ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ଦିବସ ମହୋତ୍ସବ ଅନୁଷ୍ଠିତ

ମାଲକାନଗିରି : ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ଠାରେ ଅନୁଷ୍ଠିତ ହୋଇଯାଇଛି ଠାକୁର ଅନୁକୂଳଚନ୍ଦ୍ରଙ୍କର ୧୩୭ ତମ ଆବିର୍ଭାବ ଦିବସ ମହୋତ୍ସବ । ଏହି ପରିପ୍ରେକ୍ଷୀରେ ପ୍ରାତଃ ୫:୪୭ ସମୟରୁ ସମବେତ ପ୍ରାର୍ଥନା ସହ ସଦଗ୍ରନ୍ଥ ସମୂହ ପାଠ କରି ଜନ୍ମ ଲଗ୍ନ ଘୋଷଣା ପୂର୍ବକ ଦ୍ବୀପ ପ୍ରଜ୍ବଳନ ଓ ଶଙ୍ଖ ଧ୍ୱନି ଦିଆଯାଇଥିଲା । ସନ୍ଧ୍ୟା ସମୟରେ ପୁନର୍ବାର ସମବେତ ପ୍ରାର୍ଥନା ସହିତ ସତସଙ୍ଗ କାର୍ଯ୍ୟକ୍ରମ ଏବଂ ଭଜନ କୀର୍ତ୍ତନ କରାଯାଇଥିଲା । ଅଲେଖ ପ୍ରସାଦ ସ୍ୱାଇଁଙ୍କ ଦ୍ୱାରା ପରିଚାଳିତ ହୋଇଥିବା ଏହି ସମାରୋହରେ ଗ୍ରନ୍ଥପାଠ ବ୍ରଜବନ୍ଧୁ ନାୟକ ଓ ଭାର୍ଗବୀ ପଣ୍ଡା ଙ୍କ ଦ୍ଵାରା କରାଯାଇଥିଲା ।

ଭଜନ କୀର୍ତ୍ତନ ରେ ଧିରଜ କୁମାର ବିଶ୍ୱାସ, ଶଙ୍କର ଦାଶ, ରିତା ମହାରଣା, ବଳଭଦ୍ର ବିଶ୍ୱାଳ, ପ୍ରଶାନ୍ତ କୁମାର ମହାନ୍ତି, ଅନ୍ତର୍ଯ୍ୟାମୀ ଡାକୁଆ, ନକୁଳ ହନ୍ତାଳ ସମେତ ସମସ୍ତ ଭାଇ ଓ ମାଆ ମାନେ ସହଯୋଗ କରିଥିଲେ । ପ୍ରକାଶ ଚନ୍ଦ୍ର ମହାରଣା ଓ ଅଲେଖ ପ୍ରସାଦ ସ୍ୱାଇଁ ଯାଜନ କାର୍ଯ୍ୟକ୍ରମ ତୁଲାଇ ଥିଲେ । ଜୟ ରାଧେ ରାଧେ ଭଜନ ଗାନ କରି ସତସଙ୍ଗ ସମାପନ କରି ଆନନ୍ଦ ବଜାର ରେ ଅନ୍ନ ପ୍ରସାଦର ବ୍ୟବସ୍ଥା କରାଯାଇଥିଲା । ଉକ୍ତ ମହୋତ୍ସବ ଟି ମହା ଆନନ୍ଦ ର ସହ ସମ୍ପୂର୍ଣ୍ଣ ହୋଇଛି ।

nis-ad
Leave A Reply

Your email address will not be published.