ଜଳ ହିଁ ଜୀବନ ପ୍ରକଳ୍ପ ଅଚଳ

ହିଞ୍ଜିଳିକାଟୁ : ହିଞ୍ଜିଳିକାଟୁ ପୌରପରିଷଦ ଅନ୍ତର୍ଗତ ବସଟର୍ମୀନାଲ ପରିସରରେ ୱାଟକୋ ତରଫରୁ ଜନସ୍ୱାସ୍ଥ୍ୟ ବିଭାଗ ଓ ମୁନିସୀପାଲଟି ପକ୍ଷରୁ ମାର୍କେଟ କମ୍ପ୍ଲେକ୍ସ ଠାରେ ନିର୍ମାଣ କରାଯାଇଥିବା ପାନୀୟ ଜଳ ହିଁ ଜୀବନ ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଫଳରେ ଵସଯାତ୍ରୀ,ବଜାରବାସୀ ଓ ଯାତ୍ରୀମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ପ୍ରକାଶ ଯେ, ହିଞ୍ଜିଳିକାଟୁ ବସଟର୍ମୀନାଲ ରେ ଦୈନିକ ୨୦୦ରୁ ରୁ‌ଉର୍ଦ୍ଧ ଵସ,ଅଟୋ,କାର ସହ ହଜାର ହଜାର ସଂଖ୍ୟାରେ ଲୋକେ ନିର୍ଭରଶୀଳ ହୋଇଥାନ୍ତି। ବ୍ରହ୍ମପୁର , ଭଞ୍ଜନଗର,ଆସିକା, ଶେରଗଡ଼,କଙ୍କୋରଡା ଆଦି ଅଞ୍ଚଳର ଲୋକେ ଏହି ବଜାର ଓ ବସ୍‌ଷ୍ଟାଣ୍ଡ ଉପରେ ନିର୍ଭର କରନ୍ତି। ଦୈନିକ ବହୁ ସଂଖ୍ୟକ ଯାତ୍ରୀ ଏଠାରୁ ବିଭିନ୍ନ ସ୍ଥାନକୁ ବସ୍‌ରେ ଯାଇଥାନ୍ତି। ଏହାକୁ ନଜରରେ ରଖି ଏକ ବର୍ଷ ବର୍ଷ ତଳେ ୱାଟକୋ ପକ୍ଷରୁ ପାନୀୟ ଜଳ ପ୍ରକଳ୍ପ ସ୍ଥାପନ କରାଯାଇଥିଲା। ମାତ୍ର ରକ୍ଷଣାବେକ୍ଷଣ ଅଭାବରୁ ଏହି ପ୍ରକଳ୍ପ ଦୀର୍ଘଦିନ ହେଲା ଅଚଳ ହୋଇପଡିଛି। ଫଳରେ ଟୋପେ ପାଣି ଲୋକଙ୍କୁ ମିଳିପାରୁ ନାହିଁ। ଜନସ୍ୱାସ୍ଥ୍ୟ ବିଭାଗ କିମ୍ବା ପ୍ୟୈରପରିଷଦ ପକ୍ଷରୁ ଏହାର ମରାମତି କରାଯାଉ ନ ଥିବାରୁ ସ୍ଥାନୀୟ ଅଞ୍ଚଳବାସୀଙ୍କ ମଧ୍ୟରେ ଅସନ୍ତୋଷ ଦେଖାଦେଇଛି। ଏ ସମ୍ପର୍କରେ ହିଞ୍ଜିଳିକାଟୁ ପୌରପରିଷଦ ନିର୍ବାହୀ ଅଧିକାରୀ ଯୁବୁଲି ଚରଣ ବେହେରା କହିଛନ୍ତି, ଅଚଳ ପଡ଼ିଥିବା ପ୍ରକଳ୍ପ ବିଷୟରେ ଜାଣିନଥିବା କହିଛନ୍ତି ଖୁବ ଶୀଘ୍ର ପ୍ରକଳ୍ପ କାର୍ଯ୍ୟକ୍ଷମ ହେବ ବୋଲି କହିଛନ୍ତି। ମାଁକନକଦୁର୍ଗା ବୁଲାବିକାଳି ସଂଘ ସଭାପତି ବିଶ୍ବମ୍ବର ସାହୁ, ସମ୍ପାଦକ ହରିହର ସାହୁ ଓ କୋଷାଧ୍ୟକ୍ଷ ନିଳାଞ୍ଚଳ ବେହେରା କହିଛନ୍ତି, ଅନେକ ଦିନ ହେଲା ଏହି ପାନୀୟ ଜଳ ପ୍ରକଳ୍ପ ଅଚଳ ପଡ଼ିଥିବାରୁ ବଜାରବାସୀ ହଇରାଣ ହେଉଛନ୍ତି। ମୁନିସୀପାଲଟି କର୍ତ୍ତୃପକ୍ଷ ଏଥିପ୍ରତି ତୁରନ୍ତ ଦୃଷ୍ଟି ଦେବା ଆବଶ୍ୟକ। ଅନ୍ୟପକ୍ଷରେ ହିଞ୍ଜିଳିକାଟୁ ଜନସ୍ବାସ୍ଥ୍ୟ ବିଭାଗ ଯନ୍ତ୍ରୀ ଶ୍ରୀଧର ଦାସ ଙ୍କ ସହ ଯୋଗାଯୋଗ କରିବାରୁ ଡ୍ରିଙ୍କ ଫ୍ରମ ଟେପ ମିଶନରେ ୨୪ଘଣ୍ଟିଆ ଜଳ ଯୋଗଣ ନିମନ୍ତେ ନୁଆ ପାଇପ ଲାଇନ୍ ରେ ଯୋଡାଯିବ ବୋଲି କହିଛନ୍ତି।

nis-ad
Leave A Reply

Your email address will not be published.