ଚେପଟିଆମ୍ବରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ସଂଖ୍ୟା, ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି

ନବରଙ୍ଗପୁର : ନବରଙ୍ଗପୁର ଚେପଟିଆମ୍ବରେ ବଢୁଛି ଝାଡ଼ାବାନ୍ତି ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା । ଗତକାଲି ରାତିରେ ଆଉ ଜଣେ ଆକ୍ରାନ୍ତଙ୍କ ମୃତ୍ୟୁ ହେବା ପରେ ମୃତ୍ୟୁ ସଂଖ୍ୟା ୪କୁ ବୃଦ୍ଧି ପାଇଛି । ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଳକ ଚେପଟିଆମ୍ବରେ ପୂର୍ବରୁ ଝାଡ଼ାବାନ୍ତିରେ ଆକ୍ରାନ୍ତ ହୋଇ ତିନି ଜଣଙ୍କ ମୃତ୍ୟୁ ହୋଇଥିଲା । ଗତକାଲି ରାତିରେ ଚିକିତ୍ସାଧୀନ ଅବସ୍ଥାରେ ଝରିଗାଁ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଡାଲ ଜାନିଙ୍କର ମୃତ୍ୟୁ ହୋଇଥିବା ସୂଚନା ମିଳିଛି  । ପୂର୍ବରୁ ସେ ଡାଇରିଆରେ ଆକ୍ରାନ୍ତ ହୋଇ କୋରାପୁଟ ମେଡ଼ିକାଲରେ ଚିକିତ୍ସିତ ହେଉଥିଲେ । ସ୍ବାସ୍ଥ୍ୟାବସ୍ଥା ଖରାପ ରହିଥିବା ସତ୍ତ୍ବେ ପରିବାର ଲୋକେ ତାଙ୍କୁ ଗାଁକୁ ନେଇଆସିଥିଲେ । ତେବେ ଗାଁରେ ଚାଲିଥିବା ଅସ୍ଥାୟୀ ସ୍ବାସ୍ଥ୍ୟ ଶିବିରର ଡାକ୍ତର ଏସଂପର୍କରେ ଅବଗତ ହୋଇ ପରିବାର ଲୋକଙ୍କୁ ବହୁ ବୁଝାସୁଝା କରିଥିଲେ । ପରେ ତାଙ୍କୁ ଝରିଗାଁ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଡାଲ ଜାନିଙ୍କ ମୃତ୍ୟୁ ଘଟିଥିଲା । ଗାଁରେ ଝାଡ଼ାବାନ୍ତି ବ୍ୟାପୁଥିବା ବେଳେ ସ୍ବାସ୍ଥ୍ୟ ବିଭାଗର ଟିମ୍ ଲୋକଙ୍କ ସ୍ବାସ୍ଥ୍ୟ ପରୀକ୍ଷା କରିବା ସହ ସଚେତନ କରୁଛି ।

nis-ad
Leave A Reply

Your email address will not be published.