ଆବାସ ହିତାଧିକାରୀଙ୍କୁ ଘର ବାଣ୍ଟିଲେ ମୋଦି, ଜନ୍ମଦିନ ଅବସରରେ ଖିରି ଖାଇଲେ

ଭୁବନେଶ୍ବର: ଗାଡକଣରେ ଆବାସ ହିତାଧିକାରୀଙ୍କୁ ଗୃହ ପ୍ରବେଶ କରାଇ ଘଣ ଚାବି ବଣ୍ଟନ କରିଛନ୍ତି ମୋଦି । ଏଥିସହିତ କିଛି ସମୟ ସେମାନଙ୍କ ସହ ଆଲୋଚନା କରିଛନ୍ତି । ଏହି ଭିତରେ ତାଙ୍କ ଜନ୍ମଦିନ ଅବସରରେ ଜଣେ ହିତାଧିକାରୀଙ୍କ ଘରକୁ ଯାଇ ଘରେ ଖିରି ଖାଇଛନ୍ତି ପ୍ରଧାନମନ୍ତ୍ରୀ ମୋଦି ।

ଓଡିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଭିନ୍ନ ଜନକଲ୍ୟାଣ ପ୍ରକଳ୍ପ ଓ ଯୋଜନାର ଶୁଭାରମ୍ଭ କରିବେ । ଆବାସ ଯୋଜନାରେ ଲୋକଙ୍କୁ ଘର ଚାବି ବଣ୍ଟନ କରିଛନ୍ତି । ଏହି ଅବସରରେ ଭୁବନେଶ୍ବର ବିମାନ ବନ୍ଦରରରୁ ସିଧା ଗାଡକଣ ଅଭିମୁଖେ ଯାଇଥିଲେ ମୋଦି । ସେଠି ଆବାସ ହିତାଧିକାରୀଙ୍କୁ ଭେଟି ଗୃହ ପ୍ରବେଶ କରାଇବା ସହିତ କିଛି ସମୟ ସେଠି ବିତାଇଥିଲେ । ଯେଉଁଥିରେ ମୋଟ ୧୦ ଲକ୍ଷ ହିତାଧିକାରୀଙ୍କୁ ଚାବି ବାଣ୍ଟିଛନ୍ତି ପ୍ରଧାନମନ୍ତ୍ରୀ ମୋଦି । ଏହି ଅବସରରେ ସେଠି ସେ ଖିରି ଖାଇବା ସହିିତ ତାଙ୍କ ଜନ୍ମଦିନ ଅବସରରେ ପ୍ରଭୁ ଜଗନ୍ନାଥଙ୍କ ଫଟୋ ମଧ୍ୟ ଉପହାରରେ ପାଇଥିଲେ । ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଓ ନଗର ଉନ୍ନୟନ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର ମଧ୍ୟ ଉପସ୍ଥିତ ଥିଲେ । ଏହା ପରେ ଜନତା ମଇଦାନ ଅଭିମୁଖ୍ୟ ଯାତ୍ରା କରିଥିଲେ ମୋଦି । 

nis-ad
Leave A Reply

Your email address will not be published.