ଓଡ଼ିଶାରେ ଗଡ଼ିଲା ୨ଟି ‘ବନ୍ଦେ ଭାରତ’ ଏକ୍ସପ୍ରେସ, ଶୁଭାରମ୍ଭ କଲେ ପ୍ରଧାନମନ୍ତ୍ରୀ

ବ୍ରହ୍ମପୁର: ଓଡ଼ିଶାରେ ଗଡ଼ିଲା ଆଉ ଦୁଇ ବନ୍ଦେ ଭାରତ । ବ୍ରହ୍ମପୁର ରେଳ ଷ୍ଟେସନ ଏବଂ ରାଉରକେଲା ଷ୍ଟେସନରେ ଏ ନେଇ ଆୟୋଜିତ ବିଶାଳ କାର୍ଯ୍ୟକ୍ରମରେ ଭିଡିଓ କନଫରେନ୍ସିଂ ଜରିଆରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବନ୍ଦେ ଭାରତ ଏକ୍ସପ୍ରେସର ଶୁଭାରମ୍ଭ କରିଛନ୍ତି । ମୋଟ ୬ଟି ଟେନ ମଧ୍ୟରୁ ଓଡ଼ିଶା ଭାଗରେ ୨ଟି ନୂଆ ଟ୍ରେନ ପଡ଼ିଛି । ଟାଟାନଗର-ବ୍ରହ୍ମପୁର ଓ ଅନ୍ୟଟି ରାଉରକେଲା-ହାୱଡା ମଧ୍ୟରେ ଚାଲିବ ବନ୍ଦେ ଭାରତ।

ବ୍ରହ୍ମପୁର କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ସମେତ ସ୍ଥାନୀୟ ବିଧାୟକ, ସାଂସଦ ଏବଂ ଜନପ୍ରତିନିଧିମାନେ ଯୋଗଦେଇଥିଲେ । ବ୍ରହ୍ମପୁରରେ ଶୁଭାରମ୍ଭ ହୋଇଥିବା ଟ୍ରେନଟି ବ୍ରହ୍ମପୁର-ଟାଟାନଗର ପର୍ଯ୍ୟନ୍ତ ଚଳାଚଳ କରିବ । ଏଠାରେ ବନ୍ଦେ ଭାରତ ଏକ୍ସପ୍ରେସ ଶୁଭାରମ୍ଭ ପାଇଁ ମା’ ବୁଢ଼ୀ ଠାକୁରାଣୀଙ୍କ ନିକଟରୁ ଆଜ୍ଞାମାଳ ଅଣାଯାଇଥିଲା । ଆଜ୍ଞାମାଳ ଆସିବା ପରେ ଟ୍ରେନକୁ ପୂଜାର୍ଚ୍ଚନା କରାଯାଇଥିଲା । ଏହା ପରେ ପ୍ରଧାନମନ୍ତ୍ରୀ ଏହାର ଶୁଭାରମ୍ଭ କରିବା ପରେ ଟ୍ରେନଟି ଟ୍ରାକରେ ଗଡ଼ିଥିଲା।

nis-ad
Leave A Reply

Your email address will not be published.