ଗଞ୍ଜାମ ଜିଲ୍ଲା ରେ ଗୋଦିମିଡ଼ିଆ ମାଳ ମାଳ ଆଗକୁ ଦଶହରା ଗୁଆ ଦିଆ ଆରମ୍ଭ…!

ଅସଲି କିଏ..? ନକଲି କିଏ..? କହିବ କିଏ..??


ଵ୍ରହ୍ମପୁର:୧୬-୯ କିଛି ଦିନ ପରେ ଦଶହରା ଆରମ୍ଭ ହେବାକୁ ଯାଉଛି।ଗଞ୍ଜାମ ଜିଲ୍ଲାରେ ଗ୍ରମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ସରକାରୀ ବେସର କାରୀ, ଠିକାଦାର, ବ୍ୟବସାୟୀ ଙ୍କ ଠାରୁ ଦଶହରା ମାମୁଲି ନେବକୁ ଗୁଆ ଦିଆ ଆରମ୍ଭ ହୋଇଯାଇଛି। ଏବେ ଗଞ୍ଜାମ ଜିଲ୍ଲାରେ କପିପେଷ୍ଟ ଗୋଦି ମିଡ଼ିଆ ମାଳ ମାଳ ହୋଇ ଦୁଇ ଚକିଆ ଯାନ ରେ ପ୍ରେସ ଲେଖି ଏ ଦପ୍ତର ରୁ ସେ ଦପ୍ତର ଚକର କାଟୁଥିବା ଦେଖିବାକୁ ମିଳୁଛି। ଏହି କପି ପେଷ୍ଟ ଗୋଦି ମିଡ଼ିଆ ଯେ କୌଣସି ସାମ୍ବାଦିକ ଭାଇ ମାନଙ୍କ ପାଖରୁ ନିଉଜ ଖଣ୍ଡ ନେଇ ସେହି ନିଉଜ କୁ କପି ପେଷ୍ଟ କରି ନିଜର ଅଫିସ କୁ ପଠେଇ ଦିଅନ୍ତି। ତାପରେ ନିଉଜ ବାହାରିବାର ଅପେକ୍ଷା କରି ନିଉଜ ବାହାରିଲା ପରେ ବିଭିନ୍ନ ଗ୍ରୁପ ରେ ଭାଇରଲ କରି ଚା ଖଟିରେ ଢାଞ୍ଚା ମାରନ୍ତି ମୁଁ କେମିତି ଖବର କାଢ଼ିଛି ବୋଲି।ଏହି କପି ପେଷ୍ଟ ଗୋଦି ମିଡ଼ିଆ ଙ୍କୁ ଅଧିକ ଲୋକେ ପସନ୍ଦ କରନ୍ତି। ଅସଲି ସାମ୍ବାଦିକ କେବେ ବି ମୁଁ ଲେଖିଛି ବୋଲି କହେ ନାହିଁ। ଆଜିକାଲି ଅଧିକାଂଶ ୱେବ ମିଡ଼ିଆ ରେ ସହ ସହ କପି ପେଷ୍ଟ ଗୋଦି ମିଡ଼ିଆ ଓ ଟିପମରା ଗୋଦି ମିଡ଼ିଆ ମାଳ ମାଳ ରହିଛନ୍ତି। ଏବେ ଦଶହରା ପର୍ବ ଏହି ଗୋଦି ମିଡିଆ ପାଇଁ ପୁଷ ମାସ ସଦୃଶ୍ୟ ହୋଇଛି। ଏଭଳି କପି ପେଷ୍ଟ ଗୋଦି ମିଡ଼ିଆ ମାନଙ୍କୁ ପରିଚୟ ପତ୍ର ଖଣ୍ଡେ ଦେବା ପୂର୍ବରୁ ସେମାନଙ୍କ ଅଭିଜ୍ଞତା ଓ ଯୋଗ୍ୟତା ଭିତ୍ତିରେ କାର୍ଡ ଖଣ୍ଡେ ଦେଲେ ଅସଲି ସାମ୍ବାଦିକ ବଦନାମ ରୁ ବର୍ତ୍ତିଯାନ୍ତା। ଏଠାରେ ସୂଚନା ଥାଉକି ଖୋଦ ଗଞ୍ଜାମ ଜିଲ୍ଲାପାଳ ମଧ୍ୟ ଏହି ପରି