ଗଛ ପଡ଼ି ଯାଇଥିବାରୁ ସିଲେରୁ ଚିତ୍ରକୋଣ୍ଡା ରାସ୍ତା ବନ୍ଦ

ଚିତ୍ରକୋଣ୍ଡା : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗୁଣ୍ଠାୱାଡାର ମୁଖ୍ୟ ରାସ୍ତାରେ ଗତ ୧୦ ତାରିଖରେ ଲଗାଣ ବର୍ଷା ଯୋଗୁଁ ୪ ଗୋଟି ଗଛ ପଡ଼ି ଯାଇଥିବାରୁ ସିଲେରୁ ଚିତ୍ରକୋଣ୍ଡା ରାସ୍ତା ବନ୍ଦ ହୋଇ ଯାଇଥିଲା । ଇତି ମଧ୍ୟରେ ପାଞ୍ଚ ଦିନ ବିତି ଯାଇଥିଲେ ସୁଦ୍ଧା ଏହା ବାବଦରେ କୌଣସି କାରଣ ବଶତଃ ଗ୍ରାମବାସୀ ପ୍ରଶାସନକୁ ଜଣାଇ ପାରି ନ ଥିଲେ । ଚିତ୍ରକୋଣ୍ଡା ତହସିଲର ଅତିରିକ୍ତ ତହସିଲଦାର ପ୍ରଶାନ୍ତ ଭତ୍ରା କିଛି କାର୍ଯ୍ୟରେ ସେହି ଅଞ୍ଚଳକୁ ଗସ୍ତ କରିବା ସମୟରେ ଜାଣିବାକୁ ପାଇଥିଲେ । ସେଠାରୁ ତୁରନ୍ତ ଫୋନ ଯୋଗେ ଚିତ୍ରକୋଣ୍ଡା ଅଗ୍ନିଶମ ଓ ଜରୁରୀକାଳୀନ ସେବାକେନ୍ଦ୍ର ମୁଖ୍ୟ ପ୍ରଶାନ୍ତ କୁମାର ମହାନ୍ତି ଙ୍କୁ ଯୋଗାଯୋଗ କରି ସମସ୍ୟା ବିଷୟରେ ଅବଗତ କରାଇଥିଲେ । ଶ୍ରୀ ମହାନ୍ତିଙ୍କ ନିର୍ଦେଶ କ୍ରମେ ଏକ ଟିମ ସକାଳ ୬:୩୦ ରୁ ଯାଇ ଗଛ କାଟିବା ସହ ରାସ୍ତା ସଫା କରିଥିଲେ । ସେଠାରେ ଏକ ବିରାଟ ତେନ୍ତୁଳି ଗଛ ଦୁଇଟି ମଧ୍ୟମ ଧରଣର ତେନ୍ତୁଳି ଗଛ ଓ ଗୋଟିଏ ନଡିଆ ଗଛ ପଡିଯାଇଥିଲା । ଏହି ଗଛ ସେଠାକାର ୱେଲଗୁରି ସାକାନାମା ନାମକ ବ୍ୟକ୍ତିଙ୍କ ଘର ଉପରେ ପଡି ୩ଟି ବଖରା ନଷ୍ଟ ହୋଇଯାଇଛି । ସେହି ଅଞ୍ଚଳର ଲୋକେ ଅଗ୍ନିଶମ କର୍ମୀଙ୍କୁ ସହଯୋଗ କରିଥିଲେ । ବିଶେଷ କରି କୁତାମା ରାଜେନ୍ଦ୍ର, ଡି ଚିନ୍ନା ରାଓ ଏଵଂ ୱେଲଗୁରି ରାଜେଶ ସମ୍ପୂର୍ଣ୍ଣ ଭାବେ ସହଯୋଗ କରିଥିଲେ । ଗ୍ରାମବାସୀ ଅତିରିକ୍ତ ତହସିଲଦାର ଏବଂ ଅଗ୍ନିଶମ ବିଭାଗ ମୁଖ୍ୟ ସମେତ ସମସ୍ତ କର୍ମୀଙ୍କୁ କୃତଜ୍ଞତା ଜଣାଇଛନ୍ତି ।

nis-ad
Leave A Reply

Your email address will not be published.