ଆସିକା ଟାଉନହଲରେ ବ୍ଲକ ଏବଂ ଏନଏସିସ୍ତରୀୟ ସୁଭଦ୍ରା ଯୋଜନାର ଶୁଭାରମ୍ଭ

ଉପକୃତ ହେବେ ୬୬ ହଜାର ସୁଭଦ୍ରା ହିତାଧିକାରୀ !
ଆସିକା : ଆସିକାର ସୋନା ମିନିଚୀନ ଟାଉନହଲ ଠାରେ ଭାରତର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଙ୍କ ୭୪ତମ ଜନ୍ମ ଦିବସ ଅଵସର ରେ ସୁଭଦ୍ରା ଯୋଜନାର ଶୁଭାରମ୍ଭ ହୋଇଯାଇଛି l ଏହି ଶୁଭ ଅଵସରରେ ଆସିକା ମାନ୍ୟବର ବିଧାୟକ ସରୋଜ କୁମାର ପାଢ଼ୀ, ତହସିଲଦାର ଅନିତା ପ୍ରିୟ ଦର୍ଶନୀ ବିଡ଼ିଓ ଫକୀର ଚରଣ ପରିଡା, ଉପଖଣ୍ଡ ଆରକ୍ଷୀ ଅଧିକାରୀ ସଞ୍ଜୟ କୁମାର ମହାପାତ୍ର, ଥାନା ଅଧିକାରୀ ରାଜେନ୍ଦ୍ର ପ୍ରସାଦ ପଟନାୟକ,ଏନ ଏ ସି କାର୍ଯ୍ୟ ନିର୍ବାହୀ ଅଧିକାରୀ ଲୋକନାଥ ବେଜ, ସିଡିପିଓ ଇନ୍ଦିରା ମହାପାତ୍ର, ସହକାରୀ ନିର୍ବାହୀ ଯନ୍ତ୍ରୀ ଅଶୋକ ଶତପଥୀ, କନିଷ୍ଠ ଯନ୍ତ୍ରୀ ଅଶୋକ ସେନାପତି,ପ୍ରମୁଖ ଉପସ୍ଥିତ ରହିଥିଲେ l ଗ୍ରାମଞ୍ଚଳଠାରୁ ଆରମ୍ଭ କରି ସହରଞ୍ଚଳ ର ୨୧ ବର୍ଷ ରୁ ୬୦ ବର୍ଷ ରୁ କମ ମହିଳା ହିତାଧିକାରୀ ମାନଙ୍କ ବ୍ୟାଙ୍କ ଜମା ଖାତା କୁ ବର୍ଷ କୁ ୧୦ ହଜାର ଟଙ୍କା ହିସାବରେ ୦୫ ବର୍ଷ ମଧ୍ୟରେ ମୋଟ ୫୦ ହଜାର ଟଙ୍କା ପ୍ରଦାନ କରାଯିବ l ଆସିକା ବ୍ଲକ ୨୭ ପଂଚାୟତ ଏବଂ ଏନ ଏ ସିର ୧୮ ଗୋଟି ୱାର୍ଡ ରେ ବର୍ତମାନ ସୁଦ୍ଧା ୬୬ ହଜାର ସୁଭଦ୍ରା ଫର୍ମ ବଣ୍ଟନ କରାଯାଇଛି l ଏହି ସୁଭଦ୍ରା ହିତାଧିକାରୀଙ୍କ ଖାତା କୁ ପ୍ରଥମେ ଏକ ଟଙ୍କା ପ୍ରଦାନ କରାଯାଇଛି l ପ୍ରଥମ କିସ୍ତି ଆଜି ବ୍ଲକ ଏବଂ ଏନ ଏ ସି ର ଅନେକ ମହିଳା ଙ୍କ ଜମା ଖାତାକୁ ୦୫ ହଜାର ଟଙ୍କା ପଠାଯିବା ବ୍ୟବସ୍ଥା ରାଜ୍ୟ ସରକାର ପକ୍ଷରୁ କରାଯାଇଛି l ବଡ଼ ବଡ଼ ଉଦ୍ୟୋଗୀ ମାନେ ଛୋଟ ଛୋଟ ଵ୍ୟବସାୟ ରୁ ଆଜି ବଡ଼ ହୋଇ ପରିଚିତ ହୋଇ ଛନ୍ତି l ସେହିପରି ମାନ୍ୟବର ପ୍ରଧାନମନ୍ତ୍ରୀ ମହିଳା ମାନଙ୍କୁ ସ୍ୱାବଲମ୍ବୀ କରିବା ପାଇଁ ଏହି ଆର୍ଥିକ ସହାୟତା ପ୍ରଦାନ କରିବା ଆରମ୍ଭ କରିଛନ୍ତି l ବ୍ଲକ ଏବଂ ଏନ ଏ ସି ସ୍ତରରୁ ମାନଦଣ୍ଡକୁ ଆଧାର କରି ମହିଳା ମାନେ ଏହି ଯୋଜନା ରେ ସାମିଲ କରାଯାଇଛି l ଆବେଦନ ର ଅବଧି କିଛି ନାହିଁ l ସେଥିପାଇଁ ମହିଳା ମାନେ ବ୍ୟସ୍ତ ହେବା ଆବଶ୍ୟକ ନାହିଁ l ସୁଭଦ୍ରା ଯୋଜନା ର ଶୁଭାରମ୍ଭ ଦିନ ଆମେ ମାନେ ଉପକୃତ ହେଉଥିବାରୁ ବହୁତ ଉତ୍ସlହିତ ରହିଛୁ ବୋଲି ହିତାଧିକାରୀ ପ୍ରକାଶ କରିଛନ୍ତି l ଏହି କାର୍ଯ୍ୟକ୍ରମ ରେ ବିପିସି ଚନ୍ଦ୍ର ଶେଖର ବେହେରା, ଅଞ୍ଚଳ ପରିଦର୍ଶିକା ଦୀପ୍ତି ଧୋବା, ଗୀତାଞ୍ଜଳି ଗୌଡ଼, କୁମୁଦିନୀ ପାତ୍ର, ସଂଯୁକ୍ତା ପାତ୍ର,ମହାସଙ୍ଘ ର ସଭାପତି,ସମ୍ପାଦକ, ସ୍ୱୟଂ ସହାୟକ ମହିଳା, ଅଙ୍ଗନବାଡ଼ି, ଆଶା କର୍ମୀ, ଏବଂ ସ୍ୱୟଂ ସହାୟକ ଦଳ ସଦସ୍ୟ ଯୋଗ ଦେଇଥିଲେ l ଶେଷରେ ଏନ ଏନଏସି କାର୍ଯ୍ୟନିର୍ବାହୀ ଯନ୍ତ୍ରୀ, ପ୍ରମୁଖ ଉପସ୍ଥିତ ରହିଥିଲେ l

nis-ad
Leave A Reply

Your email address will not be published.