ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ !

ପୂର୍ତ୍ତ ବିଭାଗ ନିର୍ମାଣାଧୀନ ରାସ୍ତା କାର୍ଯ୍ୟର କ୍ବାଲିଟି ଯାଞ୍ଚ କଲେ ବିଧାୟକ !

ଛତ୍ରପୁର : ଆକ୍ସନ ମୋଡ଼ରେ ଛତ୍ରପୁର ବିଧାୟକ କୃଷ୍ଣଚନ୍ଦ୍ର ନାୟକ । ପୂର୍ତ୍ତ ବିଭାଗର ରାସ୍ତା କାମ ତଦାରଖ କରିବା ସହ ବ୍ୟାପକ ରାସ୍ତା ନିର୍ମାଣ କାର୍ଯ୍ୟରେ ଅନିୟମିତତା ହୋଇଥିବା ନେଇ ଛତ୍ରପୁର ବିଧାୟକ କ୍ଷୋଭ ପ୍ରକାଶ କରିବା ସାଂଗକୁ ଉଦବେଗ ପ୍ରକାଶ କରିଛନ୍ତି । ମଙ୍ଗଳବାର ଗଞ୍ଜାମ ଜିଲ୍ଲାର ପାଲୁରୁ ଜଙ୍କସନ ଠାରୁ ପ୍ରୟାଗୀ ପର୍ଯ୍ୟନ୍ତ ନିର୍ମାଣାଧୀନ ରାସ୍ତା ନିର୍ମାଣ କାର୍ଯ୍ୟ ଅଚାନକ ବୁଲି ଦେଖିଲେ । ପୂର୍ତ୍ତ ବିଭାଗ ଅଧୀନରେ ଚାଲିଥିବା ରାସ୍ତା ନିର୍ମାଣ କାର୍ଯ୍ୟ ବୁଲି ଦେଖିବା ସହ କାର୍ଯ୍ୟର ତଦାରଖ କରିବା ସହ କ୍ବାଲିଟି ଯାଞ୍ଚ କରିଥିଲେ ।
ଉକ୍ତ ରାସ୍ତା ନିର୍ମାଣ କାର୍ଯ୍ୟରେ ବିଧାୟକ ବ୍ୟାପକ ଅନିୟମିତତା ଦେଖିବାକୁ ପାଇଥିଲେ । ରାସ୍ତା ନିର୍ମାଣରେ ପିଚୁର ପରିମାଣ ମାତ୍ରା କମ୍ ଥିବା ର ଦେଖି ଖୁବ୍ ଦୁଃଖିତ ହୋଇ ଉଦବେଗ ପ୍ରକାଶ କରିଛନ୍ତି । ଅଧିକାଂଶ ଜାଗାରେ ଥିକନେସ୍ ସଠିକ ନଥିବା ସହ ରାସ୍ତା ପାର୍ଶ୍ୱରେ ଥିବା ଜମିରୁ ମାଟି ଆଣି ପକାଉଥିବା ବେଳେ ସରକାରୀସ୍ତରୀୟ କୌଣସି ଅଧିକାରୀ କନିଷ୍ଠ ଯନ୍ତ୍ରୀ, ଆସିଷ୍ଟାଣ୍ଟ ଇଞ୍ଜିନିୟର ଙ୍କ ବିନା ତଦାରଖରେ ,କାହାରି ବିନା ଉପସ୍ଥିତିରେ ଏଭଳି କାର୍ଯ୍ଯ ଚାଲିଥିବା ବିଧାୟକ ଦେଖିବାକୁ ପାଇଥିଲେ । ଏହା ପରେ ଉକ୍ତ କାର୍ଯ୍ୟରେ ନିୟୋଜିତ ଥିବା ଜେ.ଇ.ଙ୍କୁ ଫୋନ କରି ଏହି ବିଷୟରେ ଅବଗତ କରାଇବା ସହ ତାଗିଦ୍ କରିଥିଲେ । ଏହି ରାସ୍ତା ଟି ପୁରୀ ଜିଲ୍ଲା ର କୃଷ୍ଣପ୍ରସାଦ ବ୍ଳକ୍ ବ୍ରହ୍ମଗିରି କୁ ସଂଯୋଗ କରୁଥିବା ବେଳେ ଏହି ରାସ୍ତା ଦେଇ ଦୈନିକ ହଜାର ହଜାର ଗାଡି, ମଟର, ବସ୍, ଟ୍ରକ୍ ଆଦି ପୁରୀ ଜିଲ୍ଲା ତଥା ପୁରୀ ସଦର ଅଭିମୁଖେ ଯାଇଥାଏ । ହେଲେ ଏଭଳି ନିମ୍ନମାନର କାର୍ଯ୍ୟ କରାଯାଉଥିବା ଯୋଗୁ ରାସ୍ତା ଅଳ୍ପ ଦିନରେ ଖରାପ ହେବାର ସମ୍ଭାବନା ଅଧିକ ଥିବା ଜାଣି ଏହାର ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ ଦିଗରେ ବିହିତ ପଦକ୍ଷେପ ଗ୍ରହଣ କରିଛନ୍ତି । ଏଣୁ କାମ ସଠିକ ନ ହେଲେ ଆଗାମୀ ଦିନରେ ଏ ବିଷୟରେ ଅନିୟମିତତା, ବ୍ୟାପକ୍ ହେରଫେର ଆଦି ର ତଦନ୍ତ କରାଯିବ ବୋଲି ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ କହିଛନ୍ତି ।

nis-ad
Leave A Reply

Your email address will not be published.