟେମ୍ବର ୧୫ ତାରିଖ ମଧ୍ୟରାତିରେ ଭରତପୁରରେ ରାସ୍ତାରେ ମେଜର ଓ ତାଙ୍କ ବାନ୍ଧବୀଙ୍କ ସହ କଣ କରିଥିଲେ ୭ ଅଭିଯୁକ୍ତ ?  ଅଭିଯୁକ୍ତଙ୍କୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି ଚନ୍ଦକା ଥାନା ପୋଲିସ । ସେପଟେ ପୋଲିସକୁ ନେଇ କ୍ରାଇମସିନ ରିକ୍ରିଏଟ କରିଛି କ୍ରାଇମବ୍ରାଞ୍ଚ ।  ଭରତପୁର ଥାନାରେ କଣ ଘଟିଥିଲା, କେମିତି ଘଟିଥିଲା ତାର ଡେମୋ ଦେଖାଇଛନ୍ତି ନିଲମ୍ବିତ ପୋଲିସ କର୍ମଚାରୀ ।  ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ରଙ୍କ ସମେତ ନିଲମ୍ବିତ ଅନ୍ୟ ପୋଲିସ କର୍ମଚାରୀଙ୍କୁ ଜେରା କରିଛି କ୍ରାଇମବ୍ରାଞ୍ଚ ।  ଏପଟେ ନିଲମ୍ବିତ ପୋଲିସଙ୍କ ପାଇଁ ଆଗକୁ ବାହାରିଛି ପୋଲିସ ସଂଘ ।

nis-ad
Leave A Reply

Your email address will not be published.