ନକଲି ଓ ଗୋଦି ମିଡ଼ିଆ କୁ ପ୍ରଶ୍ରୟ ଦେଉଛନ୍ତି ବୋଲି ଗଣ ମାଧ୍ୟମରେ ଚର୍ଚ୍ଚା ହେଲାଣି l ପ୍ରଶାସନ ପାଖରେ ଅସଲି ଓ ନକଲି ର ଖବର ନାହିଁ କି ଯାଞ୍ଚ ବି ନାହିଁ l ଗଞ୍ଜାମ ଜିଲ୍ଲା ରେ ଖବର କାଗଜ ମାଲିକ ଓ ସମ୍ପାଦକ ମାନଙ୍କ କୌଣସି ଭୂମିକା ନାହିଁ କହିଲେ ଚଳେ l ଏଠାରେ ପ୍ରଶାସନ କିଛି ଗୋଦି ମିଡ଼ିଆ ଓ ଠକ ସାମ୍ବାଦିକ ମାନଙ୍କୁ ନେଇ ମଜା ନେଉଛନ୍ତି l ସାମ୍ବାଦିକ ର ସ ଅକ୍ଷର ଜାଣି ନଥିବା ସାମ୍ବାଦିକ ଆଜି ଶ୍ରେଷ୍ଠ l ବଟି ମାଗିବାହିଁ ଏମାନଙ୍କ ପେସା ପୂର୍ବତନ ଜିଲ୍ଲା ପାଳ ଏହାକୁ ନେଇ ତାଗିତ କରିଥିଲେ ଏବଂ ଜିଲ୍ଲାର ସମସ୍ତ କାର୍ଯ୍ୟାଳୟ କୁ ଚିଠା ବି କରି ଥିଲେ ନକଲି ଓ ଠକ ସାମ୍ବାଦିକ ମାନଙ୍କ ପରିଚୟ ନଜାଣି ଅଫିସ ଭିତରକୁ ପସାଇ ନଦେବା ପାଇଁ ଯାହାକି ଅତି ସ୍ୱାଗତ ଯୋଗ୍ୟ ପଦକ୍ଷେପ ଥିଲା l କିନ୍ତୁ ଜିଲ୍ଲାପାଳ ଙ୍କ ବଦଳି ପରେ ପୁଣି ସେୟା l ଯେଉଁଠି ଜିଲ୍ଲା ମୁଖିଆ ଏହି ଠକ ମାନଙ୍କୁ ପ୍ରଶ୍ରୟ ଦେଉଛନ୍ତି ଅନ୍ୟ ମାନଙ୍କ ଦୋଷ ରହିଲା କେଉଁଠି l ଏହି କପି ପେଷ୍ଟ ଗୋଦି ମିଡ଼ିଆ ଭାଇ ମାନେ ଥାନା, ତହସିଲ, ବ୍ଲକ, ଚିକିତ୍ସାଳୟ ଓ ବିଭିନ୍ନ ସରକାରୀ କାର୍ଯ୍ୟାଳୟ ରେ ଦଲାଲି କରୁଥିବା ଦେଖିବାକୁ ମିଳୁଛି ତଥାପି ପ୍ରଶାସନ ଚୁପ । କୌଣସି ସଭା ସମିତି, ହେଉ ବା ଘଟଣା ଘଟିଲେ ଏହି ଠକ ଓ ନକଲି ସାମ୍ବାଦିକ ସବୁ ଠାରୁ ଆଗୁଆ ଯାଇ ପହଞ୍ଚନ୍ତି। ବର୍ତ୍ତମାନ ଦଶହରା କୁ ଦେଖି ବାଲି,ମାଫିଆ ଓ ଠିକାଦାର ଙ୍କୁ ବି ଦଳ ଦଳରେ ବିଭକ୍ତ ହୋଇ ଗୁଆ ଦିଆ ଆରମ୍ଭ ହୋଇଛି।ଏଭଳି କପି ପେଷ୍ଟ ଗୋଦି ମିଡ଼ିଆ, ଓ ଠକ ସାମ୍ବାଦିକ ମାନଙ୍କ ଠାରୁ ଦୂରେଇ ରହିବା ସହ ସହଯୋଗ ନ କରିବା କୁ ଅନୁରୋଧ ।

nis-ad
Leave A Reply

Your email address will not be published.