ଭରତପୁର ଥାନାରେ ମେଜରଙ୍କୁ ମାଡ଼ମରା ଅଭିଯୋଗ: ପୂର୍ବତନ ସେନା କର୍ମଚାରୀଙ୍କ ବିକ୍ଷୋଭ

ଭୁବନେଶ୍ବର: ଭୁବନେଶ୍ବର ଭରତପୁର ଥାନାରେ ଜଣେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଅଭିଯୋଗ ମାମଲାରେ କଡ଼ା କାର୍ଯ୍ୟାନୁଷ୍ଠାନ ଦାବିରେ ପୂର୍ବତନ ସେନା କର୍ମଚାରୀଙ୍କ ବିକ୍ଷୋଭ । ନ୍ୟାୟିକ ତଦନ୍ତ ଦାବି କରିଛନ୍ତି । ପୋଲିସ କମିଶନରଙ୍କୁ ଭେଟିଛନ୍ତି ପୂର୍ବତନ ସେନା କର୍ମଚାରୀ ସଂଘ ।  କାର୍ଯ୍ୟାନୁଷ୍ଠାନ ପାଇଁ ପୋଲିସ କମିଶନରଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି ।

ସେପଟେ ଭରତପୁର ଥାନାରେ ସେନା ମେଜର ଓ ତାଙ୍କ ବାନ୍ଧବୀଙ୍କୁ ମାଡ଼ମରା ଅଭିଯୋଗ ମାମଲାରେ ପୂର୍ବତନ ଆଇଆଇସିଙ୍କ ସମେତ ୫ ପୋଲିସ ଅଧିକାରୀ ସସପେଣ୍ଡ । ଭରତପୁର ଥାନାର ତତ୍କାଳୀନ ଆଇଆଇସି ଦୀନକୃଷ୍ଣ ମିଶ୍ର, ସବ ଇନସପେକ୍ଟର ବୈଶାଳିନୀ ପଣ୍ଡା, ଏଏସଆଇ ସଲିଳାମୟୀ ସାହୁ ଓ ସାଗରିକା ରଥଙ୍କୁ ଚାକିରିରୁ ନିଲମ୍ବନ କରାଯାଇଛି । ସେହିପରି କନେଷ୍ଟବଳ ବଳରାମ ହାଁସଦା ମଧ୍ୟ ସସପେଣ୍ଡ ହୋଇଛନ୍ତି । କର୍ତ୍ତବ୍ୟରେ ଅବହେଳା ପାଇଁ ୫ ପୋଲିସ ଅଧିକାରୀଙ୍କ ବିରୋଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନେଇଛନ୍ତି ଡିଜିପି ୱାଇ ବି ଖୁରାନିଆ ।  ଏଭିତରେ ଆସିଛି କ୍ରାଇମବ୍ରାଞ୍ଚର ପ୍ରାଥମିକ ତଦନ୍ତ ରିପୋର୍ଟ । ରିପୋର୍ଟ ନେଇ ADG କ୍ରାଇମବ୍ରାଞ୍ଚ DGPଙ୍କ ସହ ଆଲୋଚନା କରିଛନ୍ତି। ଯେ କୌଣସି ସମୟରେ ଏନେଇ ହୋଇପାରେ ଖୁଲାସା । ଆଜି କ୍ରାଇମବ୍ରାଞ୍ଚ ଟିମ ମେଜର ଗୁରବନ୍ତ ସିଂ ଓ ତାଙ୍କ ବାନ୍ଧବୀଙ୍କ ବୟାନ ରେକର୍ଡ କରିପାରେ ।

ସୂଚନା ଅନୁସାରେ ଗତ ଶନିବାର ରାତି ଅଧରେ ଭୁବନେଶ୍ବର ଭରତପୁର ଥାନା ଅଞ୍ଚଳରେ କେତେକ ଦୁବୃର୍ତ୍ତଙ୍କ ଆକ୍ରମଣର ଶିକାର ହୋଇଥିଲେ ସେନା ମେଜର ଗୁରୁବନ୍ତ ସିଂ ଓ ତାଙ୍କ ବାନ୍ଧବୀ । ଦୁର୍ବୃତ୍ତଙ୍କ ବିରୋଧରେ ଅଭିଯୋଗ ନେଇ ସେମାନେ ଭରତପୁର ଥାନାକୁ ଯାଇଥିଲେ । ତେବେ ଦୁର୍ବୃତ୍ତଙ୍କୁ ଧରିବା ବଦଳରେ ଭରତପୁର ଥାନା ପୋଲିସ ଓଲଟା ଅଭିଯୋଗକାରୀଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଥିଲା ।

nis-ad
Leave A Reply

Your email address will not be published.